ଗୋଇଠିରେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି କି ! ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଜାଣନ୍ତୁ…Dr Rajendra Sahoo

ବନ୍ଧୁଗଣ ଆମ ଶରୀରର ସମସ୍ତ ଭାର ଆମ ପାଦ ଦୁଇଟି ଉପରେ ହିଁ ରହିଥାଏ। ଆମର ଚାଲିବା, ବୁଲିବା, ଡେଇଁବା, ଖେଳିବା କୌଣସି ଭାରୀ ଜିନିଷ ଉଠାଇବା ଆଦି ସବୁ କାମ କରିବା ସମୟରେ ପାଦ ଉପରେ ଭାର ପଡିଥାଏ । ସେଥିପାଇଁ ବହୁତ ଲୋକଙ୍କର ଗୋଇଠିରେ ଅସହ୍ୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ତେବେ ଏହି ଗୋଇଠି ଯନ୍ତ୍ରଣା ସାମାନ୍ୟ ଏକ ଯନ୍ତ୍ରଣା ନା କୌଣସି ପ୍ରକାର ରୋଗର ସଂକେତ ଦେଇଥାଏ । ଆସନ୍ତୁ ଡାକ୍ତର ଏ ସମ୍ପର୍କରେ କ’ଣ କହୁଛନ୍ତି ଜାଣିବା ।

ଆମ ପାଦରେ ଅନେକ ଗୁଡିଏ ହାଡ ରହିଛି । ଯେଉଁ କାରଣରୁ ପାଦରେ ଅଧିକ ଓଜନ ପଡିବା ସହ ଏହା ଯନ୍ତ୍ରଣା ହୋଇଥାଏ । ରୋଗୀଙ୍କ ପାଦର କେଉଁ ଅଂଶରେ ଯନ୍ତ୍ରଣା ହେଉଛି ଏବଂ ସେହି ଅନୁସାରେ କେଉଁଠି କେଉଁ କାରଣରୁ ଯନ୍ତ୍ରଣା ହେଉଛି ତାହା ପ୍ରଥମେ ଡାକ୍ତର ଯାଞ୍ଚ କରିଥାନ୍ତି । ତେବେ ପାଦ ଓ ଗୋଇଠି ଯନ୍ତ୍ରଣା ହେବାର ଅନେକ କାରଣ ହୋଇପାରେ । ହାଡରେ ଆଥ୍ରାଇଟିସ କାରଣରୁ ଯନ୍ତ୍ରଣା ହୋଇପାରେ କିମ୍ବା କୌଣସି ଫ୍ରାକ୍ଚର ଯୋଗୁଁ ହୋଇପାରେ ।

ଅନେକ ସମୟରେ ହାଡ ବଢିବା ଯୋଗୁଁ ମଧ୍ୟ ଯନ୍ତ୍ରଣା ହୋଇଥାଏ । ଆମ ପାଦରେ ସବୁ ଜଏଣ୍ଟକୁ ଲାଗିକରି ଅନେକ ନରମ ଟିସ୍ୟୁ ସବୁ ରହିଛି ଯାହା କୌଣସି କାରଣରୁ ଆଘାତ ପାଇ ଛିଣ୍ଡି ଯାଇଥାଏ । ଏହି କାରଣରୁ ମଧ୍ୟ ପାଦରେ ଯନ୍ତ୍ରଣା ହୋଇଥାଏ । ଏହା ଠିକ ସମୟରେ ଜଣା ନ ପଡିଲେ ମାସ ମାସ ପର୍ଯ୍ୟନ୍ତ ଏହା ଲାଗିରୁହେ । ଆମ ପାଦରେ ଗୋଟିଏ ଛୋଟିଆ ସୂତା ଭଳି ଜିନିଷଟି ହାଡକୁ ଯୋଡିକି ରଖିଥାଏ । ଅନେକ ସମୟରେ ତାହା ଫୁଲିଯାଇ ତା’ ଚାରିପଟେ ପାଣି ଜମିବା କାରଣରୁ ମଧ୍ୟ ଯନ୍ତ୍ରଣା କରାଇଥାଏ ।

ଆମ ଗୋଇଠିରେ ୫ ପ୍ରକାରର ସ୍ନାୟୁ ରହିଥାଏ ଯାହା ଅନେକ ସମୟରେ ଚାପି ହୋଇଯିବା ହେତୁ ଯନ୍ତ୍ରଣା କରାଇଥାଏ । ଏହାଛଡା ଟ୍ଯୁମର ଯୋଗୁଁ କିମ୍ବା ଅନ୍ୟ କୌଣସି ସଂକ୍ରମଣ ଯୋଗୁଁ ମଧ୍ୟ ଗୋଇଠି ଯନ୍ତ୍ରଣା ହୋଇପାରେ । ଅନେକ ସମୟରେ ଅଣ୍ଟାବିନ୍ଧା ମଧ୍ୟ ପାଦ ଉପରେ ପ୍ରଭାବ ପକାଇଥାଏ । ପାଦର ଆକାର, ମୋଟାପଣ, ଚାଲିବା ଶୈଳୀ ଓ ଜୀବନଶୈଳୀ ଗୋଇଠି ଓ ପାଦ ଯନ୍ତ୍ରଣା ଉପରେ ପ୍ରଭାବିତ କରିଥାଏ ଓ ଏମାନଙ୍କ କ୍ଷେତ୍ରରେ ପାଦ ଯନ୍ତ୍ରଣା ସମସ୍ଯା ଦେଖାଦେବା ସମ୍ଭାବନା ଅଧିକ ଥାଏ ।

ତେବେ ଯେଉଁ ଲୋକମାନଙ୍କର ଗୋଇଠିରେ ଅସହ୍ୟ ଯନ୍ତ୍ରଣା ଲଗାତର ଅନୁଭୂତ ହେଉଛି । ତେବେ ଏହାକୁ ହେଳା ନକରି ଡାକ୍ତରଙ୍କ ସହ ଏ ସମ୍ପର୍କରେ ପରାମର୍ଶ କରିନେବା ଆପଣଙ୍କ ପାଇଁ ଭଲ ରହିବ । ପାଦ କ୍ଷେତ୍ରରେ ଯଥାସମ୍ଭବ ନନସର୍ଜିକାଲ ଟ୍ରିଟମେଣ୍ଟ ପାଇଁ ହିଁ ପରାମର୍ଶ ଦିଆଯାଏ । ଏଥିପାଇଁ କିଛିଟା ଏକ୍ସରସାଇଜ, ସଠିକ ଜୋତା ପିନ୍ଧିବା, ଷ୍ଟ୍ରେଚିଙ୍ଗ ଓ ଫିଜିଓଥେରାପି ନେବାକୁ ପଡେ ।

ଏହାସହ କିଛି ରୋଗୀଙ୍କ କ୍ଷେତ୍ରରେ କିଛିଦିନ ପାଇଁ ମେଡ଼ିସିନ ମଧ୍ୟ ଖାଇବାକୁ ପରାମର୍ଶ ଦିଆଯାଏ । ଏସବୁକୁ ସଠିକ ଭାବେ ମାନି ଚଳିଲେ ଗୋଇଠି ଯନ୍ତ୍ରଣା ଭଲ ହୋଇଥାଏ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ ପେଜକୁ ଲାଇକ୍ କରିବା ସହ ଏହାକୁ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *