Vastu Tips- ଗୁରୁବାର ଦିନ ବାସ ଅଳ୍ପ ଚାଉଳ ଓ ହଳଦୀ, ଦରିଦ୍ରତା ଭୁଲିଯିବ ଆପଣଙ୍କ ଘରର ରାସ୍ତା, ଏତେ ଟଙ୍କା ଆସିବ କି ସମ୍ଭାଳି ପାରିବେନି…

ବ୍ୟକ୍ତି ଜୀବନରେ କଠୋର ପରିଶ୍ରମ କରିଥାଏ । କିନ୍ତୁ ଅନେକ ସମୟରେ ଧନ ଅର୍ଜନ କରିପାରେ ନାହି । ଏହା ଦ୍ଵାରା ଘରେ ଓ ସମାଜରେ ମାନ ସମାନରେ କମି ଆସିଥାଏ । ଏହର କାରଣ ଘରେ ଥିବା ଖରାପ ଶକ୍ତିର ପ୍ରଭାବ ହୋଇଥାଏ । ଏହା ଦୂର କରିବା ପାଇଁ କିଛି ଖାସ ଉପାୟ କରିବା ଉଚିତ । ବୃହସ୍ପତିଙ୍କୁ ୯ ଗ୍ରହରେ ମାନ୍ୟତା ଦିଆ ଯାଇଛି । ବୃହସ୍ପତି ଗ୍ରହର ପ୍ରଭାବ ବେସ ପ୍ରଭାବଶାଳି ହୋଇଥାନ୍ତି । ଦେବଗୁରୁ ବୃହସ୍ପତି ହଳଦିଆ ରଙ୍ଗ ବେସ ପସନ୍ଦ କରିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ହଳଦୀରେ ଏମିତି କେଉଁ ଉପାୟ ଗୁରୁବାର ଦିନ କରିଲେ ଘରେ ଦରିଦ୍ରତା ଓ ଧନର ଅଭାବ ଦୂର ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ହଳଦିକୁ ଆମେ ଘରେ ଅନେକ କାମରେ ବ୍ୟବହାର କରିଥାଉ । ଏହା ସହ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ହଳଦିଆ ବ୍ୟବହାର କରାଯାଏ । ଭଗବାନ ବିଶୁଣୁ ସୃଷ୍ଟିର କର୍ତ୍ତା ଅଟନ୍ତି ।

ତାଙ୍କର ପ୍ରିୟ ହେଉଛି ହଳଦୀ । ତାଙ୍କର ପୂଜାରେ ହଳଦିର ପ୍ରୟୋଗ କରିବା ନିହାତି ଜରୁରୀ ଅଟେ । ହଳଦୀରେ ତିଳକ କରିବା ସହ ହଳଦିଆ ଫୁଲ ଅର୍ପଣ କରନ୍ତୁ । ପୂଜା କରିବା ସମୟରେ ମା ଲକ୍ଷ୍ମୀଙ୍କ ଚରଣରେ ବେଲପତ୍ର ଅର୍ପଣ କରିଲେ ଜୀବନରେ କେବେ ସମସ୍ଯା ରହିବ ନାହି । ପୂଜାରେ ନିଜ ଗଳାରେ ହଳଦୀର ଟୀକା ଲଗାଇଲେ ବୃହସ୍ପତିଙ୍କ କୃପା ଲାଭ ହୋଇଥାଏ ।

ଗୁରୁବାର ଦିନ ସ୍ନାନ କରିବା ସମୟରେ ହଳଦୀ ପକାଇ ସ୍ନାନ କରିଲେ ଦାଂପତ୍ଯ ଜୀବନରେ ସମସ୍ଯା ଦୂର ହୋଇଥାଏ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଜଳରେ ହଳଦୀ ପକାଇ ଅର୍ପଣ କରିଲେ ଜୀବନ ସୁଖମୟରେ ଅତିବାହିତ ହୋଇଥାଏ । ଗୁରୁବାର ଦିନ ପାଣିରେ ହଳଦିଆ ପକାଇ ଛିଟା ମାରିଲେ ଶୁଦ୍ଧତା ଆସିଥାଏ । କୌଣସି ଶୁଭ କାମ ସମୟରେ ବାହାରିବା ପୂର୍ବରୁ ହଳଦୀର ତିଳକ ଲଗାଇଲେ କାର୍ଯ୍ୟ ସଫଳ ହୋଇଥାଏ । ଘରର ମୁଖ୍ୟ ଦ୍ଵାରାରେ ହଳଦିଆର ରେଖା କରିଲେ ଖରାପ ଶକ୍ତି ପ୍ରବେଶ କରନ୍ତି ନାହି ।

ଘରର ମୁଖ୍ୟ କବାଟରେ ହଳଦୀରେ ସ୍ଵସ୍ତିକ ଚିହ୍ନ କରିଲେ ଏହା ଶୁଭର ସଂକେତ ହୋଇଥାଏ । ଏହା ସହ ଧନ ବୃଦ୍ଧି ବାସ୍ତୁ ନିବାରଣ ହୋଇଥାଏ । ଦାଂପତ୍ଯ ଜୀବନରେ ସମସ୍ଯା ରହିଥିଲେ ତୁଳସୀ ପତ୍ରରେ ହଳଦୀ ଲଗାଇ ଭଗବାନ ବିଶୁଣୁଙ୍କୁ ଅର୍ପଣ କରିଲେ ଏହା ଦୂର ହୋଇଥାଏ । ଗୁରୁବାର ଦିନ ସାତ୍ଵିକ ଭୋଜନ କରିବା ଉଚିତ । ଏହି ଦିନ ହଳଦିଆ ବସ୍ତ୍ର ଧାରଣ କରିବା ସହ ଆମିଷ, ପିଆଜ ଓ ରସୁଣ ଖାଇବା ଉଚିତ ନୁହେଁ । ନାଲି ବସ୍ତ୍ର ଗୁରୁବାର ଦିନ ପିନ୍ଧିବା ଅନୁଚିତ ।

ଏହି ଦିନ କାହାକୁ ଟଙ୍କା ଦେବା ଉଚିତ ନୁହେଁ । ଗୁରୁବାର ଦିନ ଦୀପ ଲଗାଇବା ସମୟରେ ଦୁଇଟି ଲବଙ୍ଗ ପକାଇଲେ ଶୁଭ ହୋଇଥାଏ । ଏହି ଦିନ ହଳଦିଆ ଦାନ କରିଲେ ସ୍ୱାସ୍ଥ୍ୟ ସମସ୍ଯା ଦୂର ହୋଇଥାଏ । ଗୁରୁବାର ଦିନ କାଗଜରେ ହଳଦୀର ପୁଡିଆ କରି ମା ଲକ୍ଷ୍ମୀଙ୍କ ଫୋଟୋରେ ଲୁଚାଇ ରଖିଲେ ଧନର ଅଭାବ ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *