ଗୋଟେ ପୁରୁଷ ଜଣେ ନାରୀର ହାତ କେତେବେଳେ ଛାଡି ଚାଲିଯାଏ…? Motivational speech

ବନ୍ଧୁଗଣ ହାତ ଧରିବା ପାଇଁ ଅନେକ ଲୋକ ଅଛନ୍ତି । କିନ୍ତୁ ଅଧା ରାସ୍ତାରେ ହାତ ନ ଛାଡିବା ଭଳି ମଣିଷ ଖୁବ କମ ମିଳିଥାଆନ୍ତି । ସରଳ ଲୋକମାନେ ବୋକା ନୁହନ୍ତି ବରଂ ସେମାନେ ସମସ୍ତଙ୍କୁ ନିଜର ଭଳି ଭାବି ନିଅନ୍ତି । ଏହା ହେଉଛି ସେମାନଙ୍କର ସବୁଠାରୁ ବଡ଼ ଭୁଲ । ଦୋଷ ନ କରି ଯଦି ଦୋଷୀ ହୋଇଯିବେ ତେବେ ସେହି ସ୍ଥାନରେ ଚୁପ ରହିବା ହେଉଛି ସବୁଠାରୁ ବଡ଼ ଭୁଲ।

ଯେଉଁ ସମ୍ପର୍କରେ ସ୍ନେହ, ମମତା, ପ୍ରେମ, ଆତ୍ମୀୟ ଭାବ ନଥାଏ । ତେବେ ଜବରଦସ୍ତି ସେହି ଭଳି ସମ୍ପର୍କକୁ ରଖିବା ଠୁ ଭଲ ସେହି ସମ୍ପର୍କ ଠାରୁ ଦୂରେଇ ଯିବା  ହୋଇଥାଏ । ଯଦି ତୁମ ବିନା ଜଣେ ଖୁସିରେ ରହିପାରୁଛି ତାହାଲେ ତାକୁ ଖୁସିରେ ରହିବାକୁ ଦିଅ । ତାହା ପଛରେ ଅଧିକ ପଡି ନିଜର ଆତ୍ମ ସମ୍ମାନ ହରାନ୍ତୁ ନାହିଁ । ମଣିଷ ତା ଜୀବନରେ ଦୁଇଟି ଜିନିଷ କେବେବି ଭୁଲିନଥାଏ ।

ପ୍ରଥମଟି ହେଉଛି ନିଜ ଲୋକ ଦେଇଥିବା ଦୁଃଖ । ଦ୍ଵିତୀୟଟି ହେଉଛି ପର ଲୋକ ଦେଇଥିବା ଇଜ୍ଜତ। ଯଦି ଆପଣଙ୍କ ଜୀବନରେ କୌଣସି ଖରାପ ବ୍ୟକ୍ତିଙ୍କ ସହ ରହିଥାନ୍ତି। ତେବେ କେବେବି ତାଙ୍କୁ ଦୋଷ ଦେବେ ନାହିଁ । କାରଣ ଭଲ ଲୋକଙ୍କ ଠାରୁ ଆମକୁ ଖୁସି ଓ ଆନନ୍ଦ ମିଳିଥାଏ । କିନ୍ତୁ ଖରାପ ଲୋକଙ୍କ ଠାରୁ ଆପଣଙ୍କୁ  ଶିକ୍ଷା ମିଳିଥାଏ । ଯେମିତି ଜଣେ ଭୋକିଲାକୁ ଖାଇବାର ମୂଲ୍ୟ ଜଣାଥାଏ । ଜଣେ ଶୋସିଲା କୁ ଜଳର ମୂଲ୍ୟ ଜଣାଥା ।

ଯଦି ତୁମେ କୌଣସି କଥାରେ ଅନେକ ଦୁଃଖ ପାଇଛ ଓ ଭାଙ୍ଗି ପଡିଛ । ସେହି ସମୟରେ ଯଦି ତୁମ ମୁହଁରେ ହସ ରହିଥାଏ । ତେବେ ଦୁନିଆର କୌଣସି ଶକ୍ତି ତୁମକୁ ହରାଇ ପାରିବ ନାହିଁ । ଜୀବନରେ ସ୍ୱାର୍ଥ ଥିବା ମଣିଷ କେବେବି କାହାର ଦୁଃଖ ରେ ଭାଗିଦାର ହୁଅନ୍ତି ନାହିଁ । ସେମାନେ କେବଳ ଅନ୍ୟର ସୁଖରେ ସାମିଲ ହେବା ପାଇଁ ଅପେକ୍ଷା କରି ରହିଥାଆନ୍ତି ।

ଯେଉଁ ମଣିଷ ମନରେ ଆପଣଙ୍କ ପାଇଁ ପ୍ରକୃତ ଭଲ ପାଇବା ରହିଥାଏ । ତେବେ ସେ ମଣିଷ ଯେତେ ଦୂରକୁ ଗଲେ ମଧ୍ୟ ଦୁନିଆର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ସେ ସର୍ବଦା ଆପଣଙ୍କର ହୋଇରହିଥାନ୍ତି  ଓ ତାଙ୍କ ମନରେ ଆପଣଙ୍କ ପାଇଁ ସମାନ ପ୍ରେମ ରହିଥାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *