ବନ୍ଧୁଗଣ, ଆମ ଶାସ୍ତ୍ରରେ କଇଁଛ ର ଅନେକ ମହତ୍ତ୍ଵ ରହିଛି । କୁହାଯାଏ ଯେ ଘରେ ହେଉ କିମ୍ବା କାର୍ଯ୍ୟାଳୟରେ କଇଁଛ ରଖିଲେ, ବାସ୍ତୁଦୋଷ ଦୂର ହେବା ସହ ଘରେ ସକାରତ୍ମକ ଶକ୍ତି ପ୍ରବେଶ କରିଥାଏ । ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ । କେବେହେଲେ କୌଣସି ଅଭାବ ଓ ଅନାଟନ ଦେଖା ଦେଇ ନ ଥାଏ । ହେଲେ ଘରେ କଇଁଛ ରଖିବାକୁ ହେଲେ ଆପଣ ମାନଙ୍କୁ କିଛି ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା କେଉଁ ଜାଗାରେ ଓ କେଉଁ ଉପାୟରେ ଆପଣ ମାନେ କଇଁଛକୁ ରଖିବେ ?
୧;- ପୁରାଣ ଅନୁସାରେ ଭଗବାନ ବିଷ୍ଣୁଙ୍କର ଦଶ ଅବତାର ମଧ୍ୟରୁ ଗୋଟିଏ ଅବତାର ହେଉଛି କଇଁଛ ଅବତାର । ତେବେ କୁହାଯାଏ ଯେ ଘରେ କଇଁଛ ରଖିଲେ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ସବୁବେଳେ ଘର ଉପରେ ରହିଥାଏ ।
୨;- କଇଁଛ ଏକ ମାତ୍ର ଜୀବ ଯିଏକି ଅଧିକ ସମୟ ଯାଏ ଜୀବିତ ରୁହେ । ତେବେ ଆପଣ କଇଁଛ କୁ ନିଜ ପୂଜା କରିବା ସ୍ଥାନରେ ମଧ୍ୟ ରଖିପାରିବେ ହେଲେ ମନେ ରଖନ୍ତୁ, କଇଁଛ କୁ କେବେହେଲେ ଖାଲିରେ ରଖିବେ ନାହିଁ । ଏହାକୁ ସବୁବେଳେ ପାଣିରେ ରଖିବେ, ଏହାଦ୍ୱାରା ଘରର ଉନ୍ନତି ହୋଇଥାଏ ।
୩;- କଇଁଛ କୁ ଉତ୍ତର ଦିଗରେ ରଖିବା ଶୁଭ ହୋଇଥାଏ । କାରଣ ଏହି ଦିଗରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହି ଦିଗରେ କଇଁଛ ରଖିବା ଦ୍ଵାରା ଶତ୍ରୁର ବିନାଶ ହୋଇଥାଏ । ଓ ବ୍ୟାପାରରେ ଲାଭ ହୋଇଥାଏ । ଏବଂ ଧନର ଅଭାବ କେବେ ବି ହୋଇ ନ ଥାଏ ।
୪;- ଯଦି ଘରେ ସବୁବେଳେ ଅଭାବ ଅନାଟନ ଦେଖା ଦେଉଛି ତେବେ ଆପଣ କ୍ରିଷ୍ଟଲ ର କଇଁଛ ଆଣି ଘରେ ରଖନ୍ତୁ, ହେଲେ ଆପଣମାନେ ରଖିବା ଉଚିତ କଇଁଛ ର ମୁହଁ ସର୍ବଦା ଘରର ଭିତର ଆଡ଼କୁ ହେବା ଦରକାର ଏହାଦ୍ଵାରା ଶୁଭ ଫଳ ମିଳିଥାଏ ।
୫;- କଇଁଛ କୁ ସବୁବେଳେ ନିଜ ଘରର ମଝି ଜାଗାରେ ବା ଡ୍ରଇଂ ରୁମରେ ଆପଣ ରଖି ପାରିବେ । କିନ୍ତୁ ନିଜ ଶୋଇବା ଘରେ କେବେ ହେଲେ ରଖନ୍ତୁ ନାହିଁ । ଏହାଦ୍ୱାରା ଘରେ ନକାରତ୍ମକତା ବଢ଼ିଥାଏ, ଓ ଘରେ ଅଶାନ୍ତି ଆସିଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।