ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋଡରେ ଥିବା ସ୍ନାୟୁ ଅଧିକ ମାତ୍ରାରେ ବଢିଯାଇ ସ୍ନାୟୁଗୁଚ୍ଛ ହୋଇ ଗୋଡରେ ଯନ୍ତ୍ରଣା ଅନୁଭୂତ କରାଇଥାଏ । ଯାହା ଦ୍ଵାରା ଲୋକ ମାନଙ୍କର ଚାଲିଲା ବେଳେ ଗୋଡରେ ଦରଜ ବିନ୍ଧା ହୋଇଥାଏ । ପ୍ରାୟତଃ ଯେଉଁ ଲୋକ ମାନଙ୍କର ଠିଆ ହୋଇ କୌଣସି କାର୍ଯ୍ୟ କରିବାର ଅଭ୍ଯାସ ଥାଏ । ତେବେ ସେହି ଲୋକ ମାନଙ୍କର ଗୋଡରେ ଏହି ପ୍ରକାର ସମସ୍ଯା ଅଧିକ ମାତ୍ରାରେ ଅନୁଭୂତ ହୋଇଥାଏ ।
ଆଜି ଆପଣ ଗୋଡର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କେତେକ ଏକ୍ସର ସାଇଜ୍ ବିଷୟରେ ଜାଣିବାକୁ ପାଇବେ । ପ୍ରଥମ ଏକସରସାଇଜରେ ଆପଣ ଦୁଇଟି ତକିଆକୁ ଆଣି ଗୋଟିଏ ଉପରେ ଅନ୍ୟଟି ରଖିବେ । ତାପରେ ସେହି ତକିଆ ଉପରେ ନିଜ ଗୋଡକୁ ରଖୀ ପାଦର ଚଳନ କରାଇବେ । ଦିତୀୟରେ ଗୋଡରେ ଯେଉଁ ମଶଲ୍ ଥାଏ ।
ସେହି ମାଂସଳ ଜାଗାରେ ଅଲିଭ ଆଏଲ୍ କିମ୍ବା ସୋରିଷ ତେଲରେ ମସାଜ ଭଲ ଭାବେ କରିପାରିବେ । ସେହି ସ୍ଥାନରେ ହାତରେ ତେଲ ଆଣି ତଳୁ ଉପରକୁ କରି ମସାଜ କରିବେ। ତୃତୀୟରେ ଥଣ୍ଡା ଓ ଗରମ ପାଣି ଦ୍ଵାରା ମଧ୍ୟ ଏକ ଉପାୟ କରିବେ । ପ୍ରଥମେ ନଖ ଉଷୁମ ପାଣିରେ ଗୋଡକୁ ରଖିବେ ।
ଯାହା ଦ୍ଵାରା ସ୍ନାୟୁ ମୁକ୍ତ ହୋଇ ରକ୍ତ ପ୍ରବାହ ବଢିଯିବ । ସେହି ଗୋଡକୁ ଆଣି ପୁଣି ଥରେ ଥଣ୍ଡା ପାଣିରେ ବୁଡାଇବା ଦ୍ଵାରା ସ୍ନାୟୁ ସଙ୍କୁଚିତ ହୋଇ ରକ୍ତ ପ୍ରବାହ କମ୍ ହୋଇଯିବ । ଏହି ପରି ଭାବେ ସଂକୋଚନ ଓ ପ୍ରସାରଣ ଫଳରେ ରକ୍ତର ପ୍ରବାହ ଉପର ଆଡକୁ ଗତି କରି ଆପଣଙ୍କ ହାର୍ଟ ପାଖକୁ ପହଞ୍ଚି ଦରଜରୁ ମୁକ୍ତି କରାଇବ । ବିଭିନ୍ନ ଫିଜିଓଥେରାପି ଦ୍ଵାରା ମଧ୍ୟ ଗୋଡର ଯନ୍ତ୍ରଣାକୁ କମ୍ କରିପାରିବେ ।
ସିଧା ଭାବରେ ଶୋଇ ପଡିବେ । ଗୋଡକୁ ସିଧା କରି ପାଦର ଚଳନ କିଛି ସମୟ ପର୍ଯ୍ୟନ୍ତ କରାଇବେ । ଦିତୀୟରେ ସିଧା ଶୋଇ ରହି ଗୋଟିଏ ଗୋଡକୁ ଟିକେ ବେଣ୍ଡ କରି ଅନ୍ୟ ଗୋଡକୁ ଟେକି କରି ତାର ଚଳନ କରାଇବେ । ସେହିପରି ତାର ବିପରୀତ ଗୋଡରେ ମଧ୍ୟ ସେହି ପରି କରାଇବେ । ଦିନକୁ ଏହିପରି ଭାବରେ ୩ ରୁ ୪ ଥର କରିପାରିବେ ।
ଶୋଇ ରହି କାନ୍ଥରେ ଦୁଇ ଗୋଡକୁ ଟେକି ରଖି ଗୋଡକୁ କ୍ଳକ ୱାଇଜ ଓ ଆଣ୍ଟି କ୍ଳକ ୱାଇଜ ଏହି ପରି ତଳ ଓ ଉପରକୁ ଗୋଡ କରିବେ । ଶୋଇ ରହି କାନ୍ଥରେ ଗୋଡକୁ ଟେକି ରଖି ଗୋଡକୁ ତଳ ଓ ଉପର କରାଇବେ । ଠିଆ ହୋଇ ରହି ଗୋଡର ଗୋଇଠିକୁ ତଳ ଉପର କରିବେ । ଏହିପରି ଭାବେ ଏକ୍ସରସାଇଜ କରିବା ଦ୍ଵାରା ସ୍ନାୟୁରେ ସଠିକ ଭାବେ ରକ୍ତ ପ୍ରବାହ ହୋଇବ ଓ ଯନ୍ତ୍ରଣାରୁ ମୁକ୍ତି ମିଳିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବେ । ଧନ୍ୟବାଦ