ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ରେ ରଙ୍ଗର ପ୍ରମୁଖ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ବାସ୍ତୁ ଶାସ୍ତ୍ର ର ମୂଳ ଆଧାର ହେଉଛି ପଞ୍ଚ ତତ୍ତ୍ୱ ।
ଘରର ସନ୍ତୁଳନ ବଜାୟ ରଖିବାକୁ ହେଲେ ପଞ୍ଚ ତତ୍ତ୍ୱ ର ଆଧାର କୁ ସଠିକ ରଖିବା ନିହାତି ଆବଶ୍ୟକ । ଯେଉଁ ଘରେ ପଞ୍ଚ ତତ୍ତ୍ୱ ର ଆଧାର ସଠିକ ଭାବରେ ନଥାଏ ସେହି ଘରେ କେବେବି ସୁଖ ଶାନ୍ତି ରହି ନଥାଏ
ଏବଂ ସେହି ଘରର ସଦସ୍ୟ କେବେବି ଉନ୍ନତି କରି ନଥାନ୍ତି । ସେହି ପଞ୍ଚ ତତ୍ତ୍ୱ ଗୁଡ଼ିକ ହେଉଛି, ଜଳ ତତ୍ତ୍ୱ, ବାୟୁ ତତ୍ତ୍ୱ, ଅଗ୍ନି ତତ୍ତ୍ୱ, ପୃଥିବୀ ତତ୍ତ୍ୱ ଏବଂ ଆକାଶ ତତ୍ତ୍ୱ । ଏହି ପଞ୍ଚ ତତ୍ତ୍ୱ ର ପ୍ରଭାବ ଘରର ବାସ୍ତୁ ଉପରେ ପଡ଼ିଥାଏ ଏବଂ ବାସ୍ତୁ ର ପ୍ରଭାବ ଆମ ଜୀବନ ଜୀବିକା ଉପରେ ପଡ଼ିଥାଏ ।
ତେଣୁ ଘରର କେଉଁ ଦିଗ ରେ କେଉଁ ରଙ୍ଗ ଲଗାଇବା ଡ଼ଃ ଘରେ ସୁଖ ଓ ସମୃଦ୍ଧି ପ୍ରତିଷ୍ଠା ହୋଇଥାଏ ତାହା ନିଶ୍ଚିତ ଭାବରେ ଜାଣିବା ଉଚିତ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ବନ୍ଧୁଗଣ ଘରର ପଞ୍ଚ ତତ୍ତ୍ୱ ଅନୁସାରେ ଆକାଶ ତତ୍ତ୍ୱ ର ରଙ୍ଗ ହେଉଛି ଧଳା, ଜଳ ତତ୍ତ୍ୱ ର ରଙ୍ଗ ହେଉଛି ନୀଳ, ବାୟୁ ତତ୍ତ୍ୱ ର ରଙ୍ଗ ହେଉଛି ସବୁଜ, ଅଗ୍ନି ତତ୍ତ୍ୱ ର ରଙ୍ଗ ହେଉଛି ଲାଲ ଏବଂ ପୃଥିବୀ ତତ୍ତ୍ୱ ର ରଙ୍ଗ ହେଉଛି ହଳଦିଆ ।
ଏହି ଅନୁସାରେ ଘରର ବିଭିନ୍ନ ଦିଗ ରେ ରଙ୍ଗ କରିବା ଆବଶ୍ୟକ । ଯଦି ଏହାର ବିପରୀତ ରଙ୍ଗ ହୋଇଥାଏ ତେବେ ଅନେକ କ୍ଷତି ସହ୍ୟ କରିବାକୁ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ଦିଗ ଅନୁସାରେ କେଉଁ ଦିଗରେ କେଉଁ ରଙ୍ଗ କରିବା ଉଚିତ ।
୧. ଜଳ ତତ୍ତ୍ୱ ର ଦିଗ ହେଉଛି ଉତ୍ତର ଦିଗ । ତେଣୁ ଘରର ଉତ୍ତର ଦିଗରେ ସର୍ବଦା ନୀଳ ରଂଗ କରିବା ଉଚିତ । କିନ୍ତୁ ଉତ୍ତର ଦିଗରେ କେବେବି ଅଗ୍ନି ଅଥବା ପୃଥିବୀ ତତ୍ତ୍ୱ ର ରଙ୍ଗ ଅର୍ଥାତ ଲାଲ ବା ହଳଦିଆ ରଙ୍ଗ କରନ୍ତୁ ନାହିଁ । କାରଣ ଏହା ଜଳ କୁ ଶୁଷ୍କ କରିଥାଏ ।
ଏହାଦ୍ବାରା ପରିବାର ସଦସ୍ୟ ଙ୍କ ସ୍ୱାସ୍ଥ୍ୟ ହାନି ହୋଇଥାଏ ଏବଂ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ । ଏହା ପରିବର୍ତ୍ତେ ଆପଣ ବାୟୁ ଓ ଆକାଶ ତତ୍ତ୍ୱ ର ରଙ୍ଗ ଅର୍ଥାତ ଧଳା ଏବଂ ସବୁଜ ରଙ୍ଗ କରି ପାରିବେ । କାରଣ ଆକାଶ ରୁ ଜଳ ର ଉତ୍ପତ୍ତି ହୋଇଛି ଏବଂ ଜଳ ଦ୍ବାରା ବାୟୁ ସୃଷ୍ଟି ହୋଇଛି ।
୨. ବାୟୁ ତତ୍ତ୍ୱ ର ଦିଗ ହେଉଛି ପୂର୍ବ ଦିଗ । ତେଣୁ ଘରର ପୂର୍ବ ଦିଗରେ ସର୍ଵଦା ସବୁଜ ରଙ୍ଗ କରନ୍ତୁ । ଏହା ପରିବର୍ତ୍ତେ ଧଳା ଅଥବା ନୀଳ ରଙ୍ଗ କରି ପାରିବେ ଯାହା ଆକାଶ ଓ ଜଳ ତତ୍ତ୍ୱ ର ରଙ୍ଗ ଅଟେ । କିନ୍ତୁ ପୃଥିବୀ ଓ ଅଗ୍ନି ତତ୍ତ୍ୱ ର ରଙ୍ଗ ଅର୍ଥାତ ହଳଦିଆ ଓ ଲାଲ ରଙ୍ଗ କରନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ ।
୩. ଅଗ୍ନି ତତ୍ତ୍ୱ ର ଦିଗ ହେଉଛି ଦକ୍ଷିଣ ଦିଗ । ତେଣୁ ଘରର ଦକ୍ଷିଣ ଦିଗ ରେ ସର୍ଵଦା ଲାଲ ରଙ୍ଗ କରିବା ଉଚିତ । କିନ୍ତୁ କେବେବି ଘରର ଦକ୍ଷିଣ ଦିଗରେ ଜଳ ତତ୍ତ୍ୱ ର ରଙ୍ଗ ଅର୍ଥାତ ନୀଳ ରଙ୍ଗ କରିବା ଉଚିତ ନୁହେଁ । କାରଣ ଜଳ ଅଗ୍ନି କୁ ନଷ୍ଟ କରି ଦେଇଥାଏ । ଏହାଦ୍ବାରା ଆପଣଙ୍କ ଧନ ହାନି ହୋଇଥାଏ ।
୪. ପୃଥିବୀ ତତ୍ତ୍ୱ ର ଦିଗ ହେଉଛି, ପଶ୍ଚିମ ଦିଗ । ତେଣୁ ଘରର ପଶ୍ଚିମ ଦିଗ ରେ ସର୍ଵଦା ହଳଦିଆ ରଙ୍ଗ କରିବା ଉଚିତ । କିନ୍ତୁ ଏହି ଦିଗ ରେ ନୀଳ ବା ସବୁଜ ରଙ୍ଗ କରିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।
୫. ଆକାଶ ତତ୍ତ୍ୱ ର ଦିଗ ହେଉଛି ଉର୍ଦ୍ଧ୍ବ ଦିଗ । ତେଣୁ ଉର୍ଦ୍ଧ୍ବ ଦିଗ ରେ ସର୍ବଦା ଧଳା ରଙ୍ଗ କରନ୍ତୁ । ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ଏହା ପରିବର୍ତ୍ତେ ଆପଣ ଫିକା ନୀଳ ରଙ୍ଗ ମଧ୍ୟ କରି ପାରିବେ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।