ଯଦି ନିଜ ପିଲାଙ୍କୁ ମଣିଷ କରିବାକୁ ଚାହାଁନ୍ତି ତାକୁ ଏହି 3 ଟି କଥା ନିଶ୍ଚୟ ପଚାରନ୍ତୁ (Smart Parenting Tips)

ନମସ୍କାର ବନ୍ଧୁଗଣ, ଛୋଟ ପିଲା ମାନେ ହେଉଛନ୍ତି ବାପା ମାଆଙ୍କ ଭବିଷ୍ୟତ ତଥା ଦୁନିଆର ଭବିଷ୍ୟତ । ଜନ୍ମ ହେବା ପରେ ଦୁନିଆ ତାଙ୍କୁ ଶିକ୍ଷା ଦେଇନଥାଏ । ପ୍ରଥମେ ବାପା ମାଆ ଛୋଟ ପିଲାଟିର ଶିକ୍ଷକ ହୋଇଥାନ୍ତି । ବାପା ମାଆ ଯେଉଁ ଶିକ୍ଷା ଜନ୍ମରୁ ଦେଇଥାନ୍ତି ପିଲା ସେହିଭଳି ସ୍ଵାଭାବ ରେ ପରିପୂର୍ଣ ହୋଇ ଆଗକୁ ବଢିଥାଏ । ତେବେ ଯଦି ପିଲାଙ୍କୁ ମଣିଷ କରିବା ପାଇଁ ଚାହୁଁ ଛନ୍ତି ତେବେ ବାପା ମାଆ ଆଗରୁ ସଚେତନ ହୋଇ ପିଲାଙ୍କୁ ପଚାରନ୍ତୁ ଏହି 3 ଟି ପ୍ରଶ୍ନ ଯାହା ସେମାନଙ୍କୁ ସୁବାଟରେ ଚଲାଇବ ।

1- ଯଦି ଆପଣଙ୍କ ପିଲା ସ୍କୁଲରୁ ଆସୁଛି ତେବେ ତାକୁ ପ୍ରଥମେ ପଚାରନ୍ତୁ  ଆଜି ତୁମେ ସ୍କୁଲରେ କଣ ଶିଖିବା ପାଇଁ ପାଇଲ । ଆଜି ସ୍କୁଲରେ ଶିକ୍ଷକ ତୁମକୁ କେଉଁ କଥା ସବୁ ଶିଖାଇଛନ୍ତି କୁହ ତ । ଏହି ପ୍ରଶ୍ନ ପଚାରିବା ଉଚିତ । କିନ୍ତୁ ବାପା ଏହି ଠାରେ ଭୁଲ କରିବସନ୍ତି କେହି ଏକଥା ନ ପଚାରି ପଚାରନ୍ତି କେତେ ମାର୍କ ରଖିଛ ତୁମ ଠାରୁ ତୁମର କେଉଁ ସାଙ୍ଗ ଅଧିକ ନମ୍ବର ରଖିଲା କେତେ ନମ୍ବର ଅଧିକ ରଖିଲା ଏହି ସବୁର ଉତ୍ତର ମାଗି ଥାନ୍ତି ପିଲାଙ୍କୁ ଯାହାକି ଭୁଲ ଅଟେ ।

ପିଲା କଣ ଶିଖିଲା କହିବା ପରେ ବାସ କେବଳ ଆପଣ ଆଉ ଏକ କଥା ପଚାରନ୍ତୁ ତୁମେ କଣ କରି ପାରିବ ଦେଖିବେ ପିଲାଙ୍କ ଉତ୍ତର ହଁ ହିଁ ଆସିବା ଏଥିପାଇଁ ଆପଣଙ୍କୁ ତାଙ୍କୁ ବାଧ୍ୟ କରିବାକୁ ପଡିବାନି । ନିଜ ଭିତରେ ଥିବା ନିଜର କମିକୁ ସେ କମ ବୟସରୁ ହିଁ ବୁଝିବା ଆରମ୍ଭ କରିଦେବେ ।

2-  ପ୍ରତିଦିନ ପଚାରିବେ ଆଜି କାହାକୁ କଣ ଦେଲ କାହାକୁ ତମେ କିଭଳି ସାହାର୍ଯ୍ୟ କରିଛ ଏହି ପ୍ରଶ୍ନଟି ପିଲାଙ୍କୁ ପଚାରିବାକୁ କେବେ ଭୁଲିବେନି । ପିଲା ସାହାର୍ଯ୍ୟ କରିବା କଣ ନ ଜାଣିଲେ ଭବିଷ୍ୟତ ରେ ଯାଇ ନିଜେ ହିଁ ହଇରାଣରେ ପଡନ୍ତି । ସେ କାହାକୁ ସାହାର୍ଯ୍ୟ କରନ୍ତି ନାହିଁ ତେଣୁ ସେମନଙ୍କ ଅସୁବିଧା ସୁବିଧାରେ କିଏ ବା ଠିଆ ହେବ ।

କେବେ ବି ପିଲାଙ୍କୁ ନିଜ କଥା ଭାବି ସ୍ଵାର୍ଥପର ହେବ କଥା ଶିଖାଇବେ ନାହିଁ । ନଚେତ ଏହା ଆପଣଙ୍କ ପାଇଁ ହିଁ କାଳ ହୋଇଯିବ ଭବିଷ୍ୟତରେ । ବାପା ମାଆଙ୍କ ପାଇଁ କିଛି ଅସୁବିଧା ଆସିଲେ ପିଲାଟି ସଙ୍ଗେ ସଙ୍ଗେ ବାପା ମାଆଙ୍କୁ ଛାଡି ନିଜ ସଂସାର ଧରି ରହିବା ସାର ।

3- ଆପଣଙ୍କ ପିଲା ସ୍କୁଲରୁ ଆସିବା ପରେ ପଚାରନ୍ତୁ ଆଜି ସ୍କୁଲରେ କେତେ ମଜା କଲ କେତେ ଖୁସିରେ ସମୟ କଟିଲା । ଏହାଦ୍ୱାରା ପିଲାଟି ସ୍କୁଲ ଏବଂ ପାଠ ପଢାକୁ ବୋଝ ଭାବିବ ନାହିଁ । ଖୁସିର ସହ ନିଜର କାର୍ଯ୍ୟ କରିଚାଲିଯିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *