ଯଦି ଆପଣଙ୍କୁ ମିଳୁଛି ଏହି 7 ଟି ସଂକେତ, ତ ଜାଣି ନିଅନ୍ତୁ ଆପଣଙ୍କ ସହିତ ଅଛନ୍ତି କୌଣସି ଦିବ୍ୟ ଶକ୍ତି, ବହୁତ ଜଲ୍ଦି ବଦଳିବ ଭାଗ୍ୟ

ବନ୍ଧୁଗଣ, ଆପଣ କେମିତି ଜାଣିବେ ଯେ ଆପଣଙ୍କ ପାଖକୁ କେହି ଦିବ୍ୟ ଶକ୍ତି ଆସୁଛି ? ସେ ମାତା କାଳୀ ହୁଅନ୍ତୁ କିମ୍ବା ମହାବୀର ହନୁମାନଜୀ ଓ ମହାପ୍ରଭୁ ଗୋରେଖନାଥ । ଆପଣଙ୍କର ଇଷ୍ଟ ଦେବ ହନୁମାନ ହୁଅନ୍ତୁ କିମ୍ବା ଶଙ୍କର ଭଗବାନ ତାଙ୍କ ଶକ୍ତି ଆପଣଙ୍କ ପାଖକୁ ଆସୁଛି ଯଦି ଆପଣ କେମିତି ଜାଣିବେ ? ଆଜି ଆମେ ଆପଣଙ୍କୁ ୭ ଟି ଏମିତି ଲକ୍ଷଣ ବିଷୟରେ ଜଣାଇବୁ ଯାହାଦ୍ଵାରା ଆପଣ ଜାଣି ପାରିବେ କେଉଁ ମାତା କିମ୍ବା ଦେବତାଙ୍କ ଶକ୍ତି ଆପଣଙ୍କ ପାଖକୁ ଆସୁଅଛି । ତେବେ ଚାଲନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ଭାବେ ଜାଣିବା ।

୧:- ଭକ୍ତ ପାଖରେ କୌଣସି ଦେବୀ କିମ୍ବା ଦେବତା ଙ୍କ ଶକ୍ତି ଥିଲେ ପ୍ରଥମେ ପୂଜା କରିବା ସମୟରେ ସେ ଭକ୍ତକୁ ବାସନା ହେବ ଓ ଶରୀରର କାନ୍ଧରେ କେହି ବସିଗଲା ଭଳି ଲାଗିବ ଏବଂ ଶରୀର ଓଜନ ଲାଗିବ । ଶରୀରର ବହୁତ ଭାରୀ ହୋଇଗଲା ଭଳି ଲାଗିବ । ଏହାଦ୍ୱାରା ଆପଣ ଜାଣି ପାରିବେ ଆପଣଙ୍କ ପାଖରେ କେଉଁ ଦେବତା କିମ୍ବା ମାତା ଙ୍କ ଶକ୍ତି ଅଛି ।

୨:- ଅଚାନକ ଭାବରେ ସୁବାସ ହେବା, ଯଦି ଆପଣଙ୍କ ପାଖରେ କୌଣସି ଦେବୀ କିମ୍ବା ଦେବତାଙ୍କ ଶକ୍ତି ଥାଏ ତେବେ ଆପଣଙ୍କ ଆଖ ପାଖରେ ଅଚାନକ ଭାବରେ ସୁଗନ୍ଧିତ ବାସ୍ନା ହେବାକୁ ଲାଗିଥାଏ । ଗୋଲାପ କିମ୍ବା ଚମ୍ପାର ବାସ୍ନା ମଧ୍ୟ ହୋଇଥାଏ । ଏହା ଏକ ଲକ୍ଷଣ ମଧ୍ୟ ହୋଇଥାଏ ।

୩:- ସପନରେ ଦେବତାଙ୍କୁ ଦେଖିବା କିମ୍ବା କୌଣସି ତୀର୍ଥସ୍ଥାନ ଓ ମନ୍ଦିର ଦେଖିବା, ଭକ୍ତ ବେଳେବେଳେ ଆକାଶରେ ଉଡ଼ିବାର ସ୍ଵପ୍ନ ମଧ୍ୟ ଦେଖିଥାଏ । ଯାହାଙ୍କ ପାଖରେ କିଛି ଦିବ୍ୟ ଶକ୍ତି ଥାଏ ସେମାନେ ଏହିଭଳି ସ୍ଵପ୍ନ ଦେଖିଥାଆନ୍ତି ।

୪:- ଚରିତ୍ର ରେ ପରିବର୍ତ୍ତନ ଆସିବା, ଭକ୍ତ ପାଖରେ ଦିବ୍ୟ ଶକ୍ତି ଥିଲେ ସେ ବହୁତ ଚରିତ୍ରବାନ ହୋଇ ଯାଇଥାଏ । ଦିନକୁ ଦିନ ତାହାର ସ୍ଵଭାବ ବହୁତ ବଦଳିବାକୁ ଲାଗିବ ସେ କାହା ସହ ଛଳ କପଟ କରି ପାରିବ ନାହିଁ । କାହାର ଖରାପ ଚିନ୍ତା ମଧ୍ୟ କରି ନଥାଏ । ସେହି ଭକ୍ତ ସମସ୍ତଙ୍କର ହିତ ପାଇଁ ଚିନ୍ତା କରିଥାଏ ।

୫:- ଅଚାନକ କାହାର ଅୱାଜ କିମ୍ବା ଶବ୍ଦ ଶୁଭିବା । ଯେଉଁ ଭକ୍ତ ପାଖରେ ଦେବୀ ଦେବତାଙ୍କ ଶକ୍ତି ଥାଏ ତାକୁ ପୂଜା କରିବା ସମୟରେ ଅଚାନକ କାହାର ଶବ୍ଦ ଶୁଭିଥାଏ କିମ୍ବା ଶୋଇବା ସମୟରେ ମଧ୍ୟ ଅଚାନକ ଶବ୍ଦ ଶୁଭି ଥାଏ ।

୬:- ଯଦି କୌଣସି ଭକ୍ତ ପାଖରେ ଦୈବୀ ଶକ୍ତି ଥାଏ ତେବେ ତାହାକୁ ପୂର୍ବାଭାସ ହୋଇ ଯାଇଥାଏ । ଆଗକୁ କଣ ଘଟଣା ଘଟିବାର ଅଛି ଭକ୍ତକୁ ପୂର୍ବରୁ ଆଭାସ ହୋଇ ଯାଇଥାଏ ।

୭:- ପ୍ରତିଦିନ ଭୋର ୨ ଟା ରୁ ୫ ଟା ଭିତରେ ନିଦ ଭାଙ୍ଗିବା ଦ୍ଵାରା ମଧ୍ୟ ଜଣା ପଡ଼ିଥାଏ କି ଆପଣଙ୍କ ପାଖରେ କିଛି ଦୈଵୀ ଶକ୍ତି ଅଛି । କିନ୍ତୁ ଏହା ମାସକୁ ୨୦ ଥର ଯଦି ନିଦ ଭାଙ୍ଗେ ତେବେ ଏହା ସାର୍ଥକ ହୁଏ । ଯିଏ ବିଳମ୍ବିତ ରାତିରେ ଶୁଅନ୍ତି ତାଙ୍କର ନିଦ ଭାଙ୍ଗିବା ଦ୍ଵାରା ଏହା ସାର୍ଥକ ହୋଇନଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *