Vastu Tips- ଜନ୍ମାଷ୍ଟମୀର ଚମତ୍କାର ଉପାୟ, ଜୀବନ ସାରା ରହିବ ନାହିଁ ଧନର ଅଭାବ, ଆପେ ଆପେ ଧନର ଭଣ୍ଡାର ପୁରିଉଠିବ

ବନ୍ଧୁଗଣ, ଚଳିତ ବର୍ଷ ଅଗଷ୍ଟ ୩୦ ତାରିଖରେ ଅଥବା ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମ ତିଥିରେ ଭଗବାନ ଶ୍ରୀ କୃଷ୍ଣ ଙ୍କର ଜନ୍ମାଷ୍ଟମୀ ବ୍ରତ ପାଳନ କରାଯାଇଥାଏ, କୁହାଯାଏ କି ଏହି ତିଥିରେ ଭଗବାନ ଶ୍ରୀ ହରି ବିଷ୍ଣୁ ନର ରୂପରେ ତାଙ୍କର ଅଷ୍ଟମ ଅବତାର ଶ୍ରୀ କୃଷ୍ଣ ରୂପରେ ଧରା ପୃଷ୍ଠରେ ଅବତରଣ କରିଥିଲେ । ଏଣୁ ଭଗବାନ ଶ୍ରୀ କୃଷ୍ଣଙ୍କର ଜନ୍ମ ଉତ୍ସବ ସେହି ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ବଡ ଆନନ୍ଦ ଉଲ୍ଲାସ ରେ ପାଳନ କରାଯାଉଅଛି । ଏହି ଦିନ ଲୋକମାନେ ବ୍ରତ ପାଳନ କରିଥାନ୍ତି । ଭକ୍ତ ମାନେ ଭଗବାନ ଶ୍ରୀ କୃଷ୍ଣ ଙ୍କ ଭକ୍ତିରେ ବିଭୋର ହୋଇଯାଆନ୍ତି ।

ସମଗ୍ର ଭାରତ ବର୍ଷରେ ଏହି ପବିତ୍ର ଉତ୍ସବ ପାଳନ କରାଯାଇଥାଏ । ଏହି ଦିନ କିଛି ଲୋକ ଜ୍ୟୋତିଷ ଉପାୟ ମଧ୍ୟ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜନ୍ମାଷ୍ଟମୀ ଦିନଟି ଶୁଭ ହୋଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ସୁଖ ସମୃଦ୍ଧି ପ୍ରାପ୍ତି ନିମନ୍ତେ ଜନ୍ମାଷ୍ଟମୀ ଦିନ କେଉଁ ସବୁ ନିୟମ ପାଳନ କରିବେ ? ଯଦି ଆପଣ ଧନ ତଥା ଯଶ ପ୍ରାପ୍ତି ର ଇଛା ରଖିଥାନ୍ତି ତେବେ ଏହି ଜନ୍ମାଷ୍ଟମୀ ଦିନ ପ୍ରାତ କାଳରେ ଶୀଘ୍ର ଉଠନ୍ତୁ ।

ଏହାପରେ ସ୍ନାନ ଶୌଚ ଆଦି ସାରି ସ୍ଵଛ ବସ୍ତ୍ରାଦି ପରିଧାନ କରନ୍ତୁ । ଏହାପରେ ଶ୍ରୀ କୃଷ୍ଣ ଙ୍କୁ ଶଙ୍ଖ ମଧ୍ୟରେ ଦେଶୀ ଗାଈ ର କ୍ଷୀର ଭରି ଅଭିଷେକ କରନ୍ତୁ । ଏହାପରେ ଗଙ୍ଗାଜଳ ମିଶ୍ରିତ ସୁବାସିତ ଜଳରେ ମଧ୍ୟ ଅଭିଷେକ କରନ୍ତୁ । ଏହାପରେ ମୟୁରପୁଛ ଅଥବା ବଇଁଶି ଭଗବାନ ଙ୍କୁ ଅବଶ୍ୟ ଅର୍ପଣ କରନ୍ତୁ । ଏହାପରେ ହଳଦୀ ରଙ୍ଗର ଫୁଲ ଏବଂ ଫଳ ଅର୍ପଣ କରନ୍ତୁ । ତୁଳସୀ ପତ୍ର ଓ ତୁଳସୀ ମାଳା ଅବଶ୍ୟ ଅର୍ପଣ କରନ୍ତୁ । ହଳଦୀ ରଙ୍ଗର ବେଶନର ଲଡୁ ମଧ୍ୟ ଭ୍ହୋଗ ଲଗାନ୍ତୁ ।

ଯେଉଁ ମଣିଷ ଏହିସବୁ କରିଥାନ୍ତି ତାଙ୍କ ଜୀବନରେ ଯଶ ଏବଂ ଧନର ଅଭାବ କେବେ ମଧ୍ୟ ରହି ନଥାଏ । ମାତ ଲକ୍ଷ୍ମୀ ସେମାନଙ୍କ ଘରେ ସର୍ବଦା ବାସ କରିଥାନ୍ତି । ଏହି ଜନ୍ମାଷ୍ଟମୀ ଦିନଠାରୁ ୨୭ ଦିନ ପର୍ଯ୍ୟନ୍ତ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ପ୍ରତିଦିନ ଗୋଟିଏ ଲେଖା ନଡିଆ ଅର୍ପଣ କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ସମସ୍ତ କାର୍ଯ୍ୟ ରେ ସିଦ୍ଧି ହୋଇଥାଏ ଅଥବା ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ । ଆପଣଙ୍କ ଜୀବନରେ ସୁଧାର ଆଣିବା ନିମନ୍ତେ ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ଲହୁଣୀରେ ମିଶିରି ମିଶ୍ରିତ ଅର୍ପଣ କରନ୍ତୁ ।

ଆପଣ ଏହି ଦିନ ଖିରୀ ମଧ୍ୟ ଅର୍ପଣ କରି ପାରିବେ । ଧ୍ୟାନ କରି ଭୋଗ ରେ ତୁଳସୀ ପତ୍ର ଭଗବାନ ଙ୍କୁ ଅର୍ପଣ କରିବେ । ଏହାଦ୍ଵାରା ଭଗବାନ ଶ୍ରୀ କୃଷ୍ଣ ଅତି ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଜନ୍ମାଷ୍ଟମୀ ଦିନ ରାତି ୧୨ ଟାରେ ଭଗବାନ ଶ୍ରୀ କୃଷ୍ଣ ଙ୍କୁ କେଶର ମିଶ୍ରିତ କଞ୍ଚାଖିର ଅଥବା ପଞ୍ଚାମୃତ ରେ ସ୍ନାନ କରାନ୍ତୁ । ଜନ୍ମାଷ୍ଟମୀ ଦିନ ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଦେଶୀ ଗାଈର ଘୀଅ ଅର୍ପଣ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *