କୁକୁର ପୂଜା ହୁଅନ୍ତି କି ? ଘରେ ଯଦି କୁକୁର ରଖିଛନ୍ତି ତ ଏହାକୁ ଥରେ ନିଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କୁକୁର ମାନଙ୍କୁ ବହୁତ ଲୋକ ନିଜ ଘରେ ଶ୍ରଦ୍ଧାରେ ରଖିଥାନ୍ତି । ନିଜ ଘରେ କୁକୁରକୁ ଖାଇବାକୁ ଦେଇ ଯତ୍ନରେ ରଖିଥାନ୍ତି । ଅନେକ କୁକୁର ଅଛନ୍ତି ଯେଉଁମାନେ ବାହାରେ ବୁଲନ୍ତି ଓ ବାହାର ପରିବେଶରୁ ଯେଉଁ ଖାଇବା ମିଳିଲା ତାହାକୁ ଖାଇ ବଞ୍ଚିଥାନ୍ତି । ପ୍ରାୟ ଲୋକମାନଙ୍କ ମତରେ କୁକୁର ଯଦି କୌଣସି ପୂଜା ସାମଗ୍ରୀକୁ ଛୁଇଁ ଦେଇଥାଏ, ତେବେ ସେହି ଜିନିଷ ମାରା ହୋଇଯାଇଥାଏ । କିନ୍ତୁ ଶାସ୍ତ୍ର ଅନୁସାରେ ଏହି କୁକୁର ମାନଙ୍କର ମଧ୍ୟ କିଛି ମହତ୍ଵ ରହିଛି ।

ଆପଣ ସେହି ସୂଚନା ବିଷୟରେ ଆଜି ଅବଗତ ହୋଇପାରିବେ । ଜଣେ ଋଷିଥିଲେ ତାଙ୍କ ନାଁ ଥିଲା ଅତ୍ରି ଓ ତାଙ୍କ ସ୍ତ୍ରୀଙ୍କର ନାମ ଥିଲା ସତୀ ଅନୁସୟା। ଦେବୀ ଅନୁସୟା ଏତେ ସତୀ ଥିଲେ ଅନ୍ୟମାନେ ତାଙ୍କୁ ସତୀ ଅନୁସାୟା ବୋଲି ସମ୍ବୋଧନ କରୁଥିଲେ । ଏହି କଥାର ପରୀକ୍ଷା ନେବା ପାଇଁ  ଥରେ ତ୍ରିଦେବୀ ତ୍ରିଦେବଙ୍କୁ ସତୀ ଅନୁସୟାଙ୍କ ନିକଟକୁ ପଠାଇଥିଲେ । ତ୍ରିଦେବ ଋଷି ରୂପରେ ଆସି ଦେବୀ ଅନୁସୟାଙ୍କୁ ଭୋଜନ କରିବାକୁ କହିଥିଲେ ।

ଦେବୀ ଅନୁସୟା କେବେ ମଧ୍ୟ ଘରକୁ ଆସିଥିବା ଅତିଥିଙ୍କୁ ଖାଲି ହାତରେ ଫେରାଇପାରିବେ ନାହିଁ । ସେଥିପାଇଁ ଯେତେବେଳେ ଦେବୀ ଅନୁସୟା ଖାଦ୍ୟ ଆଣି ଋଷିମାନଙ୍କୁ ଦେଲେ, ସେତେବେଳେ ଋଷିମାନେ କହିଲେ ଆପଣ ଯଦି ନିବସ୍ତ୍ର ହୋଇ ଆମ୍ଭମାନଙ୍କୁ ଖାଇବାକୁ ଦେବେ । ତାହେଲେ ଆମେ ଆପଣଙ୍କ ହାତରୁ ଖାଦ୍ୟ ଗ୍ରହଣ କରିବୁ । ଦେବୀ ଅନୁସୟା ଜଣେ ସତୀ ନାରୀ ହୋଇଥିବାରୁ ସିଏ କେବେ ମଧ୍ୟ ପର ପୁରୁଷ ପାଖରେ ନିବସ୍ତ୍ର ହୋଇପାରିବେ ନାହିଁ।

ସେଥିପାଇଁ ଦେବୀ ଅନୁସାୟା ତ୍ରିଦେବଙ୍କୁ ଛୋଟ ପିଲା କରିଦେଇଥିଲେ । ଛୋଟ ପିଲାଙ୍କ ଆଗରେ ମା ନିବସ୍ତ୍ର ହୋଇ ଦୁଗ୍ଧ ପାନ କରାଇଥାନ୍ତି । ଯେହେତୁ ତ୍ରିଦେବ ଛୋଟ ପିଲା ତେଣୁ ତାଙ୍କ ଆଗରେ ମାତା ଭାବରେ ଅନୁସୟା ନିଜକୁ ନିବସ୍ତ୍ର କରାଇ ଭୋଜନ କରାଇପାରିବେ । ଯେତେବେଳେ ତ୍ରିଦେବୀ ନିଜ ସ୍ବାମୀମାନଙ୍କୁ ଏପରି ଅବସ୍ତାରେ ଦେଖିଲେ ସେ ଦେବୀ ଅନୁସୟାଙ୍କର ସତୀତ୍ଵର ପରିଚୟ ପାଇ ତାଙ୍କୁ କ୍ଷମା ମାଗିଥିଲେ ଓ ତାଙ୍କ ସ୍ଵାମୀ ମାନଙ୍କୁ ପୂର୍ବ ଅବସ୍ତାକୁ ଫେରାଇ ଦେବାକୁ  କହିଥିଲେ ।

ଦେବୀ ଅନୁସୟା ତାଙ୍କମାନଙ୍କୁ କ୍ଷମା ମଧ୍ୟ କରିଦେଇଥିଲେ ।  ତ୍ରିଦେବ ସତୀ ଅନୁସୟାଙ୍କୁ କିଛି ବର ମାଗିବା ପାଇଁ କହିଥିଲେ । ସତୀ ଅନୁସୟା ତ୍ରିଦେବ ଅର୍ଥାତ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କୁ ନିଜ ସନ୍ତାନ ରୂପରେ ପାଇବାକୁ ଚାହୁଁଥିଲେ । ଏହି ଆଶ୍ରୀବାଦ ସତୀ ଅନୁସୟାଙ୍କୁ ତ୍ରିଦେବ  ବର ପ୍ରଦାନ କରିବାରୁ ଦେବୀଙ୍କ କୋଳରେ ତ୍ରିଦେବ ଜନ୍ମଲାଭ କରିଥିଲେ । ବ୍ରହ୍ମା ଚନ୍ଦ୍ର, ନାରାୟଣ ଦତ୍ତାତ୍ରେୟ ଓ ମହେଶ୍ଵର ଋଷି ଦୁର୍ବାସା ରୂପରେ ଜନ୍ମ ଲାଭ କରିଥିଲେ ।

ସତୀ ଅନୁସୟାଙ୍କର ତିନି ପୁତ୍ର ଭିତରୁ ଦୁଇ ପୁତ୍ର ତପସ୍ୟା ପାଇଁ ଚାଲିଗଲେ ଓ ଦତ୍ତାତ୍ରେୟ ମାଙ୍କ ପାଖରେ ରହିଲେ । ଦୁଇ ଭଗବାନ ଯେତେବେଳେ ତପସ୍ୟା ପାଇଁ ଚାଲିଗଲେ ସେତେବେଳେ ତାଙ୍କ ଶକ୍ତି ଦତ୍ତାତ୍ରେୟଙ୍କୁ ଦେଇକି ଗଲେ। ସେଥିପାଇଁ ତ୍ରିଦେବଙ୍କର ମିଳିତ ଶକ୍ତି ଦତ୍ତାତ୍ରେୟଙ୍କ ପାଖରେ ଦେଖିବା ପାଇଁ ମିଳେ । ଯେଉଁମାନେ ତ୍ରିଦେବଙ୍କୁ ଏକାଠି ଗୋଟିଏ ସ୍ଥାନରେ ପୂଜା କରିବାକୁ ଚାହୁଁଥିବେ ସେ ଦତ୍ତାତ୍ରେୟଙ୍କୁ ପୂଜା କରିପାରିବେ।

ଦତ୍ତାତ୍ରେୟ ତିନି ଦେବଙ୍କର ମିଳିତ ଅଂସ ହୋଇଥିବାରୁ ସକାଳେ ବ୍ରହ୍ମାଙ୍କ ରୂପରେ, ମଧ୍ୟାହ୍ନରେ ବିଷ୍ଣୁଙ୍କ ରୂପରେ ଓ ସନ୍ଧ୍ୟାରେ ଶିବଙ୍କ ରୂପରେ ଦର୍ଶନ ଦେଇଥାନ୍ତି । ଦତ୍ତାତ୍ରେୟଙ୍କ ପାଖରେ ସବୁବେଳେ ଚାରିଟି କୁକୁର ରହିଥାନ୍ତି । କାରଣ ଦତ୍ତାତ୍ରେୟ ହେଉଛନ୍ତି ଭଗବାନ ନାରାୟଣଙ୍କର ଅଂଶ, ତେଣୁ ଭଗବାନ ଯେତେବେଳେ ଦତ୍ତାତ୍ରେୟ ରୂପରେ ଜନ୍ମ ଲାଭ କରିଲେ । ତାଙ୍କୁ ସୁରକ୍ଷା ଦେବା ପାଇଁ ୪ ବେଦ କୁକୁର ରୂପ ନେଇ ଦତ୍ତାତ୍ରେୟଙ୍କ ପାଖରେ ସବୁବେଳେ ରହିଲେ । ତେଣୁ କୁକୁରକୁ ବାଡେଇବେ ନାହିଁ । କୁକୁର ହେଉଛନ୍ତି ୪ ବେଦ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *