ବନ୍ଧୁଗଣ, ପ୍ରତ୍ୟକ ବ୍ୟକ୍ତି ଚାହିଁଥାନ୍ତି ଯେ, ନିଜର ଏକ ସୁନ୍ଦର ବଗିଚାଟିଏ ହେଉ ବୋଲି । କିଛି ଲୋକ ନିଜ ବଗିଚା କୁ ଅନେକ ପ୍ରକାରର ଗଛଲତା ରେ ସଜାଇବାକୁ ପସନ୍ଦ କରିଥାନ୍ତି । ମାତ୍ର ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅନେକ ଗଛ ଅଶୁଭ ହୋଇଥାଏ । ଏଭଳି କି ଅନେକ ପ୍ରକାରର ବି-ପ-ଦ ମଧ୍ୟ ଆଣିଥାଏ । କିନ୍ତୁ ଅଭଳି ଅନେକ ଗଛଲତା ରହିଅଛି ଯାହାକି ଘର ନିମନ୍ତେ ବହୁତ ଶୁଭ ଅଟେ ।
ଏହା ଆପଣଙ୍କ ଘର ନିମନ୍ତେ ଉନ୍ନତି ଆଣିଥାଏ । ତଥା ସମସ୍ତ ପ୍ରକାରର ବିପଡ ରୁ ରକ୍ଷା କରିଥାଏ । ଏହା ଘରୁ ବାସ୍ତୁ ଦୋଷ ଦୂର କରିବା ସହିତ ଆପଣଙ୍କ ଘରେ କେବେ ମଧ୍ୟ ବାସ୍ତୁ ଦୋଷ ହୋଇ ନଥାଏ । ଆସନ୍ତୁ ବର୍ତ୍ତମାନ ଜାଣିନେବା ଯେ କେଉଁ ସବୁ ଗଛ ଆପାଙ୍କ ଘର ନିମନ୍ତେ ଅତ୍ୟନ୍ତ ଶୁଭ ଅଟେ ?
୧- ତୁଳସୀ ଗଛ;- ହିନ୍ଦୁ ଧର୍ମ ରେ ତୁଳସୀଗଛ ଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନିଥାନ୍ତି । ଯେଉଁ ଘରେ ତୁଳସୀ ଗଛ ର ପୂଜା କରାଯାଏ, ସେଠାରେ ଭଗବାନ ଶ୍ରୀ ବିଷ୍ଣୁ ଙ୍କର ଆଶୀର୍ବାଦ ରହିଥାଏ । ଆପଣଙ୍କ ଘରେ ସମସ୍ତ ପ୍ରକାରର ନକାରତ୍ମକ ଊର୍ଜା କୁ ଦୂର କରିବାର କ୍ଷମତା ରଖିଥାଏ । ଧ୍ୟାନ ଦେବେ ଯେ ଏହି ତୁଳସୀ ଗଛକୁ କେବେ ମଧ୍ୟ ଦକ୍ଷିଣ ଦିଗ ରେ ଲଗାଇବେ ନାହିଁ । କାରଣ ଏହା ଉନ୍ନତି ବଦଳରେ ଅନେକ କ୍ଷତି ପହଞ୍ଚାଇଥାଏ ।
୨- ବେଲଗଛ;- ଭଗବାନ ଶିବ ଙ୍କର ବେଲଗଛ ଅତ୍ୟନ୍ତ ପ୍ରିୟ ହୋଇଥାଏ । ମାନ୍ୟତା ରହିଅଛି ଯେ, ଏହି ବେଳ ଗଛରେ ଭଗବାନ ଶିବ ବାସ କରିଥାନ୍ତି । ଭଗବାନ ଶିବ ଙ୍କର ପ୍ରିୟ ବେଲଗଛ ଯେଉଁଘରେ ରହିଥାଏ, ସେହିଘରେ ମାତା ଲକ୍ଷ୍ମୀ ନିଜର ଆଶୀର୍ବାଦ ର ହାତ ରଖିଥାନ୍ତି ।
ଏହି ଗଛ କୁ ଆପଣ ନିଜ ଘରେ ଲଗାଇବା ଦ୍ଵାରା ଧନର ଦେବୀ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହାଦ୍ଵାରା ଆପଣଙ୍କ ଘରେ ଉପୁଜିଥିବା ସମସ୍ୟା ସବୁ ଦୂର ହୋଇଥାଏ । ବେଲଗଛ ରେ ନୀତିଦିନ ପାଣି ଦେଲେ ଆପଣଙ୍କ ପିତୃ ପୁରୁଷ ମଧ୍ୟ ତୃପ୍ତ ହୋଇଥାନ୍ତି ।
୩- ଶମୀ ଗଛ;- ଏହି ଶମୀ ଗଛ ଘରର ମୁଖ୍ୟ ଦ୍ଵାରର ବାମ ପାର୍ଶ୍ଵ ରେ ଲଗାଇବା ଉଚିତ ହୋଇଥାଏ । ଏହି ଶମୀ ଗଛର ମୂଳରେ ସକାଳେ ଅଥବା ସନ୍ଧ୍ୟାରେ ରାଶି ତେଲ ଅଥବା ସୋରିଷ ତେଲ ର ଦୀପ ଲଗାଇବା ଦ୍ଵାରା ଶନି ଦଶା ଅଥବା ଶନି ପ୍ରକୋପ ରୁ ରକ୍ଷା ମିଳିଥାଏ । ବିଜୟା ଦଶମୀ ଦିନ ଏହି ଶମୀ ଗଛର ପୂଜା କରିବା ଦ୍ଵାରା ଆପଣଙ୍କ ଘରେ କେବେ ମଧ୍ୟ ଧନଧାନ୍ୟ ର ଅଭାବ ରହି ନଥାଏ । ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି ଆପଣଙ୍କୁ କିଭଳି ଲାଗିଲା ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।