ପୁରୁଣା ଝାଡୁକୁ କଣ କରିବେ ? ଘରେ କେତୋଟି ଝାଡୁ ରହିବା ଉଚିତ ? ଝାଡୁ କେବେ ପୂଜା ହୁଏ ? ଜାଣନ୍ତୁ ଘରେ ଝାଡୁ ରଖିବାର ସମସ୍ତ ନିୟମ

ବନ୍ଧୁଗଣ ଝାଡୁ ହେଉଛି ମା ଲକ୍ଷ୍ମୀ ଙ୍କ ପ୍ରତୀକ ଯାହା ଆମ ଶାସ୍ତ୍ର ରେ ଉଲେଖା କରା ଯାଇଛି । ତେଣୁ ଝାଡୁ ବିଷୟରେ ଅନେକ ବିଶେଷ ମହତ୍ଵ ରହିଛି ଯାହା ଖୁବ କମ ଲୋକେ ଜାଣିଥାନ୍ତି । ଝାଡୁକୁ ଦିପାବଳି ବା ଗୁରୁବାର ଦିନ କିଣିବା ଶୁଭ ବୋଲି ମାନାଯାଏ । ଝାଡୁ ପୁରୁଣା ହେବ ପରେ କେବେ ନିଆଁ ଲଗାଇବା ବା ଅଳିଆ ଗଦାରେ ପକାଇବା ଉଚିତ ନୁହେଁ । ତେଣୁ ଝାଡୁକୁ ମାଟିରେ ପୋତିବା ବା ନଦୀରେ ପ୍ରବାହିତ କରିବା ଉଚିତ ।

ଯଦି ଆପଣ କୌଣସି ପୁରୁଣା ଘର ଛାଡୁଛନ୍ତି ତେବେ ପୁରୁଣା ଝାଡୁ ଛାଡିକି ଆସିବା ଅନୁଚିତ । ଏହା ଦ୍ଵାରା ମସନୀ ଲକ୍ଷ୍ମୀଛଡା ହୋଇଥାଏ । ଗୁରୁବାର ଦିନ ପୁରୁଣା ଝାଡୁକୁ ପିନ୍ଧିବା ଅନୁଚିତ । କୌଣସି ଶୁଭ ଦିନରେ ମଧ୍ୟ ଝାଡୁକୁ ବାହାରକୁ ନେବା ଅନୁଚିତ । ପୁରୁଣା ଝାଡୁକୁ ଘରୁ ବାହାର କରିବା ପୂର୍ବରୁ ପ୍ରଥମେ ନୂଆ ଝାଡୁ କିଣିବା ଊହକିଟ ।

ଏହା ପରେ ଗୋବର ପାଣିରେ ନୂଆ ଝାଡୁକୁ ଧୋଇ ଏହାକୁ ବ୍ୟବହାର କରିବେ । ଗୋଟିଏ ଝାଡୁ ଘରେ ରଖିବା ପରେ ଆଉ ଗୋଟେ ଝାଡୁ ରଖିବା ଉଚିତ । ଚୁତକ, ମୃତକ, ଗ୍ରହଣ, ପରାଗ ଛାଡିବା ପରେ ଝାଡୁକୁ ଧୋଇବା ଉଚିତ । ଓଷା ବା ବ୍ରତ କରିବା ପୂର୍ବରୁ ଝାଡୁ ଧୁଆଯାଏ କିନ୍ତୁ ଗୁରୁବାର ଦିନ ଝାଡୁ ଧୋଇବା ଅନୁଚିତ । ବୁଧବାର ଦିନ ଝାଡୁ ଧୋଇ ପାରିବେ । ଘର ପୋଛିବା ପରେ ଅଧୂଆ ଝାଡୁରେ ଝାଡୁ କରିବା ଉଚିତ ନୁହେଁ ।

ଝାଡୁକୁ ସର୍ବଦା ଲୁଚାଇ ରଖିବା ଉଚିତ ଯାହା ଦ୍ଵାରା ବାହାର ଲୋକେ ଏହାକୁ ଦେଖିପାରିବେ ନାହି । ସ୍ଥାନ ଅନୁଯାୟୀ ଝାଡୁ ରଖିବା ଉଚିତ । ଝାଡୁକୁ ଏଣେତେଣେ ପକାଇବା ଉଚିତ ନୁହେଁ । ଘର ଭିତର ଝାଡୁ କରିବା ପାଇଁ ପ୍ରତେକ ଦିନ ଧୋଇବେ କିନ୍ତୁ ଗୁରୁବାରରେ କରିବେ ନାହି । ଝାଡୁକୁ କେବେ ଲାଗିକରି ରଖିବା ଅନୁଚିତ । ବାହାର ଝାଡୁ ଘରେ ରଖିବା ଅନୁଚିତ । ଠାକୁର ଓ ରୋଷେଇ ଘରେ ଅଲଗା ଝାଡୁ ରଖିବା ଉଚିତ ।

ଘରର ଗୃହ ଅନୁଯାୟୀ ଝାଡୁ ଅଲଗା ଅଲଗା ରଖିବା ଉଚିତ । ରୋଷେଇ ଘରେ ଯେଉଁ ଝାଡୁ ଥିବ ତେବେ ଘରର ମୁରବିଙ୍କ ମୃତ୍ୟୁ ହେଲେ ତେବେ ଝାଡୁ ତାଙ୍କ ସାଙ୍ଗରେ ଯିବ । ଝାଡୁ କରିବା ସମୟରେ କାହା ଦେହରେ ଝାଡୁ ବାଜିଗଲେ ଝାଡୁରୁ ଖଣ୍ଡେ ଛିଡାଇ ଛେପ ପକାଇ ବାହାରକୁ ପକାଇବା ଉଚିତ । ଝାଡୁକୁ କେବେ ଠିଆ କରି ରଖିବା ଅନୁଚିତ ।

ଝାଡୁକୁ ସର୍ବଦା ଶୁଆଇକି ରଖିବା ଉଚିତ । ଝାଡୁକୁ ଠାକୁର ଘରୁ ଆଣିବା ଅନୁଚିତ । ଝାଡୁ ରଖିବା ପାଇଁ କିଛି ଦିଗର ବାରଣ ନାହି କିନ୍ତୁ ପଶ୍ଚିମ ଦିଗରେ ରଖିଲେ ଭଲ । ଏରୁଣ୍ଡି ବନ୍ଧା ପାଖରେ ଝାଡୁ ରଖିବା ଅନୁଚିତ । କାହାର ଗୋଡ ଝାଡୁରେ ବାଜିଗଲେ ବିଶୁଣୁ ବୋଲି କହି ପ୍ରଣାମ କରାଯାଏ । ସର୍ବଦା ଝାଡୁକୁ ତଳେ ଲୁଚାଇ ରଖିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *