Vastu Tips- ଯଦି ଘରର ଏହି ଦିଗରେ ଅଛି ପିତୃପୁରୁଷଙ୍କ ଫଟୋ ତ ତୁରନ୍ତ ହଟାନ୍ତୁ, ଜାଣନ୍ତୁ କେଉଁ ଦିଗରେ ପୂର୍ବଜଙ୍କ ଫଟୋ ରହିଲେ ବଢେ ସମ୍ପତି ?

ନମସ୍କାର ବନ୍ଧୁଗଣ । ଘରେ ମୃତ ପରିଜନ ମାନଙ୍କର ଫୋଟୋ ନିହାତି ଲଗାଇବା ଉଚିତ । ଏହାସହ ସେମାନଙ୍କ ଫୋଟୋ ରେ ପ୍ରତିଦିନ ପାଣି ଫୁଲ ମଧ୍ୟ ଦେବା ଉଚିତ ହୋଇଥାଏ । ଏପରି କରିବା ଦ୍ଵାରା ପିତୃ ଙ୍କର ଆଶୀର୍ବାଦ ମିଳିଥାଏ । ପିତୃ ଙ୍କର ଆଶୀର୍ବାଦ ରୁ ରଙ୍କ ମଧ୍ୟ ରାଜି ହୋଇ ଯାଇଥାଏ । ଏବଂ ସେହି ସ୍ଥାନରେ ଯଦି କୌଣସି ମଣିଷ ଉପରେ ତାର ପିତୃ କୁପିତ ଥା’ନ୍ତି, ତେବେ ସେହି ମଣିଷ ଜୀବନରେ ସବୁ କିଛି ଥାଇ ମଧ୍ୟ ରାତା ରାତି ରାସ୍ତା କୁ ଆସି ଯାଇଥାଏ ।

ଏହି କାରଣ ରୁ ପ୍ରତ୍ଯେକ ମଣିଷ କୁ ନିଜ ପିତୃ ପୁରୁଷ ମାନଙ୍କର ଶ୍ରାଦ୍ଧ ତର୍ପଣ ଆଦି ନିହାତି କରିବା ଉଚିତ । ଏହାଦ୍ଵାର ପିତୃ ମାନେ ଖୁବ ପ୍ରସନ୍ନ ହୋଇଥାନ୍ତି । ଓ ଭରପୁର ଆଶୀର୍ବାଦ ମଧ୍ୟ ଦେଇଥାନ୍ତି । ତାଙ୍କ ଆଶୀର୍ବାଦ ରୁ ଆପିଣଙ୍କ ଜୀବନ ସୁଖ ଶାନ୍ତି ଓ ସମୃଦ୍ଧିରେ ଭରି ଯାଇଥାଏ ।

ବନ୍ଧୁଗଣ ଅନେକ ଲୋକ ଘରେ ପିତୃ ଙ୍କର ଫୋଟୋ ଲଗାଇବା ସମୟରେ କିଛି ଏପରି ଭୁଲ କରି ଦେଇଥାନ୍ତି, ଯାହା କାରଣ ରୁ ସେମାନଙ୍କୁ ଅତି ଭୟଙ୍କର ବିପତ୍ତି ମାନଙ୍କର ସାମନା କରିବାକୁ ପଡିଥାଏ । ବନ୍ଧୁଗଣ ଅନେକ ଥର ଦେଖିବାକୁ ମିଳିଥାଏ ଅନେକ ଲୋକ ନିଜ ପୂଜା ଘରେ ପୂଜା ସ୍ଥାନରେ ପିତୃ ପରିଜନ ଙ୍କର ଫୋଟୋ ଲଗାଇ ଦେଇଥାନ୍ତି । କିନ୍ତୁ ଏହ ଉଚିତ ହୋଇ ନଥାଏ । କାରଣ ଏହା ସତ ଯେ ଆମର ପିତୃ ଆମର ପୂଜନୀୟ ।

କିନ୍ତୁ ବନ୍ଧୁଗଣ ସମସ୍ତ ଙ୍କର ଏକ ନିଜ ନିଜ ସ୍ଥାନ ରହିଅଛି । ଘର ର ଠାକୁର ଘରେ କେବଳ ଠାକୁର ଙ୍କର ଫୋଟୋ ମୂର୍ତ୍ତି ହିଁ ରଖିବା ଉଚିତ । ଯଦି ଆପଣ ଈଶ୍ଵର ଙ୍କ ସହ ପିତୃ ଙ୍କୁ ରଖି ପୂଜା କରନ୍ତି, ତେବେ ଏହାଦ୍ଵାରା ଈଶ୍ଵର ଙ୍କର ଅସମ୍ମାନ ହୋଇଥାଏ । ତାହାଛଡା ବନ୍ଧୁଗଣ ପିତୃଙ୍କ ଫୋଟୋ ଘରର ଦକ୍ଷିଣ ଦିଗରେ ଲଗାଇବା ଦ୍ଵାରା ଏହା ଘରର ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଦକ୍ଷିଣ ଦିଗରେ ମଧ୍ୟ ଲଗାଇବା ଉଚିତ ହୋଇ ନଥାଏ ।

ଆପଣ ପିତୃ ଙ୍କର ଫୋଟୋ କୁ ଘରର ପୂର୍ବ କାନ୍ଥରେ ଲଗାଇ ପାରନ୍ତି, କିମ୍ବା ସବୁଠାରୁ ଉତ୍ତମ ହୋଇଥାଏ । ଘରର ଉତ୍ତର କାନ୍ଥ । ଏହାସହ ବନ୍ଧୁଗଣ କହି ରଖୁଛୁ, ଘରେ ଯଦି ଫୋଟୋ ଉଚିତ ଦିଗ ଓ ଉଚିତ ସ୍ଥାନରେ ନ ଲଗାଯାଏ ତେବେ ଏହାଦ୍ଵାରା ଏହା ଘରର ବାସ୍ତୁ ଉପରେ ଖୁବ ଖରାପ ପ୍ରଭାବ ପକାଇଥାଏ ଓ ଘରେ ନକରାତ୍ମକ ଶକ୍ତି ଭରି ଯାଇଥାଏ ।

ତେଣୁ ଘରେ ଫୋଟୋ ଲଗାଇବା ସମୟରେ ବାସ୍ତୁ ଉପରେ ନଜର ରଖି ହିଁ ଫୋଟୋ ଲଗାଇବା ଉଚିତ । ଏହା ସହ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମେ ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *