ବନ୍ଧୁଗଣ, ଆଣ୍ଠୁଗଣ୍ଠି ବିନ୍ଧା ହେଉ ଯଏଣ୍ଟ ପେନ ହେଉ ଅଥବା ଅନ୍ୟ କୌଣସି ସମସ୍ୟା ହୋଇଥାଉ ତାହା ସଂପୂର୍ଣ୍ଣ ଦୂର ହୋଇଯିବ ଏବଂ ଆପଣଙ୍କୁ ବହୁତ ଆରାମ ମିଳିବ । ଆଜିକାଲି ଛୋଟବଡ ସମସ୍ତଙ୍କ ଠାରେ ଯଏଣ୍ଟ ପେନ ଭଳି ସମସ୍ୟା ଦେଖିବାକୁ ମିଳୁଛି । ଖରାପ ଜୀବନଶୈଳୀ ଏବଂ ଭୁଲ ଖାଦ୍ୟପେୟ ଯୋଗୁଁ ଆପଣଙ୍କୁ ଏହିଭଳି ସମସ୍ୟା ଭୋଗିବାକୁ ପଡୁଛି । ଆଜିକାଲି କମ ଲୋକଙ୍କ ଠାରେ ମଧ୍ୟ ଏହିଭଳି ସମସ୍ୟା ଦେଖିବାକୁ ମିଳୁଛି ।
ଏହାକୁ ଆଣ୍ଠୁଗଣ୍ଠି ବାତ କୁହାଯାଇ ଥାଏ । ଆଜି ଆମ୍ଭେ ଆପଣଙ୍କ ସହିତ ଏଭଳି ଏକ ତେଲ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ପ୍ରୟୋଗ କରି ଆପଣ ନିଜର ଆଣ୍ଠୁଗଣ୍ଠି ଭଳି ସମସ୍ୟାକୁ ସବୁଦିନ ଲାଗି ଦୂର କରି ପାରିବେ । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ପ୍ରଥମ ସାମଗ୍ରୀ ଟି ହେଉଛି ରଶୁଣ ଏହା ଆପଣଙ୍କୁ ରୋଷେଇ ଘରୁ ବହୁତ ସହଜରେ ମିଳିଯିବ । ଏହା ଆମ୍ଭ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ ।
ଆପଣ ଯଦି ରଶୁଣର ପ୍ରୟୋଗ କରିବେ ତେବେ ଆପଣଙ୍କୁ ବହୁତ ଅଧିକ ଫାଇଦା ମିଳିବ । ରଶୁଣ କଷ୍ଟ ନିବାରକ ହୋଇଥାଏ । ଆଣ୍ଠୁ ଗଣ୍ଠି ବିନ୍ଧା ଏବଂ ଫୁଲା କୁ କମ କରିବା ନିମନ୍ତେ ଏହା ବହୁତ ଅଧିକ ଲାଭଦାୟକ ହୋଇଥାଏ । ଆପଣ ପ୍ରଥମେ ୨୦ ରୁ ୩୦ ରଶୁଣ ପାଖୁଡା ନିଅନ୍ତୁ ଏହାପରେ ସେଥିରୁ ଚୋପା ଛଡାଇ ଦିଅନ୍ତୁ । ଏହାପରେ ୧୫୦ ଗ୍ରାମ ସୋରିଷ ତେଲ ନିଅନ୍ତୁ । ଏହା ସହିତ ଆପଣ ୧ ଚାମଚ ଜୁଆଣୀ ନିଅନ୍ତୁ । ଏହି ସବୁକୁ ଏକ ପାତ୍ରରେ ପକାଇ ଗ୍ୟାସ ରେ ଧିମା ଆଞ୍ଚରେ ବସାଇ ଫୁଟାଇ ଦିଅନ୍ତୁ ।
ଏହାକୁ ଭଲ ଭାବରେ ଧିମା ଆଞ୍ଚରେ ଫୁଟାଇ ସାରିବା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ମାତ୍ର ମନେ ରଖିବେ ଯେ ଯଦି ଆପଣଙ୍କର ଆଣ୍ଠୁଗଣ୍ଠି ସମସ୍ୟା ରହିଅଛି ତେବେ ଆପଣ ଖଟା ଫଳ, ଅଥବା ଦହି ଭଳି ଖଟା ଜିନିଷ ଆଦୌ ଖାଆନ୍ତୁ ନାହିଁ । ଏହାଛଡା ଆପଣ ମାନେ ପ୍ରତିଦିନ ରାତିରେ ଏକ ଗ୍ଳାସ କ୍ଷୀରରେ ସୁଣ୍ଠି ଟିକିଏ, ହଳଦୀ ଗୁଣ୍ଡା ଟିକିଏ, ଲବଙ୍ଗ ୩ ଟି ଗୋଲ ମରୀଚ ୫ ଟି ଏବଂ ଅଳ୍ପ ଗୁଡ ଅଥବା ମିଶିରି ପକାଇ ଫୁଟାନ୍ତୁ । ଯଦି ଆପଣଙ୍କୁ ଡାଇବେଟିସ ଅଛି ତେବେ ମିଠା ମିଶାନ୍ତୁ ନାହିଁ ।
୫ ମିନିଟ ସେହି କ୍ଷୀର କୁ ଫୁଟାନ୍ତୁ ଏବଂ ରାତିରେ ଶୋଇବା ପୂର୍ବ ରୁ ଆପଣ ତାକୁ ଛାଣି ଉଷୁମ ଉଷୁମ ସେବନ କରନ୍ତୁ । ଆପଣ ପ୍ରସ୍ତୁତ କରି ରଖିଥିବା ତେଲ ଥଣ୍ଡା ହୋଇଗଲେ ତାହାକୁ ଏକ ଜାର ରେ ଛାଣି ରଖନ୍ତୁ ଏବଂ ପ୍ରତିଦିନ ସକାଳୁ ସ୍ନାନ ସାରିବା ପରେ ନିଜ ଆଣ୍ଠୁ ରେ ଲଗାନ୍ତୁ । ଏହା ଦିନସାରା ଆପଣଙ୍କ ଶରୀରରେ ଲାଗି ରହିବା ଦରକାର । ଏପରି କଲେ ଆପଣ କିଛି ଦିନ ମଧ୍ୟରେ ଏହାର ଶୁଭ ପରିଣାମ ଦେଖିବାକୁ ପାଇବେ ।
ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।