ଘରୁ ମଶା ଘଉଡାଇବାର ଜବରଦସ୍ତ ନୁସକା, ଘରେ ଗୋଟେ ବି ମଶା ଦେଖାଯିବ ନାହିଁ- 100% effective remedy

ବନ୍ଧୁଗଣ ମଶା କାମୁଡିବା ଦ୍ଵାରା ଡେଙ୍ଗୁ ଓ ମ୍ୟାଲେରିଆ ପରି ଭୟଙ୍କର ରୋଗମାନ ହୋଇଥାଏ । ସେଥିପାଇଁ ମଶାଙ୍କୁ ଦୂରେଇ ରଖିବା ପାଇଁ ବଜାରରେ ମିଳୁଥିବା ଅନେକ ମଶାଧୂପ ବା କଏଲ ଆମେମାନେ ବ୍ୟବାହାର କରିଥାନ୍ତି । ଯାହା ଦ୍ଵାରା ତାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଘରୋଇ ଉପାୟରେ ପ୍ରସ୍ତୁତ ଏକ ମଶା ଉପଚାର ନେଇ ଆସିଛୁ ।

ଏଥିପାଇଁ ଆପଣଙ୍କୁ ପ୍ରଥମେ ଦରକାର ହେବ ନିମପତ୍ର । ନିମପତ୍ର ଆମ ଶରୀର ପାଇଁ କେତେ ଉପଯୋଗୀ ତାହା ଆମେ ସମସ୍ତେ ଜାଣିଛୁ । ମଶା ଘଉଡାଇବା ପାଇଁ ମଧ୍ୟ ଏହି ପତ୍ର ଖୁବ ଲାଭଦାୟକ ଅଟେ । ଆପଣ ଦୁଇ ମୁଠା ନିମପତ୍ରକୁ ଭଲ ଭାବେ ଧୋଇ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ଦ୍ଵିତୀୟରେ ଆପଣଙ୍କୁ ଆବଶ୍ୟକ ରାଶି ତେଲ । ଆପଣ ଚାହିଁଲେ ସୋରିଷ କିମ୍ବା ନଡିଆ ତେଲ ନେଇପାରିବେ ।

ଗ୍ଯାସରେ ଏକ ପାତ୍ର ଗରମ କରି ସେଥିରେ ଦେଢ କପ୍ ରାଶି ତେଲ କମ ଆଞ୍ଚରେ ରଖି ଗରମ କରନ୍ତୁ ଓ ସେଥିରେ ବାଟି ରଖିଥିବା ନିମପତ୍ର ଗୁଣ୍ଡକୁ ମିଶାଇ ଦିଅନ୍ତୁ । ଏହାକୁ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଧିମା ଆଞ୍ଚରେ ଗରମ କରନ୍ତୁ । ଦେଖିବେ ନିମପତ୍ର ସଂପୂର୍ଣ୍ଣ ଜଳିଯିବ ଓ ସମସ୍ତ ପୋଷକତତ୍ତ୍ଵ ସେହି ତେଲ ମଧ୍ୟକୁ ଆସିଯିବ । ଥଣ୍ଡା ହେବା ପରେ ଏହି ତେଲକୁ ଛାଣି ଦିଅନ୍ତୁ ଓ ସେଥିରେ ଏକ ଚାମୁଚ ଗନ୍ଧକର୍ପୁର ଗୁଣ୍ଡ ମିଶାଇ ଦିଅନ୍ତୁ ।

ଏବେ ଆପଣଙ୍କୁ ଦରକାର ହେବେ ଏକ ଛୋଟ ଡବା । ଯେଉଁଥିରୁ ଆପଣ ଡିବିରି ପ୍ରସ୍ତୁତ କରିବେ । ଏଥିପାଇଁ ଡବାର ଠିପି ମଝିରେ ଏକ ଛୋଟ କଣା କରି ଦିଅନ୍ତୁ ଓ ସେଥିରେ ସଳିତା ପୁରେଇ ଦିଅନ୍ତୁ । ସଳିତାର ଅଗ୍ରଭାଗକୁ ସେହି ତେଲରେ ପ୍ରଥମେ ବୁଡାଇ ଦିଅନ୍ତୁ ଓ ଏହାପରେ ସେହି ଡବା ଭିତରେ ପ୍ରସ୍ତୁତ ତେଲ ପୁରେଇ ଠିପି ବନ୍ଦ କରି ଦିଅନ୍ତୁ ।

ଏହି ତେଲକୁ ଆପଣ ଘରର ଯେକୌଣସି ସ୍ଥାନରେ ଜଳେଇକି ରଖି ଦିଅନ୍ତୁ । ଦେଖିବେ ୫ ମିନିଟ ମଧ୍ୟରେ ସବୁ ମଶା ପଳେଇଯିବେ । ଏହି ଉପାୟ ଆପଣଙ୍କ ଶରୀର ଉପରେ ମଧ୍ୟ କୌଣସି ପ୍ରଭାବ ପକାଇବା ନାହିଁ । ଏହାଛଡା ଘରୁ ଅନ୍ୟ ପୋକଜୋକ ଏବଂ ରୋଗଜୀବାଣୁ ମଧ୍ୟ ଦୂରେଇ ଯିବେ ।

ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *