ଯଦି ବିନା କାରଣରେ କେହି ତୁମର ଅନିଷ୍ଟ କରୁଛି ତେବେ କଣ କରିବେ ? ନିଶ୍ଚୟ ଜାଣି ରଖନ୍ତୁ- Ajira Anuchinta

ବନ୍ଧୁଗଣ, ବର୍ତ୍ତମାନ ଏହି କଳିଯୁଗରେ ଜଣେ ଜଣକୁ ବିନା କାରଣରେ କଷ୍ଟ ଦେଇଥାଏ । ଏବଂ ବିନା କାରଣରେ ତାହାର ଅନିଷ୍ଟ କରିଥାଏ । ଆପଣ ମାନଙ୍କ ସହ ମଧ୍ୟ ଏହି ଘଟଣା ନିଶ୍ଚିତ ଘଟିଥିବ । ଯଦି ଆପଣଙ୍କୁ ବିନା କାରଣରେ କେହି କଷ୍ଟ ଦେଇଥାଏ, ତେବେ ଆମେ କଣ କରିବ ଉଚିତ ହୋଇଥାଏ । ତେବେ ଚାଲନ୍ତୁ ଏହି ବିଷୟରେ ସମ୍ପୂର୍ଣ ବିବରଣୀ ଜାଣିବା ଯଦି ବିନା କାରଣରେ ଆପଣଙ୍କୁ କେହି କଷ୍ଟ ଦେଉଛି ଏହି ଉତ୍ତର ଜାଣିବା ପୂର୍ବରୁ ଆପଣଙ୍କୁ କିଛି ପ୍ରକୃତିର ସତ୍ୟକୁ ଜାଣିବା ନିହାତି ଦରକାର ।

ଏହା ହୋଇନି କି ହୋଇ ପାରିବ ନାହିଁ କିଛି ଭୁଲ ନଥାଇ ଆପଣଙ୍କୁ କେହି କଷ୍ଟ ଦେଇପାରିବେ । କେହି ମଧ୍ୟ କ୍ଷତି କରିପାରିବେ ନାହିଁ । ବର୍ତ୍ତମାନ ଭୁଲ ଆପଣ କରି ନଥିବେ କିନ୍ତୁ ଭୁଲ ଅତୀତରେ କିମ୍ବା ପୂର୍ବ ଜନ୍ମରେ ନିଶ୍ଚିତ କରିଥିବେ । ପୂର୍ବ ଜନ୍ମରେ କିଛି ଖରାପ କର୍ମ ହେଉ କିମ୍ୱା ଭଲ କର୍ମ କରିଥାନ୍ତି, ଯଦି ଅଚାନକ ଆପଣଙ୍କ ମୃ-ତ୍ୟୁ ହୋଇଯାଇଥାଏ ତେବେ ଭାବନ୍ତୁ ନାହିଁ ଯେ ସବୁ ହିସାବ କିତାବ ଶେଷ ହୋଇଯାଇଛି ।

ଆପଣ ବସ୍ତ୍ର ବଦଳାଇ ଦେଇପାରନ୍ତି କିମ୍ବା ସ୍ଥାନ ବଦଳାଇ ପାରନ୍ତି କିନ୍ତୁ ଯେଉଁ ଲୋକ ସହ ଆପଣଙ୍କର ଭଲ ମନ୍ଦ ଯୋଡ଼ି ହୋଇଯାଇଛି ଆପଣ ନ ଚାହିଁଲେ ମଧ୍ୟ ଆପଣଙ୍କୁ ଉଚିତ ସମୟରେ ମିଳିବ । ଯଦି ଜଣଙ୍କ ପାଖରେ ଧନ ଅଛି, ବଳ ଅଛି ଓ ଆପଣଙ୍କୁ ଦୁର୍ବଳ ଭାବି ଅତ୍ୟାଚାର କରୁଛି ତେବେ ଆପଣ କେବେବି ଭାବନ୍ତୁ ନାହିଁ କି ତାହାର ହିସାବ କେହି ରଖୁ ନାହାନ୍ତି ।

ତାହାର ସବୁ ହିସାବ ରଖା ଯାଉଛି । ସେ ଯେତିକି ଦୁଃଖ ଆପଣଙ୍କୁ ଦେଇଛି ତାହାର ହିସାବ ଅପଣଙ୍କ ସହ ଯୋଡା ହୋଇଛି । ଆପଣଙ୍କୁ ସେ ଯେତିକି ଅତ୍ୟାଚାର କରିଛି, ଆପଣ ମଧ୍ୟ ତାକୁ ସେତିକି ଦୁଃଖ ଦେବେ । ମାଧ୍ୟମ ଅଲଗା ହୋଇପାରେ ଓ ସମୟ ଅଲଗା ହୋଇପାରେ । କିନ୍ତୁ ଆପଣଙ୍କ ଦ୍ଵାରା ହିଁ ହେବ । ଆପଣ ନ ଚାହିଁଲେ ମଧ୍ୟ ହେବ । ତାହା ହେଉଛି ପ୍ରକୃତିର ନିୟମ । ତାହାକୁ କେହି ବି ବଦଳାଇ ଦେଇପାରିବେ ନାହିଁ । ମଣିଷର କର୍ମ ଖାତାରେ କେବେବି ଭୁଲ ହୁଏନାହିଁ । ମଣିଷ ଯେମିତି କର୍ମ କରିବ ସେମିତି ଫଳ ପାଇବ ।

ଆପଣ ମାନେ ଅଧିକାଂଶ ସମୟରେ ଏହା ଚିନ୍ତା କରି ଦୁଃଖୀ ରହୁଛନ୍ତି ଯେ ମୁଁ ସେହି ଲୋକର କିଛି କ୍ଷତି କରିନାହିଁ କିନ୍ତୁ ସେ ଲୋକ ମୋତେ ଏତେ ଅପମାନ ଦେଉଛି ଓ ମୋର ଅନିଷ୍ଟ କରୁଛି । କିନ୍ତୁ ଆପଣମାନେ ଏହା ଚିନ୍ତା କରି ବ୍ୟସ୍ତ ହୁଅନ୍ତୁ ନାହିଁ । ଯିଏ ଯେମିତି କର୍ମ କରିବ ସେ ତାହାର ଫଳ ନିଶ୍ଚିତ ଭୋଗିବ । ତା କଥାକୁ ଆପଣ ଭଗବାନଙ୍କ ଉପରେ ଛାଡ଼ି ଦିଅନ୍ତୁ । ଯଦି ଆପଣ ସେହି ଲୋକକୁ ଉତ୍ତର ଦେବାକୁ ଚେଷ୍ଟା କରିବେ କିମ୍ବା ପ୍ରତିକାର କରିବା ପାଇଁ ଚେଷ୍ଟା କରିବେ ତେବେ ଆପଣ ତା ସହ ଯୋଡ଼ି ହୋଇଯିବେ । ତାହାର କର୍ମ ସହ ଆପଣଙ୍କ କର୍ମ ଯୋଡ଼ି ହୋଇଯିବ ।

ଆପଣ ମାନେ ଭାବୁଥିବେ ଉପଦେଶ ଦେବା ବହୁତ ସହଜ କିନ୍ତୁ ତାହା କର୍ମରେ କରିବା ବହୁତ କଷ୍ଟ । ବର୍ତ୍ତମାନ ପରିସ୍ଥିତିରେ ସମସ୍ତେ ଏହା କରିପାରିବେ ନାହିଁ । କିନ୍ତୁ ଆପଣଙ୍କୁ ଯଦି ବିନା କାରଣରେ କେହି କଷ୍ଟ ଦେଉଛି ତେବେ ସେହି ମୁହୂର୍ତ୍ତରେ ଆପଣ ତାକୁ କିଛି କୁହନ୍ତୁ ନାହିଁ । ଆପଣ ଚୁପ ରହି ଭଗବାନଙ୍କ ଉପରେ ଛାଡ଼ି ଦିଅନ୍ତୁ । ଆଗରୁ କେବେବି କୌଣସି କଥା ଭାବିକି ରଖନ୍ତୁ ନାହିଁ । ଆପଣ ସତପଥ ରେ ରହି ସବୁକିଛି ଭଗବାନଙ୍କ ଉପରେ ଛାଡ଼ି ଦିଅନ୍ତୁ । ଭଗବାନ ନିଶ୍ଚିତ ଆପଣଙ୍କୁ ମାର୍ଗଦର୍ଶନ କରାଇବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *