Jyotish Shastra- କଣ ଆପଣଙ୍କ ହାତରେ ବି ଅଛି ଏହିପରି “X” ଚିହ୍ନ, ତ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା

ନମସ୍କାର ବନ୍ଧୁଗଣ ଆପଣ ନିଜ ହାତକୁ ଧ୍ୟାନର ସହିତ ଦେଖିଲେ ଜାଣି ପାରିବେ କି ଆପଣ ଙ୍କ ହାତରେ କିଛି ବଡ଼ ବଡ଼ ରେଖା ସହ କିଛି ଛୋଟ ଛୋଟ ରେଖା ଗୁଡିକ ମଧ୍ୟ ରହିଛି ।

ସେହି ରେଖା ଗୁଡିକ ଆମ ଜୀଵନ ରେ ବହୁତ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରିଥାଏ । ଏହି ରେଖା ରୁ ବେଳେ ବେଳେ ଅନେକ ଚିହ୍ନ ମଧ୍ୟ ପ୍ରସ୍ତୁତ ହୋଇଥାନ୍ତି ଯାହା ଆମ ପାଇଁ କିଛି ଶୁଭ ଥାଏ ଏବଂ କିଛି ଅଶୁଭ ଥାଏ । ହସ୍ତ ସାମୁଦ୍ରିକ ଶାସ୍ତ୍ର ରେ ଶଙ୍ଖ,ଚକ୍ର, ସ୍ୱସ୍ତିକ, ତ୍ରିଶୁଳ, କ୍ରସ, ପଦ୍ମ ଆଦି ଚିହ୍ନ କୁ ବହୁତ ମହତ୍ତ୍ୱ ପୂର୍ଣ କୁହାଯାଇଛି । ହସ୍ତ ସାମୁଦ୍ରିକ ଶାସ୍ତ୍ର ରେ ଏହି ଚିହ୍ନ ଗୁଡିକ ର କିଛି ରହସ୍ୟ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି ତେବେ ଆସନ୍ତୁ ସେହି ଉପରେ ବିସ୍ତାର ପୂର୍ବକ ଚର୍ଚ୍ଚା କରିବା ।

୧- ପ୍ରଥମ କଥା ଯେଉଁ ଲୋକଙ୍କ ହାତରେ କୌଣସି ବି ସ୍ଥାନରେ ଯଦି ଶଙ୍ଖ ର ଚିହ୍ନ ରହିଥାଏ ତେବେ ତାହା ବହୁତ ଶୁଭ ଅଟେ । ସେମାନେ ସୌଭାଗ୍ୟଶାଳୀ ଥାଆନ୍ତି । ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଙ୍କୁ ଶଙ୍ଖ ଚିହ୍ନ ବହୁତ ପସନ୍ଦ । ତେଣୁ ହାତରେ ଶଙ୍ଖ ର ଚିହ୍ନ ରହିବା ଅତି ଶୁଭ ଅଟେ । ଏହି ବ୍ୟକ୍ତି ମାନଙ୍କ ଜୀଵନ ଐଶ୍ୱର୍ଯ୍ୟ ରେ ଭରି ରହିଥାଏ ସେମାନେ ସମସ୍ତ ସୁଖ ସୁବିଧା ପାଇଥାନ୍ତି । ଜୀଵନ କୁ ଖୁସି ରେ ଅତିବାହିତ କରିଥାନ୍ତି ।

୨- ଦ୍ୱିତୀୟ ରେ ହେଉଛି ଯେଉଁ ଲୋକ ମାନଙ୍କ ହାତରେ ମାଛ ର ଚିହ୍ନ ମଧ୍ୟ ଦେଖିବାକୁ ମିଳିଥାଏ । ହାତରେ ଏହି ଚିହ୍ନ ରହିଲେ ଶୁଭ ଫଳ ମଧ୍ୟ ମିଳିଥାଏ । ଏହି ବ୍ୟକ୍ତି ମାନେ ନିଜ କ୍ଷେତ୍ରରେ ବହୁତ ପ୍ରସିଦ୍ଧ ଏବଂ ବଳଶାଳୀ ହୋଇଥାନ୍ତି । ନିଜର କଠିନ ପରିଶ୍ରମ ରେ ହିଁ ନାମ ଏବଂ ଧନ କୁ ପ୍ରାପ୍ତ କରିଥାନ୍ତି ।

୩- ତୃତୀୟ ରେ ହେଉଛି ଯେଉଁ ମାନଙ୍କ ହାତରେ ତ୍ରିଶୁଳ ଚିହ୍ନ ଦେଖିବାକୁ ମିଳିଥାଏ ସେମାନେ ମଧ୍ୟ ଭାଗ୍ୟଶାଳୀ ଅଟନ୍ତି । ତ୍ରିଶୁଳ ଭଗବାନ ଶିବଙ୍କ ଅସ୍ତ୍ର । ହାତରେ ତ୍ରିଶୁଳ ଚିହ୍ନ ରହିଲେ ସେହି ବ୍ୟକ୍ତି ଧନ ପ୍ରାପ୍ତ କରିଥାଏ ଜୀଵନ ରେ ଖୁସି ରେ ଏବଂ ଆନନ୍ଦ ରେ ରହିଥାଏ ।

୪- ଚତୁର୍ଥ କଥା ଟି ହେଉଛି ଯେଉଁ ମାନଙ୍କ ହସ୍ତ ରେ ଇଂରାଜୀ ଅକ୍ଷର X ଚିହ୍ନ ଥାଏ ତେବେ ଏହାର ଫଳ ଶୁଭ ହିଁ ମିଳିଥାଏ କିନ୍ତୁ ଏହା ବହୁତ କମ ଲୋକଙ୍କ ହାତରେ ଦେଖିବାକୁ ମିଳିଥାଏ । ଏହି ଚିହ୍ନ ରହିଲେ ସେହି ବ୍ୟକ୍ତି ବହୁତ ସାହସୀ ଏବଂ ପରାକ୍ରମୀ ସହ ବହୁ ଲୋକପ୍ରିୟ ମଧ୍ୟ ହୋଇଥାନ୍ତି ।

୫- ପଞ୍ଚମ ରେ ହେଉଛି ଆମ ହାତରେ ତିନୋଟି ପ୍ରମୁଖ ରେଖା ରହିଥାଏ ହୃଦୟ ରେଖା,ମସ୍ତିଷ୍କ ରେଖା ଏବଂ ଆୟୁଷ ରେଖା । ଯଦି କୌଣସି ବ୍ୟକ୍ତି ର ହାତରେ ଥିବା ହୃଦୟ ରେଖା ଏବଂ ମସ୍ତିଷ୍କ ରେଖା ମଧ୍ୟରେ X ଚିହ୍ନ ହୋଇଥାଏ ତେବେ ସେହି ବ୍ୟକ୍ତି ଭିତରେ ଜନ୍ମଜାତ ନେତୃତ୍ୱ ଗୁଣ ମାନ ଭରି ରହିଥାଏ । ଏମାନେ ଅନ୍ୟ ର ସାହାଯ୍ୟ କରିବା ପାଇଁ ସବୁବେଳେ ଆଗଭର ରହିଥାନ୍ତି ଏବଂ ସାହାଯ୍ୟ ମଧ୍ୟ କରିଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *