Vastu Tips- ଯଦି ଘରେ ଦେଖନ୍ତି ଝିଟିପିଟି ତ ତୁରନ୍ତ କରି ନିଅନ୍ତୁ ଏହି କାମ, ବିନା ପୂଜା ପାଠରେ ସବୁ ମନୋକାମନା ହେବ ପୂର୍ଣ୍ଣ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଝିଟିପିଟି ପ୍ରାୟତଃ ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ ।  ଏହି ଝିଟିପିଟିକୁ ଲୋକମାନେ ସାଧାରଣ ପ୍ରାଣୀ ଭାବି ଏହାକୁ  ଅଣଦେଖା କରିଥାନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ଏହି ଝିଟିପିଟିର ଅନେକ ମହତ୍ଵ ରହିଅଛି । ଦୀପାବଳୀ ଦିନ ଯଦି ଘରେ ଝିଟିପିଟି ଦେଖାଯାଇଥାଏ । ତେବେ ଏହାକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ କୁହାଯାଇଥାଏ । ଝିଟିପିଟିକୁ ଦେଖିବା ଦ୍ଵାରା ଆପଣଙ୍କ ଜୀବନରେ ଏହାର କ’ ଣ ମହତ୍ଵ ରହିଅଛି । ସେହି ବିଷୟରେ ସବିଶେଷ ଆଲୋଚନା କରିବା ।

ଯଦି ଘରେ ସନ୍ଧ୍ୟା ସମୟରେ ଠାକୁର ପୂଜା କରିଥିବା ବେଳେ  ଝିଟିପିଟି ଦେଖୁଛନ୍ତି । ତେବେ ଠାକୁର ଘରୁ ଚାଉଳ ଓ ସିନ୍ଦୁର ଆଣି ନିଜ ମନରେ ଥିବା କାମନାକୁ ଝିଟିପିଟିକୁ ଜଣାଇ ଝିଟିପିଟି ଉପରକୁ ସେହି ଜିନିଷକୁ ଫୋପାଡନ୍ତୁ । ଏହା ଦ୍ଵାରା ଆପଣଙ୍କ ମନସ୍କାମନା ପୂରଣ ହେବ । ଝିଟିପିଟିକୁ ପୂଜା ଅର୍ଚନା କରିବା ଦ୍ଵାରା ଧନ ସମ୍ବଦ୍ଧୀୟ ସମସ୍ଯା ଦୂର ହୋଇଥାଏ । ଯଦି ଆପଣଙ୍କ ଘର ସଫସୁତୁରା କରିବା ସମୟରେ ଘରେ ମୃତ ଝିଟିପିଟିକୁ ଦେଖନ୍ତି ।

ତେବେ ଏହା ଘର ପାଇଁ ବହୁତ ଅଶୁଭ ହୋଇଥାଏ । ତେଣୁ ଏହି ମୃତ ଝିଟିପିଟିକୁ ନେଇ ଏକ ଗାତ ଖୋଳି ପୋତି ଦେବା ଉଚିତ । ଯାହା ଦ୍ଵାରା ଆପଣ ହତ୍ୟା ଦୋଷରୁ ମୁକ୍ତି ପାଇଯିବେ ଓ ମା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧ ପ୍ରକାଶ କରିବେ ନାହିଁ । ଯଦି ଖାଉଥିବା ସମୟରେ ଝିଟିପିଟିର ଶବ୍ଦ ଶୁଣିବାକୁ ପାଇଥାନ୍ତି । ତେବେ ଏହା ଶୁଭ ସଂକେତ ହୋଇଥାଏ ।

ଅଚାନକ ଆପଣଙ୍କ ଜୀବନରେ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଥାଏ ।ଯଦି ଦୁଇଟି ଝିଟିପିଟି ଏକାଠି ହୋଇ ରହିଥିବାର ଦେଖିବାକୁ ଆପଣଙ୍କୁ ମିଳିଥାଏ । ତେବେ ଆପଣ ଖୋଜୁଥିବା ସାଥି ସହିତ କିମ୍ବା କୌଣସି ପୁରୁଣା ବନ୍ଧୁ ସହିତ ଆପଣଙ୍କର ଭେଟ ହୋଇପାରେ । ଯଦି ଶୋଇଥିବା ବେଳେ ସ୍ଵପ୍ନରେ ଆପଣ ମରିଯାଇଥିବା ଝିଟିପିଟି ଦେଖିବାକୁ ପାଇଥାନ୍ତି । ତେବେ ଆପଣଙ୍କ ଆଗାମୀ ଜୀବନରେ କିଛି ଖରାପ ସମୟ ଆସିବାର ସଂକେତ ଦେଇଥାଏ ।

ଖାଉଥିବା ସମୟରେ ଝିଟିପିଟିକୁ ଦେଖିବେ, ତେବେ ବହୁତ ଭଲ କିଛି ଜୀବନରେ ଘଟିବା ପାଇଁ ଯାଉଛି କିନ୍ତୁ ଖାଇବା ସମୟରେ ଝିଟିପିଟି ଆପଣଙ୍କ ଗୋଡରେ ପଡିଯାଏ । ତେବେ ସ୍ଵାସ୍ଥ ସମ୍ବଦ୍ଧୀୟ କିଛି ସମସ୍ଯା ଆପଣ ଭୋଗିପାରନ୍ତି । କୌଣସି କଥା କହୁଥିବା ସମୟରେ ଯଦି ଝିଟିପିଟି ଶବ୍ଦ କରିଥାଏ । ତେବେ ଯାହା ଆପଣ କହୁଥାନ୍ତି ତାହା ସତ୍ୟ ହେବ ବୋଲି ଝିଟିପିଟି ସୂଚନା ଦେଇଥାଏ ।

ଝିଟିପିଟି କୌଣସି କୀଟପତଙ୍ଗ ଖାଉଥିବା ସମୟରେ ଯଦି ଆପଣ ସେହି ଦୃଶ୍ୟ ଦେଖିଥାନ୍ତି । ତେବେ ଆପଣଙ୍କ ଘରକୁ ଧନ ଆସିବା ସହ ଧନକ୍ଷତି ହେବାର ସୂଚନା ମଧ୍ୟ ମିଳିଥାଏ । ଯଦି କୌଣସି କାର୍ଯ୍ୟ ପାଇଁ ଘରୁ ବାହାରିବା ସମୟରେ ଦୁଇଟି ଝିଟିପିଟି ଲଢେଇ କରୁଥିବାର ଦେଖନ୍ତି । ତେବେ ସେହି କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ବହୁତ କମ୍ ଥାଏ । ମଥାରେ ଝିଟିପିଟି ପଡିବା ଦ୍ଵାରା ଧନର ଆଗମନ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *