ଘରେ ଫ୍ରିଜ ଥିଲେ ନିଶ୍ଚୟ ଜାଣି ରଖନ୍ତୁ ଏହି ଗୁରୁତ୍ଵପୂର୍ଣ୍ଣ କଥା, 99 % ଲୋକ ଜାଣିନାହାନ୍ତି…

ବନ୍ଧୁଗଣ ବର୍ତ୍ତମାନ ସମୟରେ ଫ୍ରିଜ ବହୁତ ଦରକାରୀ ଜିନିଷ ହୋଇପଡିଛି । କାରଣ ପ୍ରାୟ ଲୋକଙ୍କ ଘରେ ଆଜିକାଲି ଫ୍ରିଜ ଦେଖିବାକୁ ମିଳୁଛି । ଲୋକମାନେ ମଧ୍ୟ ଫ୍ରିଜକୁ ବ୍ୟବହାର କରି ବହୁତ ଉପକୃତ ହେଉଛନ୍ତି । ତେବେ ବନ୍ଧୁଗଣ ଯଦି ଆପଣ ମାନେ ଘରେ ଫ୍ରିଜର ବ୍ୟବହାର କରୁଛନ୍ତି, ତେବେ ଫ୍ରିଜ ସମ୍ପର୍କିତ କିଛି ଗୁରୁତ୍ଵପୂର୍ଣ୍ଣ କଥା ଜାଣି ରଖନ୍ତୁ । ଫ୍ରିଜ ବହୁତ ଆବଶ୍ୟକ ଉପକରଣ ଅଟେ ଏଥିରେ ଘରର ସବୁ ଖାଦ୍ୟ ପଦାର୍ଥ ଯେମିତି ପରିବା, ଫଳମୂଳ, ରୋଷେଇ ହୋଇଥିବା ଆଦି ଖାଦ୍ୟକୁ ଅଧିକ ସମୟ ଭଲ ରଖିବା ପାଇଁ ରଖାଯାଇଥାଏ ।

ଗରମ ଦିନରେ ଫ୍ରିଜ ବହୁତ ଆବଶ୍ୟକ ହୋଇଥାଏ, କାରଣ ବାହାରେ ଏତେ ଗରମ ହୋଇଥାଏ କୌଣସି ଜିନିଷ ବହୁତ ଶୀଘ୍ର ଖରାପ ହୋଇଯାଇଥାଏ କିନ୍ତୁ ଫ୍ରିଜ ଭିତରେ ଥିବା ଜିନିଷ ଥଣ୍ଡା ରହିଥାଏ ଓ କୌଣସି ଅସୁବିଧା ହୋଇ ନଥାଏ । ଫ୍ରିଜର ମହତ୍ଵପୂର୍ଣ ପାର୍ଟ ଅଟେ କମ୍ପ୍ରେସର ଏହା ଦ୍ଵାରା ଫ୍ରିଜ ଚାଲିଥାଏ । ତେବେ କମ୍ପରେଶ ଯଦି ଭଲ ରହିଥାଏ ତେବେ ଆପଣଙ୍କ ଫ୍ରିଜ ବହୁତ ଦିନ କାମ କରିଥାଏ । ହେଲେ ଯଦି କମ୍ପ୍ରେସର ଖରାପ ହୋଇଥାଏ ତେବେ ଆପଣଙ୍କ ଫ୍ରିଜ ଭଙ୍ଗାର ହୋଇଯାଏ ।

ସେଥିପାଇଁ ଚେଷ୍ଟା କରନ୍ତୁ ଆପଣଙ୍କ କମ୍ପ୍ରେସରକୁ ବଞ୍ଚାଇକି ରଖିବା ପାଇଁ ଓ ଏହା ପାଇଁ ଆପଣଙ୍କୁ ଗୋଟେ ସମାନ ଜମି ଉପରେ ଏହାକୁ ରଖିବା ଉଚିତ ଯାହା ଦ୍ଵାରା ଏହା ଅଧିକ ହଲିବ ନାହିଁ ଓ ଆପଣଙ୍କ ଫ୍ରିଜ କମ୍ପ୍ରେସର ଉପରେ ଅଧିକ ଲୋଡ ପଡିବ ନାହିଁ । ଯାହା ଦ୍ଵାରା କମ୍ପ୍ରେସର ଶୀଘ୍ର ଖରାପ ହେବ ନାହିଁ । ବହୁତ ଲୋକଙ୍କ ଏମିତି ଅଭ୍ଯାସ ଥାଏ ଯାହା ଦ୍ଵାରା ସେ ଫ୍ରିଜରୁ ତୁରନ୍ତ କିଛି ବାହାର କରି ଗରମ କରନ୍ତି ଓ ସେବନ କରନ୍ତି। ହେଲେ ଏହା ବହୁତ ହାନିକାରକ ଅଟେ ।

କୌଣସି ଗରମ ଖାଦ୍ଯ ପଦାର୍ଥ ଫ୍ରିଜରେ ରଖିବା ଉଚିତ ନୁହେଁ ଓ ଫ୍ରିଜରୁ ତୁରନ୍ତ ବାହାର କରି ଥଣ୍ଡା ଥିବା ଖାଦ୍ୟକୁ ତୁରନ୍ତ ଗରମ କରିବା ଉଚିତ ନୁହେଁ । କାରଣ ବାରମ୍ବାର ସେମିତି କରି ଆପଣ ଯଦି ଫ୍ରିଜ ଖାଦ୍ୟ ଖାଉଥିବେ । ତେବେ ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

ସବୁବେଳେ ଫ୍ରିଜରେ କୌଣସି ଜିନିଷ ରଖିବା ବା ବାହାର କରିବା ପରେ ବାହାରେ ରଖି ଦିଅନ୍ତୁ ଓ ସାମାନ୍ଯ ତାପମାତ୍ରାରେ ଆସିବା ପରେ ଏହାକୁ ଗରମ କରନ୍ତୁ ତାପରେ ଯାଇ ସେବନ କରନ୍ତୁ । ଫ୍ରିଜ କବାଟ ଅଧିକ ସମୟ ପର୍ଯ୍ୟନ୍ତ ଖୋଲା ରଖିଲେ ଆପଣଙ୍କ କମ୍ପ୍ରେସର ଶୀଘ୍ର ଖରାପ ହୋଇଥାଏ ।

ତେବେ ବନ୍ଧୁଗଣ ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *