ଘରେ ସବୁବେଳେ କଳି ଝଗଡା ହେଉଥିଲେ କଣ କରିବେ ? ନିଶ୍ଚୟ ଜାଣି ରଖନ୍ତୁ ଜୀବନ ବଦଳିଯିବ…

ନମସ୍କାର ବନ୍ଧୁଗଣ ତେବେ ଆମ ଜୀବନରେ ଛୋଟ ଛୋଟ କଥା ବହୁତ ମହତ୍ୱ ରଖିଥାଏ । କେବେ କେବେ ଜଣା ଅଜଣାତରେ ଏମିତି ଭୁଲ କରି ଦେଇଥାନ୍ତି ଯାହା ଫଳରେ ଘରକୁ ଆସୁଥିବା ସମୟରେ ସମସ୍ୟା ଆସିଥାଏ । କଥା କଥାରେ ଝଗଡା ହୋଇଥାଏ । ଏମିତିକି ଅକାଳ ମୃତ୍ୟୁ ବି ହୋଇଯାଇଥାଏ । ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ବି ହୋଇଥାଏ । ଆଉ ଧନ ରୋଜଗାର କରିବା ପରେ ବି ଗରିବିର ସାମ୍ନା କରିବାକୁ ପଡିଥାଏ ।

ତେବେ ଜଣେ ଯୁବକ ପ୍ରେମ ବିବାହ କରିଥିଲା ତେବେ ଝିଅ ଟି ବିଦେଶିନୀ ଥିଲା ଏବଂ ପୁଅର ମାଆ ଏବଂ ସ୍ତ୍ରୀ ଙ୍କ ଭିତରେ ସବୁବେଳେ ମନ ମାଳିନ୍ୟ ଲାଗି ରହୁଥାଏ ତେବେ ଶାଶୁ ନିଜ ବୋହୁ କୁ ପସନ୍ଦ କରୁ ନଥିଲେ । ତେବେ କିନ୍ତୁ ପୁଅ ଟି ଶାଶୁ ବୋହୁ ମଧ୍ୟରେ ମିତ୍ରତା ଆଣିବା ପାଇଁ ବହୁତ ଚେଷ୍ଟା କରିଥାଏ କିନ୍ତୁ କୌଣସି ଲାଭ ମିଳି ନଥାଏ । ତେବେ ଏହା ଭିତରେ ଅନେକ ବର୍ଷ ବିତି ଗଲା କିନ୍ତୁ ଘରର ଛୋଟ ଛୋଟ କଥାକୁ ନେଇ ଝଗଡା ଲାଗି ରହିଥାଏ ।

ତେବେ ଏହା ଭିତରେ ବୋହୂ ର ଦୁଇଟି ସନ୍ତାନ ଜଣେ ପୁଅ ଏବଂ ଜଣେ ଝିଅ ମଧ୍ୟ ହୋଇ ସାରିଲାଣି । ତେବେ ସମୟ ଗଡିବ ସହ ଝଗଡା ବି ବଢୁଥାଏ ତେବେ ଦିନେ ବୋହୂର ଜନ୍ମଦିନ ପଡିଲା ସମସ୍ତେ ଖୁସି ଥିଲେ ଭୋଜି ଭାତ ହେବ ବୋଲି ପୁଅ ଝିଅ ମଧ୍ୟ ଖୁସି ହେଉଥିଲେ ତେବେ କିନ୍ତୁ ବୋହୁ ଅଚାନକ କହିଲା କି ମୋର ଆଜି ଜନ୍ମଦିନ ମୋତେ କଙ୍କଡା ଖାଇବାର ଅଛି ତୁମେ ନେଇକି ଆସ । ତେବେ ପୁଅ ଟି ବାଧ୍ୟ ହୋଇ କଙ୍କଡା ନେବାକୁ ଗଲା କିନ୍ତୁ ଶାଶୁ ଭୀଷଣ ରାଗି ଗଲେଣି ।

ତେବେ ଅନେକ ସ୍ଥାନରେ ଖୋଜି ଖୋଜି ଶେଷରେ ଏକ ସ୍ଥାନରେ କଙ୍କଡା ମିଳିଲା ତେବେ ଫେରୁ ଫେରୁ ଜଣେ ସାଙ୍ଗ ଦେଖା ହେଲା ଏବଂ ପୁଅ ଟି ସବୁ କଥା କହିଲା ତେବେ ସାଙ୍ଗଟି କହିଲା ହଉ ଅବି ଘରକୁ ଯାଅ କିଛି କରି ହେବନାହିଁ । ତେବେ ପୁଅଟି ଡରି ଡରି ଘରକୁ ମଧ୍ୟ ଫେରୁଥାଏ କାରଣ ସେ ଜାଣିଥାଏ ଆଜି ଘରେ ମହାଭାରତ ହେବ ନିଶ୍ଚିତ । ତେବେ ପୁଅ ଝିଅ ଅପେକ୍ଷା କରି କରି ସକାଳ ର ବାସୀ ଖାଦ୍ୟ ଖାଇ ଶୋଇ ପଡିଲେଣି  ।

ତେବେ ପୁଅ ଟି ଘରକୁ ପଶିବା ମାତ୍ରକେ ସେମାନେ ଶାଶୁ ବୋହୁ ଦୁଇ ଜଣ ଚିଲାଇବା ଆରମ୍ଭ କରିଦେଲେ ଏବଂ ପୁଅଟି ହଡ଼ବଡ଼ ହୋଇ ପଡିଗଲା ଏବଂ ବ୍ୟାଗରେ ଥିବା ସବୁ କଙ୍କଡା ଘର ଯାକ ହୋଇଗଲେ । ତେବେ ସ୍ତ୍ରୀ ଟି ସବୁ କଙ୍କଡା କୁ ଗୋଟେଇବାରେ ଲାଗିଥାଏ ତ ଶାଶୁ ଘରକୁ ଧୋଇବାରେ ତେବେ ସେମିତି କରୁ କରୁ ସନ୍ଧ୍ୟା ହୋଇଗଲା । ତେବେ ଯୁବକ ଟି ର ସାଙ୍ଗ ଆସିଲା ଏବଂ ସବୁ କଥା ବୁଝିଲା ଏବଂ କହିଲା କି ଆଜିର ଦିନ କୁ ସମସ୍ତେ ଖୁସିରେ କଟେଇ ଥାଆନ୍ତ ।

କିନ୍ତୁ ଏମିତି କିଛି ବି ହୋଇ ପାରିଲା ନାହିଁ ଯଦି ବୋହୁ ଟି ଆଜି ଆମିଷ ନଖାଇ ଥାଆନ୍ତା ତେବେବି ଭୋଜି ଭାତ ରେ ସମସ୍ତେ ଖୁସି ହୋଇଥାନ୍ତି । ଏହା ସହ ଯଦି ଶାଶୁ ବୋହୁ ଆମିଷ ଖାଇବାରେ ଗୋଟିଏ ଦିନ ଛାଡି ଦେଇଥାନ୍ତେ ତଥାପି ସବୁ ଠିକ ଥାନ୍ତା କିନ୍ତୁ ଦୁଇ ଜଣ ନିଜ ଜିଦି ଏବଂ ଅଂହ ରେ ଏହି ସବୁ କରିଦେଲ । ତେବେ ଘରେ ଝଗଡା କୁ ଅଟକେଇବା ପାଇଁ ସର୍ବ ପ୍ରଥମେ ନିଜ ମନରେ ଥିବା ଅଂହ ଭାବନା ଏବଂ ଜିଦି ଗୁଣ କୁ ବାହାର କରିବା ଆବଶ୍ୟକ ଏହା ଦ୍ୱାରା ଆପଣ ଖୁସିରେ ଜୀଵନ ଯାପନ କରି ପାରିବେ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *