Vastu Shastra- ଘରେ କେଉଁ ଗଛ ଲଗେଇବା ହୋଇଥାଏ ଶୁଭ, ବଢିଥାଏ ଧନ ସମ୍ପତି ଓ କେଉଁ ଗଛ ଲଗେଇଲେ ହୋଇଥାଏ ଅନର୍ଥ

ବନ୍ଧୁଗଣ ସମସ୍ତେ ନିଜ ଘରେ କିଛି କିଛି ଗଛ ଲଗାଇବାକୁ ପସନ୍ଦ କରିଥା’ନ୍ତି । କିଛି ଏପରି ଗଛ ମଧ୍ୟ ରହିଛି ଯାହାକୁ ଘରେ ଲଗାଇବା ଦ୍ଵାରା ଘର ର ବାସ୍ତୁ ଦୋଷ ମଧ୍ୟ ଖଣ୍ଡନ ହୋଇ ଯାଇଥାଏ । ତାହାଛଡା ଘରର ବଗିଚା ରେ ଗଛ ଲଗାଇବା ଦ୍ଵାରା ମନରେ ସବୁବେଳେ ଖୁସି ଭରି ରହିଥାଏ । କିନ୍ତୁ ବନ୍ଧୁଗଣ କିଛି ଏପରି ବିଶେଷ ଗଛ ମାନ ରହିଛି, ଯାହାକୁ ଯଦି ଘରେ ଲଗାଯାଏ, ତେବେ ଘରର ଉନ୍ନତି ହେବା ସହ କିଛି ଏପରି ଗଛ ରହିଛି ଯାହାକୁ ଲଗାଇବା ଦ୍ଵାରା ଘରେ ଦରିଦ୍ରତା ମଧ୍ୟ ଆସି ଯାଇଥାଏ ।

ବନ୍ଧୁଗଣ ଯଦି ଘରେ ତୁଳସୀ ଗଛ ଲଗାଯାଏ, ତେବେ ଘରର ସମସ୍ତ ନକରାତ୍ମକତା ଶକ୍ତିର ନାସ ହୋଇଥାଏ । ତାହାସହ ସେହି ଘରେ ମାତା ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁ ଙ୍କର ମଧ୍ୟ ସଦା ବାସ ରହିଥାଏ । ବନ୍ଧୁଗଣ କିନ୍ତୁ ଏହି ତୁଳସୀ ଗଛକୁ ଘରେ ସବୁବେଳେ ଉତ୍ତର ପୂର୍ବ କୋଣରେ ଲଗାଇବା ଉଚିତ୍।

ଦ୍ଵିତୀୟରେ ବନ୍ଧୁଗଣ ଯଦି ଆପଣ ନିଜ ଘରେ ବେଲ ଗଛ ଲଗାଇଥାନ୍ତି, ତେବେ ଆପଣଙ୍କ ଘରେ ପିଢୀ ପର ପିଢୀ ପର୍ଯ୍ୟନ୍ତ ମାତା ଲକ୍ଷ୍ମୀ ଙ୍କର ବାସ ରହିଥାଏ । ତାହାସହ ଆପଣଙ୍କ ଘରେ କେବେ ମଧ୍ୟ ଧନ ସମ୍ପତ୍ତି ର କୌଣସି ଅଭାବ ଦେଖା ଦେଇନଥାଏ । କାରଣ ବେଲ ଗଛ ଭଗବାନ ଶିବ ଙ୍କର ପ୍ରିୟ ବୃକ୍ଷ ହୋଇଥିବା ସହ ମାତା ଲକ୍ଷ୍ମୀ ଙ୍କର ମଧ୍ୟ ଅ॰ଶ ବୋଲି କୁହାଯାଏ । ତେଣୁ ଏହି ଗଛ ଥିବା ଦ୍ଵାରା ଘରେ ଶିବ ଶଙ୍କର ଓ ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ବଜାୟ ରହିଥାଏ ।

ତୃତୀୟରେ ବନ୍ଧୁଗଣ ଯଦି ଆପଣଙ୍କ ଘରେ ସମି ଗଛ ଲଗାଇଥାନ୍ତି ତେବେ ଆପଣଙ୍କୁ ଜୀବନରେ କେବେ ମଧ୍ୟ ଶନି ଭାଗବାନ ଙ୍କର କୋପ ର ଭୟ ରହିବ ନାହିଁ । ତାହାସହ ଘରେ ସବୁବେଳେ ଧନ ଧାନ୍ୟ ର ବର୍ଷା ଲାଗି ରହିଥାଏ । ତାହାଛଡା ବନ୍ଧୁଗଣ ଆପଣ ଯଦି ନିଜ ଘରେ ଉତ୍ତର ପୂର୍ବ ଦିଗରେ କିମ୍ବା ଘର ର ଉତ୍ତର ଦିଗରେ ଅଁଳା ଗଛ ଲଗାଇଥା’ନ୍ତି, ତେବେ ଭଗବାନ ବିଷ୍ଣୁ ଙ୍କ କୃପାରୁ ଆପଣଙ୍କ ଘରେ କେବେ ମଧ୍ୟ ଧନ ସମ୍ପତ୍ତିର ଅଭାବ ଦେଖା ଦେଇନଥାଏ ।

ତାହାଛଡା ଘରେ କୌଣସି ପ୍ରକାରର ବାସ୍ତୁ ଦୋଷ ମଧ୍ୟ ରୁହେ ନାହିଁ । ବନ୍ଧୁଗଣ ଯଦି ଆପଣ ନିଜ ଘରେ କୌଣସି ପବିତ୍ର ବୃକ୍ଷ ଲଗାଉଛନ୍ତି, ତେବେ ଏହାକୁ କୌଣସି ସଫା ସ୍ଥାନରେ ଲାଗିବା ସହ ଏହାର ବିଶେଷ ଯତ୍ନ ନିଅନ୍ତୁ । ଆପଣ ଦେଖିବେ ଆପଣଙ୍କ ଘରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କର ଆଗମନ ହେବା ସହ ଘର ପାଇଁ ସବୁ ଦିଗରୁ ଧନର ମାର୍ଗ ଖୋଲିଯିବ । ତାହାଛଡା ଆପଣ ରାତାରାତି ଉନ୍ନତି ର ଶିଖର କୁ ଛୁଇଁବେ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *