ଘରେ କଳି ଦୂର କରିବେ କିପରି ? ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta

ନମସ୍କାର ବନ୍ଧୁଗଣ ତେବେ ଜୀବନ ରେ ଶାସ୍ତ୍ର ର ପ୍ରାୟତଃ ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର ରେ କେତେକ ଅନୁଚିନ୍ତା ବିଷୟରେ ଲେଖାଯାଇଛି ଯାହା ଦ୍ୱାରା ଆମର ବହୁତ ଶୁଭ ହୋଇଥାଏ ଓ ଘରେ ସୁଖ ଶାନ୍ତି ର ବାତାବରଣ ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି ଅନୁଚିନ୍ତା ଗୁଡିକ ଵିଷୟ ରେ । ୧. ଘରର ମୁଖ୍ୟ ଦ୍ୱାର ସାମ୍ନା ରେ ମନ୍ଦିର ଥିଲେ ଘରେ ଦୈବୀ ଶକ୍ତି ପ୍ରବେଶ କରନ୍ତି ନାହିଁ । ଏହା ପରିବାର ପାଇଁ ରୋଗ, ଦୁଃଖ ଓ ଦାରିଦ୍ର୍ୟତା ର କାରଣ ହୋଇଥାଏ ।

୨. ଘର ସାମ୍ନା ରେ ବଡ଼ ଗଛ କିମ୍ବା ଖମ୍ବ ଥିଲେ ପିଲା ମାନଙ୍କ ପାଇଁ ଏହା ବହୁତ ଅଶୁଭ ହୋଇଥାଏ । ତେଣୁ ଘର ସାମ୍ନା ରେ ସ୍ୱସ୍ତିକ ଚିହ୍ନ କିମ୍ବା ଓଂ ଲେଖିବା ଉଚିତ ।

୩. ଘରକୁ ଶୁଭତ୍ୱ ଆଣିବାକୁ ଯଦି ଚାହୁଁଛନ୍ତି ତେବେ ଘର ସାମ୍ନା ରେ ରଙ୍ଗୋଲି ପକାନ୍ତୁ କିମ୍ବା ଫୁଲ ରେ ସଜାନ୍ତୁ ।

୪. ଘରର ମୁଖ୍ୟ ଦ୍ୱାର ରେ ଜୋତା କିମ୍ବା ଚପଲ ରଖିବା ଉଚିତ ନୁହେଁ । କାରଣ ଏହା ଅଶୁଭ ର ପ୍ରତୀକ ହୋଇଥାଏ ଏବଂ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ।

୫. ଘରେ ଯଦି କଳହ ଲାଗି ରହୁଛି ତେବେ ଶନିବାର ଦିନ ଅଟା କୁ ପେଶୀ କିଛି ବୁଟ ଚୂନା ମିଶାଇ ରୁଟି କରି ଖାଇଲେ ତାହା ଦୂର ହୋଇଥାଏ ।

୬. ଯଦି ଘରର ପ୍ରତ୍ୟେକ ଲୋକ ମାନଙ୍କ ଭିତରେ କଳହ ଲାଗି ରହୁଥାଏ ତେବେ ଘରର ସମସ୍ତ ଲୋକ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ତାହା ଶୁଭ ପ୍ରଭାବ ପକାଇଥାଏ ।

୭. ଘରେ ଯଦି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟ ରେ କଳହ ଅତ୍ୟଧିକ ବଢ଼ିଯାଏ ତେବେ ତିନୋଟି ଗୋମତି ଚକ୍ର କୁ ଘରର ଦକ୍ଷିଣ ଦିଗରେ ପକାଇଲେ ତାହା ଦୂର ହୋଇଥାଏ ।

୮. ଯଦି ପରିବାର ରେ କଳହ ସୃଷ୍ଟି ହେଉଛି ତେବେ ମଙ୍ଗଳବାର ଦିନ ହନୁମାନ ଙ୍କ ମନ୍ଦିର ଯାଇ ସିନ୍ଦୁର ଏବଂ ବସ୍ତ୍ର ଚଢାଇଲେ ତାହା ଦୂର ହୋଇଥାଏ ।

୯. ଘରେ ଝଗଡା ହେଉଥିଲେ ଘରର ଶୋଇବା କକ୍ଷ ରେ କୌଣସି ପ୍ରକାର ହିଂସ୍ର ଜନ୍ତୁ ର ଫଟୋ ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ଝଗଡ଼ା ବଢ଼ିଥାଏ ।

୧୦. ଶୋଇବା ଘରେ ଭଙ୍ଗା ଆଇନା କିମ୍ବା କୌଣସି ପ୍ରକାର ଭଙ୍ଗା ଜିନିଷ ରଖିବା ଉଚିତ ନୁହେଁ । ଏହାଦ୍ବାରା ଅଶାନ୍ତି ସୃଷ୍ଟି ହୋଇଥାଏ ।

୧୧. ଘର ଭିତରେ କେବେବି ତାଜମହଲ ର ଚିତ୍ର କିମ୍ବା ପ୍ରତିକୃତି ଲଗାଇବା ଉଚିତ ନୁହେଁ । ନଚେତ ଘରେ କଳହ ସୃଷ୍ଟି ହୋଇଥାଏ ।

୧୨. ସ୍ୱାମୀ ଓ ସ୍ତ୍ରୀ କେବେବି ଫାଟି ଯାଇଥିବା ପର୍ସ ଓ ଆଲମାରୀ ବ୍ୟବହାର କରନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ ।

୧୩. ଘରେ କଳହ ଲାଗିବାର ସବୁଠାରୁ ବଡ଼ କାରଣ ହେଉଛି ଜୋତା କିମ୍ବା ଚପଲ ଓଲଟା ପଡ଼ିବା । ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ ।

୧୪. ଯଦି ଆପଣ ଚିରା ଫଟା ଲୁଗାକୁ ବାନ୍ଧି ଘରର କୌଣସି କଣ ରେ ରଖନ୍ତି ତେବେ ଏହାଦ୍ବାରା କଳହ ସୃଷ୍ଟି ହେବାର ବାଟ ଖୋଲି ଯାଇଥାଏ ।

୧୫. ଘରେ କଣ୍ଟା ଗଛ କିମ୍ବା ଏହାର ପ୍ରତିଛବି ରଖିବା ଉଚିତ ନୁହେଁ । କାରଣ ଏହାଦ୍ବାରା କଳହ ବଢ଼ିବାର ସମ୍ଭାବନା ରହିଥାଏ ।

୧୬. ପରିବାର ସଦସ୍ୟ ଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବାର ବଡ଼ କାରଣ ବାସ୍ତୁଦୋଷ ହୋଇପାରେ । ତେଣୁ ସର୍ବ ପ୍ରଥମେ ଏହାକୁ ଠିକ କରିବା ଆବଶ୍ୟକ ।

୧୭. ଘରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଉତ୍ସବ ସମ୍ପର୍କ ଆଣିବାକୁ ହେଲେ ଶୋଇବା କକ୍ଷ ରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ଯୋଡ଼ା ଫଟୋ ଲଗାଇବା ଉଚିତ ।

୧୮. ଗୁରୁବାର ଦିନ ଅଶ୍ଵସ୍ତ ବୃକ୍ଷ ମୂଳରେ ଯଦି ଘିଅ ର ଦୀପ ଜଳାଯାଏ ତେବେ ପରିବାର ରେ କଳହ ଦୂର ହୋଇ ସୁଖ ଓ ଶାନ୍ତି ବୃଦ୍ଧି ହୋଇଥାଏ ।

୧୯. କଦମ୍ବ ଗଛ ର ସାତୋଟି ପତ୍ର କୁ ଏକାଠି ମାଳ କରି ମୁଖ୍ୟ ଦ୍ୱାର ରେ ଟାଙ୍ଗିଲେ ସ୍ୱାମୀ ସ୍ତ୍ରୀ ଙ୍କ କଳହ ଦୂର ହୋଇ ଉତ୍ତମ ସମ୍ପର୍କ ସ୍ଥାପନ ହୋଇଥାଏ ।

୨୦. ଘରେ କଳହ ଦୂର କରିବାକୁ ହେଲେ ଦେବୀ ମାଁ ଙ୍କ ମନ୍ଦିର ରେ ଦେବୀ ଙ୍କୁ ସିନ୍ଦୁର ଚଢାଇବା ଉଚିତ ଏବଂ ଘରକୁ ଲୁଣ ପାଣିରେ ସଫା କରିବା ଉଚିତ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *