ବନ୍ଧୁଗଣ, ଏଭଳି କେଉଁ ଋତୁ ନାହିଁ ଯେଉଁ ଋତୁରେ ଆପଣଙ୍କୁ ମଶା ମିଳିବେ ନାହିଁ । ବର୍ତ୍ତମାନ ପ୍ରବଳ ମଶା ଏବଂ ବହୁତ ଜୋର ରେ ମଧ୍ୟ ସେମାନେ କାମୁଡୁଛନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ ଯେଉଁ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ବହୁ ପୁରାତ୍ତନ କାଳରୁ ଏହି ଉପାୟ ଟି ମଶା ଘଉଡାଇବା ପାଇଁ ବ୍ୟବହାର କରାଯାଉଅଛି । ଆପଣ କେବଳ ୨ ଟି ସାମଗ୍ରୀ ମାଧ୍ୟମରେ ଏହି ରେମେଡି କୁ ବନାଇପାରିବେ । ଆସନ୍ତୁ ବର୍ତ୍ତମାନ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା ।
ପ୍ରଥମ ସାମଗ୍ରୀ ଟି ହେଉଛି ଝୁଣା । ଏହା ଆପଣଙ୍କ ଠାକୁର ଘରୁ ବହୁତ ସହଜରେ ମିଳିଯିବ । ଝୁଣା ସୁଗନ୍ଧିତ ହୋଇଥାଏ ଏବଂ ଏହା ଆମ୍ଭ ସ୍ୱାସ୍ଥ୍ୟ ନିମନ୍ତେ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଆପଣଙ୍କୁ ପ୍ରଥମେ ଝୁଣା ତେଲ ବନାଇବାକୁ ହେବ । ପ୍ରଥମେ ଆପଣ ଏକ ପାତ୍ର ଗ୍ୟାସ ରେ ବଶାନ୍ତୁ । ସେଥିରେ ଆପଣ ଅଧକପ ସୋରିଷ ତେଲ ଢାଳନ୍ତୁ । ଏହା ପରେ ଆପଣ ଏହାକୁ ହାଲ୍କା ଗରମ କରି ନିଅନ୍ତୁ ।
ଏହାପରେ ଗ୍ୟାସ କୁ ବନ୍ଧ କରି ଦିଅନ୍ତୁ ଏହି ତେଲ କୁ ଆପଣ ହାଲ୍କା ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହି ତେଲ ଅଳ୍ପ ଥଣ୍ଡା ହୋଇ ସାରିବା ପରେ ଆପଣ ଏଥିରେ ଝୁଣା ମିଶାନ୍ତୁ । ଉଷୁମ ସୋରିଷ ତେଲ ରେ ଝୁଣା ପକାଇ ଏହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କର ଝୁଣା ତେଲ ବନି ପ୍ରସ୍ତୁତ । ଏହା ପରେ ଏହି ତେଲ କୁ ଆପଣ ଗୋଟିଏ ପାତ୍ର କୁ ଢାଳି ନିଅନ୍ତୁ ।
ବର୍ତ୍ତମାନ ଝୁଣା ତେଲ ବନି ପ୍ରସ୍ତୁତ । ଏହା ପରେ ଦ୍ଵିତୀୟ ସାମଗ୍ରୀ ଟି ହେଉଛି ପିଆଜ । ସାଧାରଣତ ପିଆଜ ର ଗନ୍ଧ କାହାକୁ ପସନ୍ଦ ହୋଇ ନଥାଏ । ମଶା ମାନଙ୍କୁ ମଧ୍ୟ ଏହାର ଗନ୍ଧ ପସନ୍ଦ ହୋଇ ନଥାଏ । ଆପଣ ସର୍ବ ପ୍ରଥମେ ଏକ ପିଆଜ ନିଅନ୍ତୁ ଏହାପରେ ଏହାକୁ ମୁଣ୍ଡ ଏବଂ ଲାଞ୍ଜ ରୁ ଅଳ୍ପ କାଟି ନିଅନ୍ତୁ । ଏହାପରେ ଆପଣଙ୍କୁ ଛୁଞ୍ଚି ସୂତା ର ଆବଶ୍ୟକତା ପଡିବ । ପ୍ରଥମେ ଆପଣ ଛୁଞ୍ଚି ସୂତା ନିଅନ୍ତୁ ଏବଂ ପିଆଜ ରେ ଆପଣ ଏହାକୁ ଭଲ ଭାବରେ ଗୁନ୍ଥି ନିଅନ୍ତୁ ।
ଏହାପରେ ଆପଣ ପ୍ରସ୍ତୁତ କରିଥିବା ଝୁଣା ତେଲରେ ପିଆଜ କୁ ଭଲ ଭାବରେ ଡୁବାଇ ଦିଅନ୍ତୁ । ଏହାପରେ ଏକ ତୁଳା ମାଧ୍ୟମରେ ଆପଣ ପିଆଜ ର ଉପରେ ଭାଗରେ ଏହି ଝୁଣା ତେଲ ଲଗାନ୍ତୁ । ବର୍ତ୍ତମାନ ଆପଣଙ୍କ ମଶା ଘଉଡାଇବା ପାଇଁ ଉପାୟ ଟି ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ । ଏହାକୁ ଆପଣ ନିଜ ଘରେ ଟାଙ୍ଗୀ ଦିଅନ୍ତୁ । ଝୁଣା ର ଗନ୍ଧ ଏବଂ ପିଆଜ ର ଗନ୍ଧ କୁ ମସା ମାନେ ଶଯ୍ୟ କରି ପାରିବେ ନାହିଁ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ