Vastu Tips- ହନୁମାନଙ୍କ ମନ୍ଦିର ପାଖରେ ଘର ଅଛି ତ ହେଇ ଯାଆନ୍ତୁ ସାବଧାନ ! ନିଶ୍ଚୟ ଜାଣି ରଖନ୍ତୁ ଏହି କଥା

ଆମ ସମସ୍ତଙ୍କ ପ୍ରିୟ ଦେବତା ହନୁମାନ କଳିଯୁଗରେ ବା ଆଜି ମଧ୍ୟ ନିଜର ସମ୍ପୂର୍ଣ୍ଣ ଶରୀର ସହ ଉପସ୍ଥିତ ଅଛନ୍ତି ବୋଲି ମାନାଯାଏ । ଏହି କାରଣରୁ ତାଙ୍କ ଭକ୍ତଙ୍କ ସଂଖ୍ୟା ଅଗଣିତ ଅଟେ ଓ ପୁରା ଭାରତରେ ଅଗଣିତ ହନୁମାନ ମନ୍ଦିର ମଧ୍ୟ ରହିଛି ।

ତେବେ ଆସନ୍ତୁ ଜାଣିବା ହନୁମାନ ଓ ଶନିଦେବଙ୍କ ସମ୍ବନ୍ଧ, ହନୁମାନଙ୍କୁ କିପରି ପ୍ରସନ୍ନ କରିବେ ଓ ଘର ପାଖେ ହନୁମାନ ମନ୍ଦିର ଥିଲେ ତାହାର ଆମ ଉପରେ କଣ ପ୍ରଭାବ ପଡେ । ହନୁମାନ ଙ୍କ ପୂଜା କରି ଶନିଙ୍କ ପ୍ରକୋପରୁ କିପରି ମୁକ୍ତି ପାଇବେ ? ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଶନିଙ୍କ କୌଣସି ପ୍ରକାର ଦୋଷ ଲାଗିଥାଏ, ତେବେ ତାଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହନୁମାନଙ୍କ ପୂଜା କରିବାକୁ ପରାମର୍ଶ ଦିଆଯାଇ ଥାଏ ।

କାରଣ ଶନିଦେବ ଓ ଭଗବାନ ହନୁମାନଙ୍କ ମଧ୍ୟରେ ଅନେକ ସମାନତା ରହିଛି । ଶନି ସୂର୍ଯ୍ୟଦେବଙ୍କ ପୁତ୍ର ଓ ହନୁମାନ ସୂର୍ଯ୍ୟଦେବଙ୍କ ଶିଷ୍ୟ ବୋଲି ମାନାଯାଏ । ପ୍ରାୟତଃ ଶନିଙ୍କ ମନ୍ଦିର ଓ ହନୁମାନଙ୍କ ମନ୍ଦିର ପାଖାପାଖି ବା ଏକା ସାଥିରେ ରହିଥାଏ । ଏହି ଦୁଇଜଣ ଶକ୍ତି, ବୈରାଗ୍ୟ ଓ ମୋକ୍ଷର ଦେବତା ଅଟନ୍ତି । ଶନିଦେବ ହନୁମାନ ଭକ୍ତଙ୍କୁ କେବେ କଷ୍ଟ ଦେବେ ନାହିଁ ବୋଲିି ହନୁମାନଙ୍କୁ ବଚନ ଦେଇଥିଲେ ।

ସେଥିପାଇଁ ଶନି ଦଶା ଭୋଗୁଥିବା ଲୋକଙ୍କୁ ହନୁମାନଙ୍କ ପୂଜା କରିବାକୁ କୁହାଯାଏ । ଏହା ସହ ହନୁମାନଙ୍କ ମନ୍ଦିର ଯାଇ କଳା ତିଳର ତେଲ, ସୂତା ମାଳ, ସୂତାର ଫୁଲ, ସୂତାର ପତ୍ର ଓ କଳା ଓଢଣୀ ଚଢାଇ ମଧ୍ୟ ହନୁମାନଙ୍କୁ ପ୍ରସନ୍ନ କରିହେବ । ଶନିବାର ଦିନ ହନୁମାନ ଚାଳିଶା ପାଠ କଲେ, ହନୁମାନ ମନ୍ତ୍ର ଉଚ୍ଚାରଣ କଲେ ଏବଂ ଶନିଙ୍କ ମନ୍ତ୍ର ମଧ୍ୟ ଉଚ୍ଚାରଣ କଲେ ଶନିଙ୍କ କଷ୍ଟ କମି ଯାଏ ।

ଶନିବାର ଦିନ ଉପବାସ କରିବା ମଧ୍ୟ ଲାଭଦାୟକ ହୋଇଥାଏ । କଳା ବସ୍ତୁର ଦାନ କରି ମଧ୍ୟ ଶନିଙ୍କ ସୁଷ୍ପ୍ରଭାବ କମ୍ କରାଯାଇ ପାରେ । ଶନିଙ୍କ ବିପତ୍ତିକୁ ଟାଳିବା ପାଇଁ ଅଶ୍ୱତ୍ଥ ହନୁମାନ ବା ପିପ୍ପଳ ବୃକ୍ଷ ତଳେ ଥିବା ହନୁମାନଙ୍କ ଉପାସନା କରି ତିଳ, ସୋରିଷ ଓ ରାଇ ତେଲର ଦୀପକ ଜଳାଇଲେ ମଧ୍ୟ ଫଳପ୍ରଦ ହୋଇଥାଏ । ମାତ୍ର ଏହି ତେଲ କେବେ ମଧ୍ୟ ଶନିବାର ଦିନ କିଣନ୍ତୁ ନାହିଁ । ଘର ପାଖେ ହନୁମାନ ମନ୍ଦିର ଥିଲେ ଆମ ଜୀବନରେ କଣ ପ୍ରଭାବ ପଡେ

ଶନିଙ୍କ ପ୍ରକୋପରୁ ମୁକ୍ତି ନିମନ୍ତେ ଲୋକ ହନୁମାନଙ୍କ ମନ୍ଦିର ଯାଇଥାନ୍ତି ଓ ପ୍ରାର୍ଥନା ମାଧ୍ୟମରେ ନିଜ ବ୍ୟଥା ହନୁମାନଙ୍କୁ ଜଣାଇଥାନ୍ତି । ଏହି କାରଣରୁ ମନ୍ଦିରର ଚାରିପାଖେ ଏକ ନକାରାତ୍ମକ ଉର୍ଜା ଘେରି ରହିଥାଏ । ଏହି କାରଣରୁ ମନ୍ଦିରର ଏହି ପରିସର ମଧ୍ୟରେ ରହିଥିବା ଘରର ଆର୍ଥିକ ଓ ପାରିବାରିକ ସ୍ଥିତି ଉପରେ ଏହାର ପ୍ରଭାବ ପଡ଼ିଥାଏ ।

ଘରେ ଦାରିଦ୍ର୍ୟ ବଢ଼ିଥାଏ ଓ ଲକ୍ଷ୍ମୀଙ୍କ ବାସ ହୋଇ ନ ଥାଏ । ଘରେ ସର୍ବଦା ବାଦ ବିବାଦ ଲାଗି ରହିଥାଏ । ଆନନ୍ଦ ବଦଳରେ ନିରାଶ ଏବଂ ଶୋକର ମାହୋଲ୍ ସୃଷ୍ଟି ହୋଇଥାଏ ଓ ସେହି ଘରକୁ ଶନିଙ୍କ ପ୍ରକୋପ ଦୃଷ୍ଟି ସହିବାକୁ ପଡ଼ିଥାଏ । ସେଥିପାଇଁ ଏହି କଷ୍ଟରୁ ମୁକ୍ତି ନିମନ୍ତେ ସମ୍ପୂର୍ଣ୍ଣ ହୃଦୟ ସହ ହନୁମାନଙ୍କ ପୂଜା କରନ୍ତୁ ଓ ନିୟମିତ ତାଙ୍କ ମନ୍ତ୍ର ଜପ କରନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *