ବନ୍ଧୁଗଣ, କୃଷ୍ଣ ଜନ୍ମାଷ୍ଟମୀ ର ପାବନ ପର୍ବ ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ସମଗ୍ର ଭାରତ ବର୍ଷ ରେ ଆନନ୍ଦ ଉଲ୍ଲାସ ରେ ପାଳନ କରାଯାଇଥାଏ । ଭଗବାନ ଶ୍ରୀ କୃଷ୍ଣ ଙ୍କ ଜନ୍ମଦିବସ କୁ ଜନ୍ମାଷ୍ଟମୀ ଭାବରେ ପାଳନ କରାଯାଇଥାଏ । ଜନ୍ମାଷ୍ଟମୀ ର ରାତ୍ରି କୁ ମୋହ ରାତ୍ରି ବୋଲି କୁହାଯାଇଥାଏ । ଜନ୍ମାଷ୍ଟମୀ ରାତ୍ରିକୁ ବିଶେଷ ମହତ୍ଵପୂର୍ଣ୍ଣ ମାନାଯାଇଥାଏ । ମାନ୍ୟତା ରହଚି ଯେ ଏହି ରାତ୍ରିରେ ଭଗବାନ ଶ୍ରୀ କୃଷ୍ଣ ଙ୍କ କୃପା ଦୃଷ୍ଟି ଯାହା ଉପରେ ପଡିଥାଏ, ତାହାର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।
ପୁରାଣ ତଥା ଶାସ୍ତ୍ର ଅନୁଯାୟୀ ଶ୍ରୀ କୃଷ୍ଣ ଭଗବାନ ବିଷ୍ଣୁ ଙ୍କ ଅବତାର ଅଟନ୍ତି ଏବଂ ତାଙ୍କ ପତ୍ନୀ ରୁକ୍ମଣୀ ମାତା ଲକ୍ଷ୍ମୀ ଙ୍କ ସ୍ଵୋରୂପ ଅଟନ୍ତି । ଏଥିପାଇଁ ଭଗବାନ ଶ୍ରୀ କୃଷ୍ଣ ଙ୍କ ଜନ୍ମ ଦିବସ ଅବସରରେ ଯଦି ତାଙ୍କୁ ପ୍ରସନ୍ନ କରିବା ନିମନ୍ତେ ଏହି ଉପାୟ ମାନ ପାଳନ କରାଯାଏ ତେବେ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ଆସନ୍ତୁ ବର୍ତ୍ତମାନ ଜାଣିବା ସେହି ଉପାୟ ମାନ କଣ ଅଟେ ?
୧;- ଜନ୍ମାଷ୍ଟମୀ ଦିନ ପ୍ରାତ ରେ ସ୍ନାନ ସାରି ଭଗବାନ ଶ୍ରୀ କୃଷ୍ଣ ଙ୍କ ମନ୍ଦିର କୁ ଯାଇ ଭଗବାନ ଙ୍କୁ ହଳଦୀଆ ରଙ୍ଗର ଫୁଲମାଳ, ଫଳ, ତଥା ଭୋଗ ଅର୍ପଣ କରନ୍ତୁ । ଏହିପରି କରିବା ଦ୍ଵାରା ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ ।
୨;- ଜନ୍ମାଷ୍ଟମୀ ଦିନ ଶ୍ରୀ କୃଷ୍ଣ ଙ୍କ ପାଖରେ ସାବୁଦନା ର କ୍ଷୀରୀ, ଧଳା ରଙ୍ଗର ମିଷ୍ଟାନ, ଅଥବା ଚାଉଳ ର କ୍ଷୀରୀ ର ଭୋଗ ଲଗାନ୍ତୁ । ଏବଂ ଏହି କ୍ଷୀରୀରେ ଆପଣ ଚିନୀ ବଦଳରେ ମିଶିରିର ପ୍ରୟୋଗ କରନ୍ତୁ । ଏବଂ ଏଥିରେ ଆପଣ ତୁଳସୀ ପତ୍ର ପକାନ୍ତୁ । ଏପରି କରିବା ଦ୍ଵାରା ଭଗବାନ ଶ୍ରୀ କୃଷ୍ଣ ଙ୍କ କୃପା ରୁ ଧନ ତଥା ଐସ୍ଵର୍ଜ୍ୟ ପ୍ରାପ୍ତି ହୋଇଥାଏ ।
୩;- ଦକ୍ଷିଣାବର୍ତ୍ତୀ ଶଙ୍ଖ ରେ ଜନ୍ମାଷ୍ଟମୀ ଦିନ ଜଳ ଭର୍ତି କରି ଭଗବାନ ଶ୍ରୀ କୃଷ୍ଣ ଙ୍କ ଅଭିଷେକ କରନ୍ତୁ । ଏବଂ ସାମର୍ଥ୍ୟ ଅନୁଯାୟୀ ଆପଣ ପଞ୍ଚାବୃତ୍ତ ରେ ମଧ୍ୟ ଅଭିଷେକ କରି ପାରିବେ । ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତ ଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି ।
୪;- ଜୀବନ ସାଥି ପାଇବା ନିମନ୍ତେ ଅଥବା ପ୍ରେମରେ ସଫଳ ହେବା ନିମନ୍ତେ ଭଗବାନ ଶ୍ରୀ କୃଷ୍ଣ ଙ୍କ ମନ୍ଦିରକୁ ଯାଇ ହଳଦୀଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଏହା ସହିତ ହଳଦୀଆ ରଙ୍ଗର ମିଠା, ମହୁ ତଥା ଗୁଜୁରାତି ଅର୍ପଣ କରନ୍ତୁ ।
୫;- ଜନ୍ମାଷ୍ଟମୀ ଦୀନ ରାତ୍ରି ୧୨ ଘଣ୍ଟା ପରେ କେଶର ମିଶ୍ରିତ କରି ଭଗବାନ କୃଷ୍ଣ ଙ୍କ ଅଭିଷେକ କରାନ୍ତୁ । ଏହିପରି କରିବା ଦ୍ଵାରା ଆପଣଙ୍କ ଘରେ ଭଗବାନ ଶ୍ରୀ କୃଷ୍ଣ ଙ୍କ ବାସ ହୋଇଥାଏ । ବନ୍ଧୁଗଣ ଏହି ଉପାୟ ଗୁଡିକ ପବିତ୍ର ଜନ୍ମାଷ୍ଟମୀ ଦିନ ପ୍ରୟୋଗ କରି ଦେଖନ୍ତୁ ଆପଣଙ୍କ ମନସ୍କାମନା ନିଶ୍ଚିନ୍ତ ପୂରଣ ହେବ । ଆପଣ ମାନଙ୍କୁ ଏଇ ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ