ଜନ୍ମ ହେବା କ୍ଷଣି କାହିଁକି କାନ୍ଦିବା ଆରମ୍ଭ କରିଦେଇଥାନ୍ତି ପିଲାମାନେ…? ଏହା ପଛରେ ଶାସ୍ତ୍ର ଓ ବୈଜ୍ଞାନିକ କାରଣ କ’ଣ ରହିଛି ?

ବନ୍ଧୁଗଣ ପିଲା ଜନ୍ମ ହେବା ମାତ୍ରେ କାନ୍ଦିବା ଆରମ୍ଭ କରିଥାଏ । ଯେଉଁ କିଛି ପିଲା ଜନ୍ମ ହେବା ପରେ ମନକୁ ମନ କାନ୍ଦିନଥାନ୍ତି । ତେବେ ସେହି ପିଲା ମାନଙ୍କୁ ସେଠାରେ ଥିବା ଡାକ୍ତର ଆସ୍ତେ କି ମାରିକି କନ୍ଦେଇବା ପାଇଁ ଚେଷ୍ଟା କରିଥାନ୍ତି । ଯାହାକି କି ସମସ୍ତଙ୍କୁ ଏହା ଏକ ସାଧାରଣ କଥା ଭଳି ଲାଗିଥାଏ । ହେଲେ ଜନ୍ମ ହେବା ପରେ ପରେ ପିଲା କାନ୍ଦିବାକୁ ନେଇ ପୌରାଣିକ କଥା ରହିଥିବା ବେଳେ ଏହାକୁ ନେଇ ବୈଜ୍ଞାନିକ ମତ ମଧ୍ୟ ରହିଛି । ତେବେ ଆସନ୍ତୁ ସେ ସମ୍ପର୍କରେ ବିସ୍ତାର ଭାବେ ଜାଣିବା ।

ଜନ୍ମ ହେବା ପରେ ପିଲାର କାନ୍ଦିବା ଏହି କଥାର ସଂକେତ ହୋଇଥାଏ କି ପ୍ରଜନନ ପ୍ରକ୍ରିୟା ଠିକ ଭାବରେ ହୋଇଛି ନା ନାହିଁ । ପିଲା ଯେମିତି ହିଁ କାନ୍ଦେ ତେବେ ଏହାର ଫୁସଫୁସ ନିଃଶ୍ୱାସ ନେବା ପାଇଁ ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇ ଯାଇଥାଏ । କାହିଁକି ନା ଯେତେବେଳେ ପିଲା ମା’ର ଗର୍ଭରେ ବଢ଼ିଥାଏ ତେବେ ତାହାର ଫୁସଫୁସରେ ପବନ ବଦଳରେ ଏମ୍ନିୟୋଟିକ ଦ୍ରବ୍ୟ ଭରା ହୋଇଥାଏ । ଏହାର କାରଣ ଏହି କି ଗର୍ଭରେ ସେ ୟେମ୍ନିୟୋଟିକ ସ୍ୟାକ ନାମକ ଗୋଟେ ଥଳିରେ ରହିଥାଏ ।

ଏହି ଥଳି ଏମ୍ନିୟୋଟିକ ଦ୍ରବ୍ୟ ଦ୍ଵାରା ଭରି ରହିଥାଏ, ପିଲା ଶରୀରକୁ ସବୁ ପୋଷଣ ମା’ର ଗର୍ଭାଶୟ ମାଧ୍ୟମରୁ ମିଳିଥାଏ । ଯେବେ ଏହି ପିଲା ବାହାରକୁ ଆସିଥାଏ ତେବେ ଏହି ଗର୍ଭନଳୀକୁ କାଟି ଦିଆଯାଇଥାଏ । ପିଲା ଯେମିତି ହିଁ ମା’ର ଗର୍ଭରୁ ବାହାରକୁ ଆସିଥାଏ ତେବେ ଡ଼କ୍ଟର ବା ନର୍ସ ତାକୁ ଓଲଟାଇ ତାର ଫୁସଫୁସରେ ଏହି ଏମ୍ନିୟୋଟିକ ଦ୍ରବ୍ୟ ବାହାର କରିଥାନ୍ତି ,ସେହି ଦ୍ରବ୍ୟ ବାହାର କରିବା ପରେ ପିଲାର ଫୁସଫୁସ ନିଃଶ୍ୱାସ ନେବାପାଇଁ ପ୍ରସ୍ତୁତ ହୋଇଥାଏ ।

ଫୁସଫୁସର ଭଲ ଭାବେ ଏହି ଦ୍ରବ୍ୟ ବାହାର କରିବା ପାଇଁ ପିଲାର ଜୋରେ ନିଃଶ୍ୱାସ ନେବା ଜରୁରୀ ହୋଇଥାଏ ଏଥିପାଇଁ ପିଲାକୁ କନ୍ଦାଇବାକୁ ପଡ଼ିଥାଏ । କାନ୍ଦିବା କାରଣରୁ ସେ ଜୋରେ ନିଃଶ୍ୱାସ ନେବାପାଇଁ ବାଧ୍ୟ ହୋଇଯାଇଥାଏ । ଏହି ପ୍ରକ୍ରିୟା ଫୁସଫୁସର କାର୍ଯ୍ୟକ୍ଷମ ପାଇଁ ସମସ୍ତ ବାୟୁପଥକୁ ଖୋଲିଥାଏ | ଯେତେବେଳେ ଏହି ଦ୍ରବ୍ୟ ବାହାରକୁ ଆସିଯାଏ ତେବେ ପିଲାର ଫୁସଫୁସରେ ବାୟୁର ସଞ୍ଚାର ଠିକ ରୁପରେ ହେବାକୁ ଲାଗିଥାଏ ଓ ସେ ସାମାନ୍ୟ ରୂପରେ ଶ୍ୱାସ ନେଇଥାଏ ।

ପୋରାଣିକ କଥା ଅନୁସାରେ ବିଷ୍ଣୁପୁରାଣ ଅନୁସାରେ ଯେବେ ବ୍ରହ୍ମା ସୃଷ୍ଟିର ରଚନା କରିବା ପାଇଁ ନିଜ ଭଳି ଏକ ପୁତ୍ର ଉତ୍ପନ୍ନ କରିବା ପାଇଁ ବିଚାର କଲେ ତେବେ ତାଙ୍କ କୋଳରେ ଗୋଟେ ନୀଳ ରଙ୍ଗର ବାଳକ ପ୍ରକଟ ହୋଇଗଲା । ଏହି ବାଳକ କାନ୍ଦି କାନ୍ଦି ବ୍ରହ୍ମାଙ୍କର କୋଳରେ ଏପଟ ସେପଟକୁ ଦୌଡ଼ିବାକୁ ଲାଗିଲା । ଯେତେବେଳେ ବ୍ରହ୍ମା ଏହାର କାରଣ ପଚାରିଲେ, ତେବେ ସେ କହିଲେ ମୁଁ କିଏ ଓ କେଉଁଠି ଅଛି ?

ଏହାପରେ ବ୍ରହ୍ମା କହିଲେ ଜନ୍ମ ହେବା ପରେ ତୁମେ କାନ୍ଦିବା ଆରମ୍ଭ କରିଦେଲ ଏଥିପାଇଁ ଆଜିଠୁ ତୁମ ନା ରୁଦ୍ର ଅଟେ । ରୁଦ୍ର ପୂର୍ବରୁ କୌଣସି ବି ପିଲା କାନ୍ଦିବା ଆରମ୍ଭ କରିନଥିଲେ । ସେବେଠୁ ଜନ୍ମ ହେବା ପରେ ଅନ୍ୟ ପିଲାଙ୍କ ପାଇଁ କାନ୍ଦିବା ଏକ ନିୟମ ଆରମ୍ଭ ହୋଇଗଲା । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *