Vastu Tips- ଗୁରୁବାର ଦିନ ଏହି ଗଛକୁ ପୂଜା କଲେ ହୋଇଥାଏ ଧନ ପ୍ରାପ୍ତି, ମିଳିଥାଏ ମା’ ଲକ୍ଷ୍ମୀଙ୍କ କୃପା

ବନ୍ଧୁଗଣ, ଗୁରୁବାର ଲକ୍ଷ୍ମୀ ଙ୍କ ବାର ଅଟେ । ଏହା ଅତ୍ୟନ୍ତ ଶୁଭ ବାର ହୋଇଥାଏ । ଏହି ବାର ଟି ଲକ୍ଷ୍ମୀ ନାରାୟଣ ଙ୍କ ସହିତ ଜଡିତ ଅଟେ । ଏହି ଦିନ ଲକ୍ଷ୍ମୀ ନାରାୟଣ ଙ୍କ ପୂଜାର୍ଚ୍ଚନା କରିବା ଦ୍ଵାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟକ ବାର ସହିତ କିଛି ନା କିଛି ରହସ୍ୟ ଜଡିତ ରହିଅଛି । ଏବଂ ଶାସ୍ତ୍ର ଅନୁଯାୟୀ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରିବା ଦ୍ଵାରା ଆପଣଙ୍କ ଘରକୁ ଅନେକ ଖୁସି ଆସିଥାଏ । ଏହା ସହିତ ଧନସମ୍ପତ୍ତି ମଧ୍ୟ ବୃଦ୍ଧି ହୋଇଥାଏ ।

ଏଥି ନିମନ୍ତେ ଗୁରୁବାର ଦିନ ଲକ୍ଷ୍ମୀ ନାରାୟଣ ଙ୍କ ପୂଜା କରିବା ଅତ୍ୟନ୍ତ ଆବଶ୍ୟକ ଅଟେ । ପ୍ରତ୍ୟକ ଗୁରୁବାର ଦିନ କରନ୍ତୁ ଏହିପରି କିଛି କାମ ଆପଣଙ୍କ ଘରକୁ ଟାଣି ହୋଇ ଆସିବେ ମାତା ଲକ୍ଷ୍ମୀ । ୧- ଗୁରୁବାର ଦିନ ବ୍ରହ୍ମ ମୂହୁର୍ତ୍ତ ରେ ସ୍ନାନ କରନ୍ତୁ । କାରଣ ଏହି ମୂହୁର୍ତ୍ତ ଅତ୍ୟନ୍ତ ଶୁଭ ମୂହୁର୍ତ୍ତ ହୋଇଥାଏ । ଏହି ମୂହୁର୍ତ୍ତ ରେ ସମସ୍ତ ଦେବାଦେବୀଙ୍କ ପ୍ରଭାବ ସବୁଠାରୁ ଅଧିକ ରହିଥାଏ । ଏଥିପାଇଁ ଗୁରୁବାର ଦିନ ବ୍ରହ୍ମ ମୂହୁର୍ତ୍ତ ରେ ଉଠି ସ୍ନାନ କରିବା ଦ୍ଵାରା ଶୁଭ ଫଳ ମିଳିଥାଏ ।

୨- ସ୍ନାନ କରିବା ସମୟରେ ପାଣିରେ ଗଙ୍ଗା ପାଣି ନିଶ୍ଚୟ ମିଶାନ୍ତୁ । ଏହା ସହିତ ଆପଣ ଓମ ବୃହସ୍ପତାୟ ନମହ ନିଶ୍ଚୟ ଜପ କରନ୍ତୁ । ଏହି ବ୍ରହ୍ମ ମୂହୁର୍ତ୍ତ ଟି ରାତି ୪ରୁ ଆରମ୍ଭ ହୋଇ ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ରହିଥାଏ । ଏହି ବ୍ରହ୍ମ ମୂହୁର୍ତ୍ତ ରେ ସ୍ନାନ କରିବା ବ୍ୟତୀତ ପୂଜା ସଫଳ ହୋଇଥାଏ ଏବଂ ପୂଜା ଫଳ ପ୍ରାପ୍ତି ହୋଇଥାଏ ।

୩- ଆର୍ଥିକ ସମସ୍ୟା ରୁ ମୁକ୍ତି ପାଇବା ନିମନ୍ତେ ଗୁରୁବାର ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଙ୍କର ପୂଜା କରିବବା ଆବଶ୍ୟକ । ଏହା ଫଳରେ ଆପଣଙ୍କର ସମସ୍ତ ସମସ୍ୟା ଗୁଡିକର ଅନ୍ତ ଘଟିଥାଏ ।

୪- ଗୁରୁବାର ଦିନ ହଳଦୀ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ । ଏହା ସହିତ ମାତା ଲକ୍ଷ୍ମୀ ଙ୍କୁ ହଳଦୀ ରଙ୍ଗର ଫୁଲ ଏବଂ ଫଳ, ନୈବେଦ୍ୟ ଇତ୍ୟାଦି ଅର୍ପଣ କରନ୍ତୁ ।

୫- ଗୁରୁବାର ଦିନ ଆପଣ ହଳଦୀ ପାଣିରେ ସ୍ନାନ କରନ୍ତୁ । ଏହାସହିତ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରକୁ ଧନର ଆଗମନ ହୋଇଥାଏ ।

୫- ଧନ ର ଅଭାବ ପୂରଣ କରିବା ନିମନ୍ତେ ଗୁରୁବାର ଦିନ ଆପଣ ତୁଳସୀ ଗଛର ପୂଜା କରିବା ସମୟରେ ତୁଳସୀ ଗଛ ମୂଳରେ ପଞ୍ଚକ୍ଷୀର ଅର୍ପଣ କରନ୍ତୁ । ଏହା ସହିତ ଆପଣଙ୍କ ଗ୍ରହ କୁ ସନ୍ତୁଷ୍ଠ କରିବା ନିମନ୍ତେ ଗୁରୁବାର ଦିନ ଭଗବାନ ଶିବ ଙ୍କୁ ହଳଦୀଆ ଫୁଲ ଅର୍ପଣ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ମହତ୍ଵପୂର୍ଣ୍ଣ ବିବରଣୀଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *