Astrology- ଜନ୍ମ ବାର ଅନୁସାରେ ଜାଣନ୍ତୁ ମହିଳାଙ୍କ ଚରିତ୍ର ଓ ସ୍ଵଭାବ !

ବନ୍ଧୁଗଣ କଥାରେ ଅଛି ନାରୀ ମାୟା ନାରାୟଣଙ୍କୁ ଅଗୋଚର ଅଟେ । ଏହାର ଅର୍ଥ ହେଉଛି ନାରୀର ସ୍ଵଭାବର ଓ ଚରିତ୍ର ବିଷୟରେ ନାରାୟଣ ମଧ୍ୟ ଜାଣି ପାରନ୍ତି ନାହି । ନାରିଙ୍କ ସ୍ଵଭାବ ବିଷୟରେ ଜାଣିବାକୁ ଦରକାର ପଡିଲେ ଲୋକେ ଜ୍ଯୋତିଷ ଶାସ୍ତ୍ରର ସାହାରା ନେଇ ଅନେକ ଉପାୟ ଅବଲମ୍ବନ କରିଥାନ୍ତି । କିନ୍ତୁ ନାରୀର ଜନ୍ମ ଋ ବାର ରୁ ମଧ୍ୟ ତାର ସ୍ଵଭାବ ଓ ଚରିତ୍ର ବିଷୟରେ ଜାଣି ହେବ । ଆଜି ଆମେ ଆପଣ ମାନଙ୍କୁ ଜନ୍ମ ବାରରୁ ନାରୀଙ୍କର ସ୍ଵଭାବ ବିଷୟରେ କହିବାକୁ ଯାଉଛୁ ।

ସୋମବାର : ଏହି ଦିନ ଜନ୍ମ ହୋଇଥିବା ନାରୀ ବହୁତ ସୁନ୍ଦର ହେବା ସହ ଆକର୍ଷକ ହୋଇଥାନ୍ତି । ଏମାନେ ନିଜର ମଧୁର ବାଣୀ ଦ୍ଵାରା ଅନ୍ୟ ମାନଙ୍କ ହୃଦୟ ଜିତିଥାନ୍ତି । ଏମାନଙ୍କ ଜୀବନ ସୁଖମୟ ଓ ଶାନ୍ତିପୂର୍ଣ୍ଣ ହୋଇଥାଏ । ମଙ୍ଗଳବାର : ଏହି ବାର ରେ ଜନ୍ମ ହୋଇଥିବା ନାରୀ ସ୍ଵଭାବରେ ପଥର ହୋଇଥାନ୍ତି । ଏମାନେ ସହଜରେ କାହା ଉପରେ ଭରସା କରନ୍ତି ନାହି । ମିଛ କହୁଥିବା ଲୋକଙ୍କୁ ପସନ୍ଦ କରନ୍ତି ନାହି । ଏମାନେ ଠିକ କଥା କହିଥାନ୍ତି । ଏମାନେ ସର୍ବଦା ଚଳ ଚଞ୍ଚଳ ରହିଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ।

ବୁଧବାର : ଯେଉଁ ନାରୀ ଏହି ବାରରେ ଜନ୍ମ ହୋଇଥାଏ ସେମାନେ ଶିକ୍ଷା କ୍ଷେତ୍ର ରେ ଖୁବ ପାରଙ୍ଗମ ହୋଇଥାନ୍ତି । କାରଣ ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ । ଏମାନେ ଦେଖିବାକୁ ସୁନ୍ଦର ହେବା ସହ ହୃଦୟ କୋମଳ ହୋଇଥାଏ । ଏମାନେ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିଥାନ୍ତି ।

ଗୁରୁବାର : ଏହି ବାର ରେ ଜନ୍ମ ହୋଇଥିବା ନାରୀ ମାନେ ସର୍ବଗୁଣ ସମ୍ପନ୍ନ ହୋଇଥାନ୍ତି । ଏମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବା ସହ ସବୁ କ୍ଷେତ୍ରରେ ପାରଙ୍ଗମ ହୋଇଥାନ୍ତି । ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପାରୁ ଧନ ସମ୍ପତିର ଅଧିକାରୀ ହୋଇଥାନ୍ତି ।

ଶୁକ୍ରବାର : ଯେଉଁ ନାରୀ ଶୁକ୍ରବାର ଦିନ ଜନ୍ମ ହୋଇଥାନ୍ତି ସେମାନେ ଖୁବ ଚଞ୍ଚଳ ସ୍ଵଭାବର ହୋଇଥାନ୍ତି । ଏମାନେ ବିଳାସମୟ ଜୀବନ ଜାପାନ କରିବାକୁ ପସନ୍ଦ କରିଥାନ୍ତି । ଏମାନଙ୍କର ଭାବନା ଓ ଚିନ୍ତାଧାରା ଖୁବ ସୁନ୍ଦର ଅଟେ ।

ଶନିବାର : ଏହି ବାର ରେ ଜନ୍ମ ହୋଇଥିବା ନାରିଙ୍କ ଉପରେ ଭଗବାନ ଶନିଙ୍କ କୃପା ରହିଥାଏ । ଏମାନେ ସ୍ଵଭାବରେ ରାଗି ହୋଇଥିଲେ ମଧ୍ୟ ନିଜସ୍ଵ ପରିଚୟ ସୃଷ୍ଟି କରିଥାନ୍ତି । ଏମାନେ ଦେଖିବାକୁ ଡେଙ୍ଗା ଓ ପତଳା ହୋଇଥାନ୍ତି । ଏମାନେ ସ୍ବାଭିମାନୀ ଓ ଆତ୍ମନିର୍ଭରଶୀଳ ହୋଇଥାନ୍ତି । ନିଜ କାମକୁ ନିଜେ କରିବା ପାଇଁ ପସନ୍ଦ କରିଥାନ୍ତି ।

ରବିବାର : ଯେଉଁ ନାରୀ ଏହି ବାର ରେ ଜନ୍ମ ହୋଇଥାନ୍ତି ସେମାନେ ଭଗବାନଙ୍କ ଉପରେ ଅଧିକ ଭରସା ରଖିଥାନ୍ତି । ଏହି ନାରୀ ମାନେ ଦାନ ପୂଣ୍ୟ କରିଥାନ୍ତି । ଏମାନେ ଶକ୍ତିଶାଳୀ ହେବ ସହ ଖୁବ ଚତୁର ମଧ୍ୟ ହୋଇଥାନ୍ତି ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ 

Leave a Reply

Your email address will not be published. Required fields are marked *