ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଯେତେବେଳେ ଭାଗ୍ୟ ସାଥ୍ ଛାଡିଦେବ, ସେତେବେଳେ କ’ଣ କରିବେ ? Krishna Vani

ଯେତେବେଳେ ମନୁଷ୍ୟର ଭାଗ୍ୟ ଖରାପ ଥାଏ ସେହି ସମୟରେ ତାକୁ ମିଠା ପାଣି ମଧ୍ୟ ଲୁଣି ଲାଗିଥାଏ । ଏହା ସତ୍ୟ ନୁହେଁ କାରଣ ସବୁର କାର୍ଯ୍ୟରେ ବିଘ୍ନ ଆସିବା ଭାଗ୍ୟ ହୋଇନଥାଏ । କାରଣ ହେଉଛି ଆମର ଅସାବଧାନତା । ଅସୁବିଧା ସମୟରେ ଆମେ ସବୁବେଳେ ସାବଧାନୀ ରଖିବା ଉଚିତ । ଯଦି ଆପଣ କୌଣସି ଏକ ନୂଆ ଦିଗକୁ ଯିବା ପାଇଁ ଚାହୁଁଛନ୍ତି ତେବେ ପ୍ରଥମେ ନିଜେ ସେଥିରେ ମଜବୁତ ରୁହନ୍ତୁ ଓ ଏହା ପରେ ସେହି ମାର୍ଗରେ ଆଗାନ୍ତୁ । ସବୁବେଳେ ସତର୍କ ରୁହନ୍ତୁ ଏବଂ ବଚନ ଦେବା ପୂର୍ବରୁ ଭାବନ୍ତୁ ଏହା ନିଜ ପାଇଁ ଠିକ ହେବ ନା ଭୁଲ ।

ସାବଧାନର ଅର୍ଥ ହେଉଛି ପ୍ରଥମେ ସେହି ଜିନିଷର ଭବିଷ୍ୟକୁ ପରଖିବାକୁ ଚେଷ୍ଟା କରନ୍ତୁ । ଯଦି ସେଠାରେ ଟିକେବି ଅସାବଧାନତା ହୁଏ, ତେବେ ଯେତେ ବଡ ଘର ହୋଇଥାଉ ନା କାହିଁକି ସେ ଖୁବ ଶୀଘ୍ର ଭାଙ୍ଗି ଯାଇଥାଏ । ସେଥିପାଇଁ ସୁରକ୍ଷିତ ଯଦି ରହିବାକୁ ଚାହୁଁଥାନ୍ତି, ତେବେ ଠିକ ସମୟରେ ଠିକ ନିସ୍ପତି ଓ ସାବଧାନ ରୁହନ୍ତୁ । କାରଣ ଭବିଷ୍ୟତରେ କ’ଣ ହେବ ଆପଣ ଜାଣି ନାହାନ୍ତି । ତେଣୁ ସେହି ସମୟରୁ ହିଁ ସାବଧାନ ହୋଇଯିବା ଉଚିତ ।

ମନୁଷ୍ୟର ସବୁଠୁ ବଡ ଗୁଣ ହେଉଛି ସେ ଅଧିକ ପରିଶ୍ରମ କରିଥାଏ ଓ ତାର ସବୁଠୁ ଛୋଟ ମାର୍ଗ ବାଛିଥାଏ । ସେଥିପାଇଁ ସେ ଆଭିଶାପ ପାଇବାକୁ ଡରିଥାଏ । କିନ୍ତୁ ଜିତିବା, ହାରିବା ଓ ଲାଭ ହାନି, ଅଭିଶାପ ଓ ବରଦାନ କେବଳ ନିମିତ ମାତ୍ର । କାରଣ କେତେବେଳେ କେଉଁ ଆଭିଶାପ ଆଶ୍ରିବାଦରେ ପରିଣତ ହୋଇଯିବ ଓ କେଉଁ ଆଶ୍ରିବାଦ ଆଭିଶାପରେ ପରିଣତ ହୋଇଯିବ କେବଳ ଏହା ମନୁଷ୍ୟର କର୍ମ ଉପରେ ନିର୍ଭର କରିଥାଏ ।

ଯଦି କର୍ମ ଓ ଲକ୍ଷ ଉଚିତ ଥିବ, ତେବେ ଶାପକୁ ବରଦାନ ହେବା ପାଇଁ  ବେଶି ଦିନ ଲାଗିନଥାଏ ଓ ଯଦି କର୍ମ ଖରାପ ଅଟେ, ତେବେ ବରଦାନ ଅଭିଶାପରେ ପରିଣତ ହେବାପାଇଁ ବେଶି ଦିନ ଲାଗିବା ନାହିଁ । ଆପଣ ଚୁମ୍ବକକୁ ଦେଖିଥିବେ ସେ ସବୁବେଳେ ଲୁହାକୁ ତାର ନିଜ ଆଡକୁ ଆକର୍ଷଣ କରିଥାଏ । କାରଣ ଏହା ତାର ଧର୍ମ ଅଟେ । ଆମ ସମସ୍ତଙ୍କ ପାଖରେ ମଧ୍ୟ ଏହିଭଳି ଆକର୍ଷଣୀୟ ଗୁଣ ଅଛି କିନ୍ତୁ ଆମେ ତାକୁ ଚିହ୍ନି ପାରୁନୁ ।

ବିଚାରର ଚୁମ୍ବକ ଆମ ଭିତରେ ଅଛି ଯାହା ନିଜ ପରି ଚିନ୍ତାଧାରା ଥିବା ଲୋକଙ୍କୁ ନିଜ ଆଡକୁ ଟାଣିଥାନ୍ତି । ଆମେ ଯେଉଁ ଭଳି ଚିନ୍ତାଧାରା କରିଥାଉ ସେହିଭଳି ଫଳ ପାଇଥାଉ । ଯେଉଁମାନେ ଠାକୁରଙ୍କର ନାମ ଧରିଥାନ୍ତି ସେମାନଙ୍କୁ ଦେବତା ମିଳିବେ ସବୁ ନିଜ ବିଚାର ଉପରେ ନିର୍ଭର କରିଥାଏ । ଯଦି ଶିଶିର ମାସର ପ୍ରଥମ କୁହୁଡି କୌଣସି କଦଳୀ ପତ୍ର ଉପରେ ପଡିଥାଏ ତେବେ ଏହା କାକରରେ ପରିଣତ ହୋଇଯାଏ, ଯଦି ଶାମୁକା ମଧ୍ୟରେ ଯାଏ ତେବେ ଏହା ମୋତି ହୋଇଯାଏ ଏବଂ ଯଦି ବିଷଧର ଶାପ ମୁହଁରେ ପଡେ ତେବେ ଏହା ବିଷ ହୋଇଯାଏ ।

ସେହି ଗୋଟିଏ ଜିନିଷ ହେଲେ ସେ ଯେଉଁଥିରେ ପଡି ସେହି ପରି କାମ କରିବ । ସେଥିପାଇଁ ଏହାକୁ ଆପଣ ଯେଉଁ ପରି ଭାବରେ ସେହି ଜିନିଷକୁ ଗ୍ରହଣ କରିବେ ସେହି ପରି ଭାବରେ ଆପଣଙ୍କୁ ଫଳ ମିଳିବ । ଯେଉଁ ପରି ଆପଣ ବିଶ୍ଵାସ ହିଁ ନିର୍ଧାରିତ କରିଥାଏ କି ଆପଣଙ୍କୁ ବିଷ ମିଳିବ ନା ଅମୃତ ମିଳିବ । ସେଥିପାଇଁ ନିଜର ଭାବନାକୁ ସୁଦୃଢ ରଖନ୍ତୁ ଓ ବିଚାର ଠିକ ରଖନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ମଧ୍ୟ ଏହାକୁ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *