Vastu Tips- ଘରର ଏହି ସ୍ଥାନରେ ଝାଡୁ ରଖିବା ଦ୍ଵାରା ଘରକୁ ଆସନ୍ତି ସ୍ଵୟଂ ମା’ ଲକ୍ଷ୍ମୀ, ହେଇଯିବେ ମାଲାମାଲ

ବନ୍ଧୁଗଣ ଘରେ ବ୍ୟବହାର କରୁଥିବା ଝାଡୁ ବାସ୍ତୁଶାସ୍ତ୍ର ଅନୁସାରେ ଅତ୍ୟନ୍ତ ମହତ୍ତ୍ଵ ପୂର୍ଣ୍ଣ ବୋଲି କୁହାଯାଏ । ଆର୍ଥିକ ଦୃଷ୍ଟିରୁ ମଧ୍ୟ ଝାଡୁ କୁ ଅତ୍ୟନ୍ତ ମହତ୍ତ୍ଵ ପୂର୍ଣ୍ଣ ବୋଲି କୁହାଯାଇଥାଏ । ବନ୍ଧୁଗଣ ଝାଡୁ ମଣିଷ ର ଭାଗ୍ୟକୁ ରାତାରାତି ବଦଳାଇ ଦେଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଘରେ ଝାଡୁ କୁ ଉଚିତ୍ ଦିଗରେ ଠିକ୍ ଭାବରେ ନ ରଖାଯାଏ, ତେବେ ସେ ମଣିଷ ଜୀବନ ଦୁଃଖମୟ ହୋଇ ଯାଇଥାଏ ।

ବନ୍ଧୁଗଣ କିଛି ଶାସ୍ତ୍ର ଅନୁସାରେ ଝାଡୁ କୁ ମା ଲକ୍ଷ୍ମଙ୍କର ସ୍ୱରୂପ ବୋଲି ମଧ୍ୟ କୁହାଯାଏ । ଏବଂ ଭାଙ୍ଗି ଯାଇଥିବା ବା ଅସନା ହୋଇଥିବା ଝାଡୁ କୁ ଅଲକ୍ଷ୍ମୀ ର ସ୍ୱରୂପ ବୋଲି କୁହାଯାଏ । ସେହିପରି ବନ୍ଧୁଗଣ ଘରେ ଠିକ୍ ସମୟରେ ଝାଡୁ କରିବ ଦ୍ଵାରା ଘର ର ସମସ୍ତ ନକାରାତ୍ମକତା ମଧ୍ୟ ଶେଷ ହୋଇଯାଇଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଉଦୟ ପରେ ପ୍ରଥମ ଚାରି ପ୍ରହର ଘର ଝାଡୁ କରିବା ପାଇଁ ଉଚିତ୍ ସମୟ ହୋଇଥାଏ । ଯଦି କେହି ବ୍ୟକ୍ତି ଝାଡୁ ର ପ୍ରୟୋଗ ଠିକ୍ ଭାବରେ କରିଥାଏ, ତେବେ ସେହି ବ୍ୟକ୍ତି କୁବେର ସମାନ ଧନବାନ ମଧ୍ୟ ହୋଇଯାଇଥାଏ । ବନ୍ଧୁଗଣ ଝାଡୁ କୃଷ୍ଣପକ୍ଷ ରେ କିଣିବା ଦ୍ଵାରା ଘରେ ସକାରାତ୍ମକତା ର ବାତାବରଣ ରହିଥାଏ । ଶୁକ୍ଳପକ୍ଷ ରେ ଝାଡୁ ଘରକୁ ଆଣିବା ଦ୍ଵାରା ଘରକୁ ଦାରିଦ୍ର୍ୟତା ମାଡି ଆସିଥାଏ ।

ତାହାଛଡା ବନ୍ଧୂଗଣ ଘରୁ ସବୁବେଳେ ପୁରୁଣା ଝାଡୁ ଶନିବାର ଦେଖି କାଢିବା ଉଚିତ । ତାହାଛଡା କେବେ ମଧ୍ୟ ଗୁରୁବାର, ଶୁକ୍ରବାର ବା ଏକାଦଶୀ ହୋଇଗଲା ଏପରି କୌଣସି ଲକ୍ଷ୍ମୀ ପୂଜା ଦିନ ଘରୁ ଝାଡୁ ବାହାର କରିବା ଠିକ ହୋଇ ନଥାଏ । ଏପରି କରିବା ଦ୍ଵାରା ଝାଡୁ ସହ ମା ଲକ୍ଷ୍ମୀ ମଧ୍ୟ ଘରୁ ବାହାରି ଯାଇଥାନ୍ତି । ବନ୍ଧୁଗଣ ଝାଡୁ ସବୁବେଳେ ବ୍ୟବହାର ପାଇଁ ଶନିବାର ଦିନ ହିଁ ନୂଆ ଝାଡୁ ବାହାର କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ତାହା ଛଡା ଯଦି ଆପଣ ରବିବାର, ମଙ୍ଗଳବାର ବା ଶନିବାର ଦିନ ଝାଡୁ କିଣି ଘରକୁ ଆଣନ୍ତି, ତେବେ ଏହା ଅତ୍ୟନ୍ତ ଲାଭ ଦାୟୀ ହୋଇଥାଏ । ତାହା ସହ ବନ୍ଧୁଗଣ ଦୀପାବଳି ଦିନ ଘରକୁ ଝାଡୁ କିଣି ଆଣିବା ବାସ୍ତୁଶାସ୍ତ୍ର ଅନୁସାରେ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ । ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଝାଡୁ କୁ ଘର ର ଉତ୍ତର ପୂର୍ବ ଦିଗରେ ରଖିବା ଅନୁଚିତ୍ । ତାହାସହ ଘର ର ପୂଜା ସ୍ଥାନରେ ମଧ୍ୟ ଝାଡୁ ରଖିବା ଠିକ ହୋଇ ନଥାଏ ।

ବସ୍ତୁ ଶାସ୍ତ୍ର ଅନୁସାରେ ଘର ର ଦକ୍ଷିଣ ପଶ୍ଚିମ କୋଣ କୁ ଝାଡୁ ରଖିବା ପାଇଁ ସର୍ବୋତମ ବୋଲି ସ୍ଥିର କରାଯାଇଛି । ଏପରି କୁହାଯାଇଥାଏ କି ଯଦି ଆପଣ ଘର ର ଏହି ସ୍ଥାନରେ ଝାଡୁ ରଖନ୍ତି, ତେବେ ଆପଣଙ୍କର ବ୍ୟାପାର ରେ ଅଧିକ ରୁ ଅଧିକ ଲାଭ ହେବାର ଦେଖା ଯାଇଥାଏ ଓ ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଘରେ ଚିରସ୍ଥାୟୀ ଭାବରେ ରହିଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆଜିର ଏହି ପୋଷ୍ଟଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *