ଗ୍ଯାସ ସମସ୍ଯାରେ ବାରମ୍ବାର ପୀଡିତ ହେଉଛନ୍ତି କି ? ଗ୍ଯାସରୁ ତୁରନ୍ତ ମୁକ୍ତି ପାଇଁ କରନ୍ତୁ ଏହି ଜବରଦସ୍ତ ଉପାୟ – Home remedy

ବନ୍ଧୁଗଣ ଆଜିକାଲି କମ ବୟସର ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ଗ୍ଯାସ ସମସ୍ଯା ପ୍ରାୟତଃ ଦେଖିବାକୁ ମିଳୁଛି । ଯାହାକି ସାଧାରତଃ ଦୈନଦିନ ଅସ୍ଵାସ୍ଥକର ଓ ଅସନ୍ତୁଳିତ ଖାଦ୍ୟ ଓ ଖରାପ ଜୀବନଶୈଳୀ ଯୋଗୁ ଗ୍ଯାସ ପ୍ରୋବ୍ଲେମ ବାହାରୁଛି । ଏଥିପାଇଁ ଲୋକମାନେ ବଜାରରୁ ବିଭିନ୍ନ ପ୍ରକାର ମେଡ଼ିସିନ କିଣିକି ଅନେକ ସମୟରେ ଖାଇଥାନ୍ତି । କିଛିଟା ମେଡ଼ିସିନ ଖାଇବା ପରେ ଗ୍ଯାସ ପ୍ରୋବ୍ଲେମରୁ ଟିକେ ଆଶ୍ବସ୍ଥି ମିଳିଥାଏ ।

ଅନ୍ୟ ପଟେ କିଛି କିଛି ଗ୍ଯାସ ମେଡ଼ିସିନ ଖାଇବା ପରେ ଗ୍ଯାସ ଭଲ ହେବା ବଦଳରେ ଅଧିକ ଗ୍ଯାସ ସମସ୍ଯା ବଢିଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଗ୍ଯାସ ପ୍ରୋବ୍ଲେମକୁ ଭଲ କରିବା ପାଇଁ କିଛି ଜବରଦସ୍ତ ଘରୋଇ ଉପଚାର କରିବାକୁ ଯାଉଛୁ । ଯାହାକୁ ସେବନ କରିବା ଦ୍ଵାରା ଆପଣଙ୍କର ଗ୍ଯାସ ସମସ୍ଯା ହୋଇଥିଲେ । ତୁରନ୍ତ ସେଥିରୁ ଆରାମ ମିଳିଥାଏ ।

କୌଣସି ଖାଦ୍ୟପେୟ ଗ୍ରହଣ କରିବା ପୁର୍ବରୁ କିମ୍ଭା ଖାଇବାର ଅଧଘଣ୍ଟା ପରେ ପାଣିରେ ଅଂଳା ପାଉଡର ପକାଇ ପିଇଲେ ଗ୍ୟାସ କମିଥାଏ । ଏହି ଉପାୟ ଯଦି କିଛି ଦିନ ପର୍ଯ୍ୟନ୍ତ  କରନ୍ତି ତେବେ ଗ୍ଯାସ ସମସ୍ଯା ଧୀରେ ଧୀରେ ସମ୍ପୂର୍ଣ୍ଣ ରୂପେ କମିଥାଏ ଏହା ଗ୍ୟାସ ରୋଗର ଏକ ରାମବାଣ ଉପାୟ । ଯଦି ଆପଣ ଆଲୋବେରା ଜୁସ୍ ପିଅନ୍ତି ତାହାଲେ ମଧ୍ୟ ଆପଣଙ୍କ ଏସିଡିଟି ଦୂରେଇ ଥାଏ।

ବେକିଗ୍ଂ ସୋଢା ପାଉଡ଼ର୍ ଓ ଅଳ୍ପ ଲେମ୍ବୁ ପାଣିରେ ଚିପୁଡି ପିଇବେ । ତେବେ ଏସିଡିଟି ସଙ୍ଗେ ସଙ୍ଗେ ମାତ୍ର କିଛି ହିଁ ସମୟରେ ଭଲ ହୋଇଯାଇଥାଏ ।  ଅଳ୍ପ ଅଦା ରସ, ଟିକେ ଲେମ୍ବୁ ରସ ଓ ଟିକେ ଜୀରା ପାଉଡ଼ରକୁ ଉଷୁମ ପାଣିରେ ପକାଇ ପିଇଲେ ମଧ୍ୟ ଏସିଡିଟି ଓ ଗ୍ୟାସ ଦୂରେଇ ଥାଏ। ଯଦି ଆପଣ ସବୁଦିନ ଖାଇବା ପରେ ଗୁଡ ନହେଲେ ଜୁଆଣୀ ଖାଇବେ ତେବେ ଗ୍ୟାସରୁ ଉପଶମ ମିଳିଥାଏ ।

ତେବେ ବନ୍ଧୁଗଣ ଆପଣ ମାନେ ଏହିସବୁ ଘରୋଇ ଉପଚାରକୁ ଆପଣାଇ ଗ୍ଯାସ ସମସ୍ଯାକୁ ଦୂର କରିପାରିବେ । ଏହାଛଡା ଗ୍ଯାସ ହୋଇଥିଲେ ଆପଣଙ୍କୁ ମାର୍କେଟରୁ ଦାମୀ ଦାମୀ ମେଡ଼ିସିନ କିଣିକି ଖାଇବାକୁ ପଡିବ ନାହିଁ । ଘରୋଇ ଉପଚାର ଦ୍ଵାରା ଗ୍ଯାସ ପ୍ରୋବ୍ଲେମକୁ ବହୁତ ଶୀଘ୍ର ଦୂର କରାଯିବା ସହ ସେଥିରୁ କୌଣସି ସାଇଡଇଫେକ୍ଟ ମଧ୍ୟ ଦେଖିବାକୁ ମିଳିନଥାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *