ହାତର ଛୋଟ ଆଙ୍ଗୁଠି ବା କାଣୀ ଆଙ୍ଗୁଠି କହିଦେବ ପୁରା ଜୀବନର ରହସ୍ୟ ! ଦେଖନ୍ତୁ କଣ କହୁଛି ଆପଣଙ୍କ କାଣୀ ଆଙ୍ଗୁଠି ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ହାତର ଛୋଟ ଆଙ୍ଗୁଳି ବିଷୟାରେ କିଛି ଖାସ କଥା କହିବାକୁ ଯାଉଛୁ । ଏହା ଦ୍ଵାରା ଆପଣ ନିଜ ବିଷୟରେ ଜାଣିବା ସହ ଅନ୍ୟ ମାନଙ୍କର ହାତର ଛୋଟ ଆଙ୍ଗୁଳି ବିଷୟାରେ କିଛି ଜରୁରୀ କଥା ଜାଣି ପାରିବେ । ଯେଉଁ ବ୍ୟକ୍ତିର କାଣୀ ଆଙ୍ଗୁଠି ଅନାମିକା ଆଙ୍ଗୁଠିର ବରାବର ହୋଇଥାଏ ଏଭଳି ଲୋକଙ୍କ ବିଷୟରେ ସାମୁଦ୍ରିକ ଶାସ୍ତ୍ରରେ କୁହା ଯାଇଛି କି ମାନେ ଧନବାନ ହୋଇଥାନ୍ତି । ଏମାନେ ନିଜର କଥା ଜରିଆରେ ଅନ୍ୟକୁ ଆକର୍ଷିତ କରିଥାନ୍ତି । ଏମାନଙ୍କ ଠାରେ ତର୍କ କରିବାର ଶକ୍ତି ଗଜବ ପ୍ରକାରର ରହିଛି ।

ଏମାନେ ଯେଉଁ କାମରେ ଆନନ୍ଦ ପାଇଥାନ୍ତି ନାହି ସେହି କାମକୁ ଅଧାରୁ ଛାଡି ଦେଇଥାନ୍ତି । ଅନେକ ସମୟରେ ଏମାନେ ନିଜର କାମ କରିଥାନ୍ତି ଯେଉଁଥିରେ ସେମାନଙ୍କର କୌଣସି ମଜବୁରି ରହିଥାଏ । ଶାସ୍ତ୍ରରେ ଏଭଳି ବ୍ୟକ୍ତିଙ୍କୁ ଅଳସୁଆ ବ୍ୟକ୍ତି ମଧ୍ୟ କୁହାଯାଏ । ଏମାନଙ୍କର କାଳ୍ପନିକ ଦୁନିଆ ଏତେ ବଡ ହୋଇଥାଏ ଯାହାର ଅନୁମାନ କେହି କରିପାରନ୍ତି ନାହି ।

ଯେଉଁ ବ୍ୟକ୍ତିଙ୍କର କାଣୀ ଆଙ୍ଗୁଠି ଅନାମିକା ଆଙ୍ଗୁଠିର ଉପର ଭାଗକୁ ରହିଥାଏ ସେଭଳି ବ୍ୟକ୍ତିଙ୍କୁ ସାମୁଦ୍ରିକ ଶାସ୍ତ୍ରରେ ଅନୁଯାୟୀ ଏମାନଙ୍କୁ ବୁଦ୍ଧିମାନ ସହ ଆତ୍ମବିଶ୍ଵାସୀ ମାନା ଯାଇଛି । ଏମାନେ କୌଣସି କାମକୁ ଖୁବ କମ ପରିଶ୍ରମ କରି ଅଧିକ ଲାଭ କରିଥାନ୍ତି । ଏମାନେ ସାଧାରଣ କାମ କରି ଯଶ ହାସଲ କରିଥାନ୍ତି ଯାହାକୁ ସେମାନେ ପ୍ରଥମ ଥର କରିଛନ୍ତି ବୋଲି ଅନୁଭବ କରିଥାନ୍ତି । ଏମାନଙ୍କର ଭାଗ୍ୟ ସଂପୂର୍ଣ୍ଣ ସହଯୋଗ ଦେଇଥାଏ ।

ଏମାନେ ନିଜକୁ କେମିତି ଆଗକୁ ନେବେ ତାହା ଉପର ସର୍ବଦା ଚିନ୍ତା କରିଥାନ୍ତି । ଯେଉଁ କାମକୁ ପୁରା କରିବାକୁ ମନସ୍ଥ କରିଥାନ୍ତି ଏମାନେ ତାହା ପୁରା କରିଥାନ୍ତି । ଏମାନେ ଦିନ ରାତି ଏକ କରି କାମ ପୁରା କରିଥାନ୍ତି । ସମୟ ଅନୁସାରେ ବହୁତ ଚଞ୍ଚଳତା ଏମାନଙ୍କ ଠାରେ ରହିଥାଏ ।

ଯେଉଁ ବ୍ୟକ୍ତିର କାଣୀ ଆଙ୍ଗୁଠି ଅନାମିକା ଆଙ୍ଗୁଠି ର ତୃତୀୟ ଭାଗରୁ ତଳ ଆଡକୁ ରହିଥାଏ ଶାସ୍ତ୍ର ଅନୁଯାୟୀ ସେମାନେ ସାଧାରଣ ବ୍ୟକ୍ତିଙ୍କ ଶ୍ରେଣୀରେ ରହିଥାନ୍ତି । ଏମାନେ ନିଜ କଥା ନ ଭାବି ପରିବାର, କୁଟୁମ୍ବ, ପ୍ରିୟଜନଙ୍କ କଥା ଭାବିଥାନ୍ତି । ଏମାନେ ସାମାଜିକ କାମରେ ନିଜକୁ ସାମିଲ କରିବା ପସନ୍ଦ ହୋଇଥାଏ । ଏମାନେ ନିଜ ଜୀବନରେ କୌଣସି ନିସ୍ପତି ନେବା ଆଗରୁ କନଫିଉଜ ହୋଇଥାନ୍ତି । ସେ ନିସ୍ପତି ବଡ ହେଉ ବା ଛୋଟ ଏମାନେ ସବୁବେଳେ ଚିନ୍ତାରେ ରହିଥାନ୍ତି ।

ନିଜର ସମ୍ପର୍କୀୟ ମାନଙ୍କୁ ସାହାଜ୍ଯ କରିବା ପାଇଁ ଏମାନେ ସର୍ବଦା ତତ୍ପର ରହିଥାନ୍ତି । ଏମାନଙ୍କର ଏହି ସାଧାରଣ ଗୁଣ କାରଣରୁ ଅନ୍ୟ ଏମାନେ ଏହାର ଫାଇଦା ଉଠାଇଥାନ୍ତି । ଅନେକ ସମୟରେ ଏମାନେ ନିଜ କାମ ଛାଡି ଅନ୍ୟ ମାନଙ୍କର କାମ କରିଥାନ୍ତି । ଏମାନଙ୍କୁ ଜୀବନରେ ଅଧିକ ପରିଶ୍ରମ କରିବା ପରେ ସଫଳତା ଲାଭ ହୋଇଥାଏ । ଏମାନେ ନିଜ ପାଇଁ ନ ଭାବି ଅନ୍ୟ ମାନଙ୍କ ବିଷୟରେ ଅଧିକ ଚିନ୍ତା କରିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *