Vastu Shastra- କଣ ଆପଣଙ୍କ ହାତ ପାପୁଲିରେ ଅଛି ଏମିତି ଚିହ୍ନ ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ, ଆମ ହିନ୍ଦୁ ଧର୍ମ ରେ ଭବିଷ୍ୟ ଦେଖିବା ନିମନ୍ତେ କିଛି ବିଶେଷ ବିଧି ମାନ କୁହାଯାଇଅଛି । ସାମୁଦ୍ରିକ ଶାସ୍ତ୍ର ଭବିଷ୍ୟତ ଦେଖିବାର ଏକ ପ୍ରାକୃତିକ ବିଜ୍ଞାନ ଅଟେ । ବିଷ୍ଣୁ ପୁରାଣ ରେ ବର୍ଣ୍ଣିତ ଏକ କଥା ଅନୁଯାୟୀ ମାତା ଲକ୍ଷ୍ମୀ ଏହି ଶାସ୍ତ୍ର ଭଗବାନ ବିଷ୍ଣୁ ଙ୍କୁ ଶୁଣାଇଥିଲେ । ଏହାପରେ ସମୁଦ୍ର ଦେବତା ଏହାକୁ ଶୁଣି ଏହି ଶାସ୍ତ୍ର ର ପ୍ରସାର କରିଥିଲେ । ଏଠି ନିମନ୍ତେ ଏହି ଶାସ୍ତ୍ର କୁ ସାମୁଦ୍ରିକ ଶାସ୍ତ୍ର କୁହାଯାଏ । ସାମୁଦ୍ରିକ ଶାସ୍ତ୍ର ରେ ଶରୀରର ଚିହ୍ନ ତଥା ତିଳ ମାନଙ୍କର ବିଶେଷ ମହତ୍ଵ ରହିଅଛି ।

ସେହିଭଳି ହାତରେ ବିଭିନ୍ନ ରେଖା ଯେପରିକି ଭାଗ୍ୟ ରେଖା, ମସ୍ତିସ୍କ ରେଖା, ହୃଦୟ ରେଖା, ମଙ୍ଗଳ ରେଖା, ଇତ୍ୟାଦି ରେଖା ବ୍ୟତୀତ ବିଭିନ୍ନ ଚିହ୍ନ ଯେପରି ଶଙ୍ଖ, ମନ୍ଦିର, ସ୍ଵାସ୍ତିକ, ତ୍ରିଶୂଳ, ଧ୍ଵଜ, ପର୍ବତ ଇତ୍ୟାଦି ଏବଂ ହାତର ଆକାର ହାତର ରଙ୍ଗ ଅନୁଯାୟୀ ମନୁଷ୍ୟ ର ସ୍ଵଭାବ ସମ୍ବନ୍ଧରେ ସୂଚନା ମିଳିଥାଏ ।

ଯଦି ଆପଣଙ୍କ ହାତରେ ଶଙ୍ଖ ର ଚିହ୍ନ ରହିଅଛି ତେବେ ସେମାନେ ନିଶ୍ଚିତ ରୂପରେ ଧନବାନ ହୋଇଥାନ୍ତି । ଏହିଭଳି ଲୋକଙ୍କୁ ଜୀବନରେ ଧନର ଅଭାବ କେବେ ହୋଇନଥାଏ । ଏମାନଙ୍କ ସ୍ଵଭାବ ଦୃଢ ନିଶ୍ଚୟ ହୋଇଥାଏ । ସେହିଭଳି ଆପଣଙ୍କ ହାତରେ ମାଛ ଭଳି ଚିହ୍ନ ମଧ୍ୟ ସୌଭାଗ୍ୟ ତଥା ଐଶ୍ଵର୍ଜ୍ୟ ର ଚିହ୍ନ ହୋଇଥାଏ । ଯେତେକ ଲୋକଙ୍କୁ ପିଲାଦିନୁ ଏଭଳି ହୋଇଥାଏ ମାତ୍ର ଅନେକ କେତେକ ଲୋକଙ୍କ ପିଲା ଦିନରୁ ହିଁ ତାଙ୍କ ଭାଗ୍ୟ ଖୋଲିଯାଇଥାଏ ।

ଯେଉଁ ଲୋକଙ୍କ ହାତରେ ମନ୍ଦିର ଭଳି ନିଶାନ ରହିଥାଏ ସେମାନେ ସମାଜରେ ମାନ ସନମାନ ତଥା କୀର୍ତି ପାଇଥାନ୍ତି । ଏହିଭଳି ଲୋକ ତ କେବଳ ଗୋଟିଏ ଜାଗାରେ ରହିଥାନ୍ତି ମାତ୍ର ସେମାନେ ସମସ୍ତଙ୍କ ସମ୍ବନ୍ଧରେ ଖବର ରଖିଥାନ୍ତି । ସ୍ଵସ୍ତିକ ଚିହ୍ନ ଯେଉଁ ଲୋକ ମାନଙ୍କ ହାତରେ ରହିଅଛି ତାହା ଶୁଭତ ଦୟାଳୁତାର ପରିଚୟ ପ୍ରଦାନ କରିଥାଏ । ଭାଲା ତ୍ରିଶୂଳ ଭଳି ଚିହ୍ନ ବୀର ତଥା ସାହସୀ ମନୁଷ୍ୟ ଙ୍କ ହାତରେ ଦେଖିବାକୁ ମିଳେ ।

ଆମ୍ଭ ମାନଙ୍କ ହାତରେ ଗ୍ରହ ମାନଙ୍କ ପ୍ରଭାବ ମଧ୍ୟ ରହିଥାଏ । ଆମ୍ଭ ମାନଙ୍କ ହାତରେ ହୋଇଥିବା ଚିହ୍ନ ଅନୁଯାୟୀ ମନୁଷ୍ୟର ଭାଗ୍ୟ ସହିତ ଜଡିତ ହୋଇ ରହିଥାଏ । ଆଙ୍ଗୁଠିମାନ ଲମ୍ବ ଥିଲେ, ସେହି ବ୍ୟକ୍ତି ଜଣକ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଯଦି କୌଣସି ବ୍ୟକ୍ତି ଙ୍କର ଅନାମିକା ଆଙ୍ଗୁଳି ବଡ ହୋଇଥାଏ ତେବେ ତାଙ୍କର ରବି ପର୍ବତ ର ଉଚ୍ଚତା ମଧ୍ୟ ଅଧିକ ରହିବ । ଆମ୍ଭ ଆଙ୍ଗୁଳି ରେ ଥିବା ନଖ ମାନଙ୍କରେ ଅର୍ଦ୍ଧଚନ୍ଦ୍ରାକାର ର ଅର୍ଥ କଣ ଆସନ୍ତୁ ଜାଣିବା ।

ଶାସ୍ତ୍ର ଅନୁଯାୟୀ ଆଙ୍ଗୁଠିରେ ଏହିଭଳି ଚିହ୍ନ ଥିଲେ ତାହା ଅତ୍ୟନ୍ତ ଶୁଭ ଅଟେ । ଯଦି ଆପଣ ଙ୍କ ମଧ୍ୟରେ ଏଭଳି ଆକୃତି ବନି ରହିଅଛି ତେବେ ଆପଣଙ୍କର ସମାଜରେ ମାନସନମାନ ବନିଥାଏ । ଆପଣ ଅନେକ ପରୀକ୍ଷାରେ ସଫଳ ହେବା ସହିତ ଆପଣଙ୍କୁ ଅନେକ ପୁରସ୍କାର ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *