Ajira Anuchinta- ପ୍ରତି ଗୁରୁବାର ଦିନ ମା ଲକ୍ଷ୍ମୀଙ୍କୁ କିପରି ପୂଜା କଲେ ବଢିଥାଏ ଧନ, ଘରକୁ ଆସନ୍ତି ମା’ ଲକ୍ଷ୍ମୀ

ବନ୍ଧୁଗଣ ପୁରୁଷଙ୍କର ଭଲ କର୍ମ ଫଳରେ ସୁସନ୍ତାନ ଜନ୍ମ ହୋଇଥାନ୍ତି ବୋଲି କୁହାଯାଏ । କିନ୍ତୁ ନାରିଙ୍କର ଭଲ ଗୁଣ ଓ କର୍ମ ପାଇଁ ଘରର ଉନ୍ନତି ହେବା ସହ ସେମାନେ ସୌଭାଗ୍ୟବତୀର ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି । ନାରୀ ମାନେ ଭଲ କାମ କରିବା ସହ ନୀତି ନିୟମ ସହକାରେ କରିଲେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି । ଗୃହିଣୀ ମାନେ ବିଧି ବିଧାନ ଅନୁସାରେ କାମ କରିଥାନ୍ତି ଯାହା ଆମ ଓଡିଆ ଘରର ପରମ୍ପରା ଅଟେ ।

ଯଦି ନାରୀ ମାନେ କୌଣସି ଭୁଲ କରନ୍ତି ତେବେ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଘରେ ଅଇଁଠା ବାରଣ କରିବା, ଶୟନ ନିୟମ ମାନି ଚଳିବା ଯାହା ନାରୀ ମାନେ ମାନିବା ଉଚିତ । ବର୍ଷକୁ ଯେତେ ଗୁରୁବାର ପଡିଥାଏ ସେଦିନ ମା ଲକ୍ଷ୍ମୀଙ୍କ ବ୍ରତ କରିବା ଉଚିତ ଯାହାକୁ ବାରମାସୀ ଗୁରୁବାର ବୋଲି କୁହାଯାଏ । ବିନା ସଂକଳ୍ପରେ ଆମେ ମା ଲକ୍ଷ୍ମୀଙ୍କୁ ପୂଜା କରି ପାରିବା ।

ପୁରୁଷ ବା ନାରୀ ସମସ୍ତେ ସ୍ମପୂର୍ଣ୍ଣ ନିୟମ ମାନି ମା ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ । ହଳଦୀ ଲଗାଇ ମୁଣ୍ଡ ଧୋଇ ନାରୀ ସ୍ନାନ କରିବା ଦରକାର । ଘର ଲିପା ପୋଛା କରିବା ସହ ଗୁରୁବାର ଦିନ ଘରେ ଚିତା ପକାଇବା ଉଚିତ । ଏହା ଦ୍ଵାରା ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଏହା ପରେ ତୁଳସୀ ଓ ସୂର୍ଯ୍ୟଙ୍କ ପୂଜା କରିବା ଉଚିତ । ଏହା ପରେ ଘରେ ଥିବା ମା ଲକ୍ଷ୍ମୀଙ୍କ ଫୋଟୋ ବା ମୂର୍ତ୍ତିର ଅଭିଷେକ କରି ପୂଜା କରିବା ଉଚିତ ।

ଏଥିପାଇଁ ହଳଦୀ ବା କଞ୍ଚା କ୍ଷୀର ବା ପଞ୍ଚାମୃତ କରି ମାଙ୍କର ସ୍ନାନ କରିବା ପରେ ତାଙ୍କୁ ଭଲ ଭାବେ ପୋଛି ଦେବେ । ଗୁରୁବାର ଦିନ ମାଙ୍କୁ ଧଳା ବା ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ । ଯଦି ମା ଲକ୍ଷ୍ମୀଙ୍କର ବାହନ ଙ୍କୁ ରଖିଛନ୍ତି ତେବେ ତାଙ୍କୁ ମଧ୍ୟ ଗୁରୁବାର ଦିନ ସ୍ନାନ କରାଇବେ । ହଳଦୀ ପାଣିରେ ସୁଦଶା ବ୍ରତ, କଉଡି ଧୋଇ ପାରିବେ । ମା ଲକ୍ଷ୍ମୀଙ୍କୁ ଚନ୍ଦନ, ଦୁର୍ଲଭା ପତ୍ର, ସିନ୍ଦୁର, ଅଁଳା ପତ୍ର ଅର୍ପଣ କରନ୍ତୁ ।

ଏହା ପରେ ସକାଳେ ମା ଲକ୍ଷ୍ମୀଙ୍କୁ ଫଳରେ ପଣା ଅର୍ପଣ କରନ୍ତୁ । ଏହା ପରେ ମା ଙ୍କୁ ଦୀପ, ଝୁଣା ଓ କର୍ପୁର ରେ ଆଳତି କରନ୍ତୁ । ମଧ୍ୟାହ୍ନରେ ମା ଲକ୍ଷ୍ମୀଙ୍କ ପାଇଁ ଖେଚେଡୀ, ଦହି ପଖାଳ ଆଦି କରି ଭୋଗ ଲଗାଇବା ସମୟରେ ବେଲପତ୍ର, ଘିଅ ପକାଇବେ । ସେହି ସମୟରେ ମା ଲକ୍ଷ୍ମୀଙ୍କର ଧୂପ, ଦୀପରେ ଆଳତି କରି ଭୋଗ ଲଗାଇବେ । ଭୋଗ ଲଗାଇବା ପୂର୍ବରୁ ପ୍ରଥମେ ଦୀପ ଧୂପ ଲଗାଇବା ଉଚିତ । ଭୋଗ ଲଗାଇବା ପରେ ମାଙ୍କୁ ପାଣି ପିଆଇବାର ନିୟମ ରହିଛି ।

ଯେଉଁ ଅର୍ଣ୍ଣ ଭୋଗ ଲଗାଇଥିଲେ ଏହାକୁ ଆପଣ ନିଜେ ଗ୍ରହଣ କରିବେ । ପ୍ରଥମେ ଭୋଗକୁ ମାଙ୍କ ପାଇଁ ବାହାର କରିବା ପରେ ଅଗ୍ନି ଦେବତାଙ୍କୁ ପୂଜା କରିବେ । ଭୋଗ କରିବା ପରେ ପରିବାର ଲୋକଙ୍କୁ ଖାଇବାକୁ ଦେବା ପରେ ନିଜେ ଖାଦ୍ୟ ଖାଇବେ । ଗୁରୁବାର ଦିନ ପୋଡା ଜିନିଷ, ଆମିଷ, ରସୁଣ ବା ପିଜା ଖାଇବା ବର୍ଜନୀୟ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *