ନମସ୍କାର ବନ୍ଧୁଗଣ, ହୋଲି ପର୍ବକୁ ସମସ୍ତେ ବେସ ଧୁମ ଧାମରେ ପାଳନ କରୁଥିବା ବେଳେ ଆପଣ ଯାଇ ବାଇ କେବଳ ଗୋଟିଏ ଗଛକୁ ଛୁଇଁ ଆସନ୍ତୁ ଆପଣଙ୍କ ଟଙ୍କା ଆସିବାର ଦ୍ଵାର ଖୋଲିଯିବ ଆପଣଙ୍କ ପାଇଁ । କାରଣ ସେହି ଗଛକୁ ସ୍ଵୟଂ ନୃସିଂହ ଭଗବାନଙ୍କର ଆଶୀର୍ବାଦ ମିଳିଛି । ହୋଲି ଦିନ ସେହି ଗଛ ସକ୍ରିୟ ଥାଏ ବା ଜୀବନ୍ତ ଥାଏ ତେଣୁ ଯଦି ସେହିଦିନ ଆପଣ ସେହି ଗଛକୁ ସ୍ପର୍ଶ କରିବେ ତେବେ ସେହି ଗଛ ଆପଣଙ୍କ ମନସ୍କାମନାକୁ ପୁରା କରିଦେବ । ତେବେ ଆସନ୍ତୁ ଜାଣିବା ସେହି ଚମତ୍କାରୀ ଗଛ ସମ୍ପର୍କରେ ।
ନୃସିଂହ ଭଗବାନ ସେହି ଗଛକୁ ବରଦାନ ଦେଇଥିଲେ ଆଉ କହିଥିଲେ ହୋଲି ଦିନ ମୁଁ ତୁମ ଦେହରେ ନିବାସ କରିବି । ତେଣୁ ଏହି ପବିତ୍ର ହୋଲିଦିନ ଆପଣ ଏହି ଗଛକୁ ଛୁଇଁବା ଦ୍ଵାରା ଆପଣଙ୍କ ଦୁଃଖ କଷ୍ଟ ଦୂରେଇଯିବ । ତେବେ ଆପଣ ଏହି ବୃକ୍ଷକୁ ନେଇକି ଯିବା ପୂର୍ବରୁ ଆପଣଙ୍କ ସାଙ୍ଗରେ ଏକ ନଡିଆ ନେଇକି ଯିବା ଆବଶ୍ୟକ । ଏବଂ ଆପଣଙ୍କୁ ପଞ୍ଚୋଟି ଚିନିବାଲା ଖଜା ନେବାକୁ ପଡିବ ।
ଏହା ସହିତ ଆପଣଙ୍କୁ ଏକ ଲାଲ କପଡା ମଧ୍ୟ ନେବାକୁ ପଡିବ । ଆପଣ ନେଇଥିବା ନଡିଆକୁ ଏହି ଗଛକୁ ଦେଖାଇବେ । ଏବଂ ନେଇଥିବା ଚିନି ଖଜାକୁ ଆପଣ ଏକ ପାତ୍ର କିମ୍ବା ଠୋଲି ରଖି ଗଛ ସାମ୍ନାରେ ଥୋଇ ଦିଅନ୍ତୁ । ଆପଣ ଚାହିଁଲେ ପାଞ୍ଚୋଟି ଧୂପକାଠି ମଧ୍ୟ ଜଣାଇପାରିବେ । ଏହାପରେ ଆପଣଙ୍କୁ ଏହି ବୃକ୍ଷକୁ ପ୍ରାଥନା କରିବା ପାଇଁ ପଡିବ ।
କହିବାକୁ ପଡିବ ହେ ଭଗବାନ ଆପଣ ଆମର ଗରିବ ଜୀବନ ନିର୍ଧନ ଜୀବନକୁ ଆପଣ ଦୂର କରନ୍ତୁ । କାରଣ ଆଜି ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଏବଂ ଭଗବାନ ନୃସିଂହ ନିବାସ କରିଥାନ୍ତି । ଆପଣଙ୍କ ଭିତରେ ନିବାସ କରୁଥିବା ଦୁଇଟି ଦିବ୍ୟ ଶକ୍ତିକୁ ମୁଁ ନିବେଦନ କରୁଛି ଆପଣ ଆମ ଗରିବ ଜୀବନକୁ ଦୂରେଇବା ସହ ଚାଲୁଥିବା ସମସ୍ୟାକୁ ଦୂର କରନ୍ତୁ ।
ଏହିଭଳି ଭାବରେ ଆପଣ ନିବେଦନ କରନ୍ତୁ । ପ୍ରାଥନା କରିବା ପରେ ଯାଇ ଆପଣ ବୃକ୍ଷକୁ ଛୁଇଁବାର ଅନୁମତି ମାଗିବା ପରେ ଯାଇ ବୃକ୍ଷକୁ ସ୍ପର୍ଶ କରନ୍ତୁ । ଏହାପରେ ଆପଣଙ୍କୁ ଏହି ଗଛର ଏକ ଫଳକୁ ଲାଲ କପଡାରେ ବାନ୍ଧି ଆପଣଙ୍କ ସହ ଆଣିବାକୁ ପଡିବ । ଆଉ ଧ୍ୟାନ ରଖିବେ ଆସିବା ସମୟରେ ପଛକୁ ବୁଲିକି ଚାହିଁବା ଅନୁଚିତ ।
ସିଧା ଘରକୁ ଆସିବେ । ତେବେ ହୋଲି ଦିନ ଦିବ୍ୟ ଶକ୍ତି ବାସ କରୁଥିବା ସେହି ବୃକ୍ଷଟି ହେଉଛି ଡିମ୍ବିରି ଗଛ । ଆପଣଙ୍କୁ ଏହି ଉପାୟଟିକୁ ରାତି 12ଟା ସମୟରେ ଯାଇ କରିବାକୁ ପଡିବ । ଆଉ ଏହି ଗଛର ଏକ ଫଳ ନିଜ ସହ ଆଣିବାକୁ ପଡିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।