୧- ବନ୍ଧୁଗଣ, କୌଣସି ଗୁରୁବାରରେ ବ୍ରହ୍ମ ମୂହୁର୍ତ୍ତ ରେ ଉଠି ଆପଣ ସ୍ନାନ ସାରି ସୂତା ବସ୍ତ୍ର ପରିଧାନ କରିବେ । ଏବଂ ସୂତା ଆସନରେ ବସି ଆପଣ ପୂର୍ବ କୁ ମୁଖ କରି ଗୋଟିଏ ସୂତା ରେ ଗୋଟିଏ ଲେମ୍ବୁ, ୭ କଞ୍ଚାଲଙ୍କା କୁ ଛୁଞ୍ଚି ସାହାର୍ଯ୍ୟ ରେ ଗୁନ୍ଥିବେ । ସେଥିରେ ସିନ୍ଦୁର, କୁଙ୍କୁମ ଆଦି ଲଗାଇ ଆପଣଙ୍କ ଯିଏ ଆରାଧ୍ୟ ଦେବତା ତାଙ୍କୁ ସ୍ମରଣ କରି ଆପଣ ଘର କବାଟ ଅଥବା ଝରକା ରେ ଦୁଆର ବନ୍ଧ ଉପରେ ଝୁଲେଇ ଦେବେ ।
ସେହି ମାଳାରେ ପବନ ବାଜି ଘରେ ପସିଲେ ଜାଣିବେ ଯେ ଶୁଭ ଜିନିଷ ଘରକୁ ଆସୁଛି । ଏହାଦ୍ଵାରା ସୁଖ ଶାନ୍ତି ମିଳିବ ସର୍ବଜନୀତ ମଙ୍ଗଳ ହେବ । ଚାକିରି କ୍ଷେତ୍ରରେ ଉନ୍ନତି ହେବ ଝିଅ ବାହା ହେଇ ପାରୁନି ତ ବାହା ହେବ । ସମସ୍ତଙ୍କ ସହିତ ଆନ୍ତରିକତା ବଡିବ । ଯେଉଁଦିନ ଆପଣ ବାନ୍ଧିବେ ସେ ଦିନ ଗୃହ କର୍ତ୍ତା ବ୍ରହ୍ମଚାର୍ଜ୍ୟ ପାଳନ କରିବେ । ଅର୍ଥାତ ସ୍ଵାମୀ ସ୍ତ୍ରୀ ଅଲଗା ଶର୍ଯ୍ୟାରେ ଶୋଇବେ । ଏହା ମଙ୍ଗଳ ଦାୟକ କଥା ଘରର ମଙ୍ଗଳ ହେବ ।
୨- ଯେଉଁ ସ୍ତ୍ରୀ ଏଇ ବିଶେଷ ଲକ୍ଷଣ ଦେଖାଯାଏ ସେ ମା ଲକ୍ଷ୍ମୀ ଙ୍କ ରୂପ ହୋଇଥାଏ । ପ୍ରଥମ ଲକ୍ଷଣ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ମହିଳା, ଗରୁଡ ପୁରାଣ ଅନୁଯାୟୀ ଯେଉଁ ମହିଳା ବ୍ରହ୍ମ ମୂହୁର୍ତ୍ତ ପୂର୍ବରୁ ଉଠୁଥାଏ ତାଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ସବୁବେଳେ ବର୍ଷୁଥାଏ । ଯେଉଁ ମହିଳା ସୂର୍ଯ୍ୟ ଉଦୟ ପରେ ମଧ୍ୟ ଶୋଇ ରହୁଥାଏ, ସେ ପାପକର୍ମ କରିବା ସାଦୃଶ୍ୟ ହୋଇଥାଏ । ସୂର୍ଯ୍ୟ ଉଦୟ ଆଗରୁ ଉଠୁଥିବା ମହିଳା ସବୁ ଦେବୀ ଦେବତାଙ୍କ କୃପା ଲାଭ କରିଥାନ୍ତି । ଏବଂ ତାଙ୍କର ଏହି ଅଭ୍ୟାସ କାରଣରୁ ଘରେ ସୁଖ ସମୃଦ୍ଧି ବାସ କରିଥାଏ ।
ଦ୍ଵିତୀୟରେ ଯେଉଁ ମହିଳା ନିତ୍ୟକର୍ମ କୁ ସାରି, ସ୍ଵଛବସ୍ତ୍ର ଧାରଣ କରି ବିଧି ବିଧାନ ଅନୁସାରେ ସବୁ ଦେବୀ ଦେବତା ଙ୍କ ପୂଜାର୍ଚ୍ଚନା କରିଥାଏ ଏବଂ ଆଳତି କରି ଧୂପ ଦୀପ କରିଥାଏ ଏଭଳି ମହିଳା ଙ୍କ ଯୋଗୁଁ ହିଁ ଘରେ ସୁଖ ସମୃଦ୍ଧି ବାସ କରିଥାଏ ।
ତୃତୀୟରେ ମାତା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତି ମହିଳା ସ୍ଵଛତା ପ୍ରିୟ ହୋଇଥାନ୍ତି, ଯେଉଁ ମହିଳା ଙ୍କ ଘର ସବୁବେଳେ ଅପରିଷ୍କାର ରହୁଥାଏ, ବୁଢିଆଣୀ ଜାଲ ରହୁଥାଏ, ପ୍ରତ୍ୟକ ଜାଗାରେ ଅଳିଆ, ଆବର୍ଜନା ପଡି ରହୁଥାଏ, ସେହି ମହିଳା ଦୁର୍ଭାଗ୍ୟ ଆଣିଦିଏ ବୋଲି ମାନାଯାଇଥାଏ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ