ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ ବହୁଆ ବର୍ଷ ପୁରୁଣା ଯାଦୁ, କାଛୁ, କୁଣ୍ଡିଆ ରୁ କିଭଳି ରକ୍ଷା କରି ପାରିବେ ? ସାଧାରଣତ ଫଙ୍ଗାଲ ଇନଫେକସନ ଯଦି ବଢିଯାଇଥାଏ ତେବେ ସେଥିରୁ ବଞ୍ଚିବା ବହୁତ କଷ୍ଟ ହୋଇଯାଇଥାଏ । ଏଣୁ ସମୟ ପୂର୍ବରୁ ଆପଣ ତାହାକୁ ନିହାତି କଣ୍ଟ୍ରୋଲ କରନ୍ତୁ । ନଚେତ ଏହା ଭୟଙ୍କର ରୂପ ଧାରଣ କରିଥାଏ । ଯାଦୁ, କାଛୁ, କୁଣ୍ଡିଆ କୁ ଭଲ କରିବା ନିମନ୍ତେ ଆପଣ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିବେ ।
ଏହା କେବଳ ଅଳ୍ପ ଦିନ ପାଇଁ ଭଲ ହୋଇଯାଏ । ମାତ୍ର କିଛି ଦିନ ପରେ ପୁଣି ସେହିଭଳି ସମସ୍ୟା ଆପଣଙ୍କୁ ଭୋଗିବାକୁ ପଡିଥାଏ । ଆଜି ଆମ୍ଭେ ଆପଣଙ୍କୁ ଏକ ଘରୋଇ ଉପାୟ ମାଧ୍ୟମରେ ଏଥିରୁ କିଭଳି ରକ୍ଷା ପାଇବେ ତାହା ସମ୍ବନ୍ଧରେ କହିବାକୁ ଯାଉଅଛୁ । ଏହାର ପ୍ରୟୋଗ କରିବା ଦ୍ଵାରା ଫଙ୍ଗଲ ଇନଫେକସନ କୁ ସଂପୂର୍ଣ୍ଣ ଭାବରେ ଭଲ କରି ପାରିବେ । ଆପଣ ୩ ରୁ ୪ ଟି ରଶୁଣ ପାଖୁଡା ନିଅନ୍ତୁ । ରଶୁଣ ସାଧାରଣତ ଆଣ୍ଟି ବ୍ୟାକ୍ଟେରିୟାଲ ଏବଂ ଆଣ୍ଟିଇମ୍ପଲାମେଣ୍ଟାରୀ ଗୁଣରେ ଭରପୁର ଅଟେ ।
କେବେଳ ଖାଦ୍ୟରେ ଆମ୍ଭେ ଏହାର ବ୍ୟବହାର କରି ନଥାଉ, ଏହାକୁ ଆମ୍ଭେ ଶରୀରର ଅନେକ ପ୍ରକାରର ରୋଗ କୁ ଦୂର କରିବା ପାଇଁ ମଧ୍ୟ କରିଥାଉ । ଏହାପରେ ଆପଣ ୧ ଚାମଚ ଦେଶୀ ଗାଈଘୀଅ ନିଅନ୍ତୁ । ଆପଣ ରଶୁଣ ପାଖୁଡା କୁ ଛୋଟ ଛୋଟ କରି କାଟି ନିଅନ୍ତୁ । ଏହାପରେ ଆପଣ ଏହାକୁ ୧ ଚାମଚ ଘୀଅ ରେ ପକାନ୍ତୁ । ସବୁକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।
ଏହାକୁ ଭଲ ଭାବରେ ମିଶାଇ ଆପଣ ଏହାକୁ କିଛି ସମୟ ପରେ ଭଲ ଭାବରେ ଛାଡି ଦିଅନ୍ତୁ । ଏହାପରେ ଆପଣ ଏହି ମିଶ୍ରଣ କୁ ହାଲ୍କା ଗରମ କରିନେବେ ଜେଭଳି ରଶୁଣ ର ସମସ୍ତ ପୋଷାକ ତତ୍ଵ ଏହି ଘୀଅ ମଧ୍ୟକୁ ଆସିଯିବ । ଏହାପରେ ଯାଦୁ ହୋଇଥିବା ସ୍ଥାନରେ ରାତିରେ ଲଗାଇ ଦିଅନ୍ତୁ । ଏହା ଫଳରେ ରାତିସାରା ତାହା ଆପଣଙ୍କ ଶରୀରରେ ରହିବ ଏବଂ ଆପଣଙ୍କୁ ତାହାର ସୁଲାଭ ମିଳିବ ।
ଏହା ବ୍ୟତୀତ ଆପଣ ସବୁବେଳେ ସଫା ସୁତରା ରହିବାକୁ ଚେଷ୍ଟା କରନ୍ତୁ । ଆପଣ ଏହାକୁ ୨ ରୁ ୩ ଦିନ ପର୍ଯ୍ୟନ୍ତ ପ୍ରୟୋଗ କରନ୍ତୁ । ଦେଖିବେ ଆପଣଙ୍କ ଫଙ୍ଗଲ ଇନଫେକସନ ସବୁଦିନ ଲାଗି ଚାଲିଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ