ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୁହାଯାଏ କି ସମୟ ବହୁତ ମୂଲ୍ୟବାନ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ପ୍ରତ୍ୟେକ ବସ୍ତୁର ପ୍ରଭାବ ଆମ ଜୀବନରେ ଗଭୀର ଭାବରେ ପଡିଥାଏ ଏବଂ ଏହା ମଧ୍ୟରୁ ଗୋଟିଏ ବସ୍ତୁ ହେଉଛି ଘଣ୍ଟା ।
ବାସ୍ତୁ ଶାସ୍ତ୍ରରେ ଘଣ୍ଟାକୁ ଏକ ମହତତ୍ତ୍ୱପୂର୍ଣ୍ଣ ବସ୍ତୁ ଭାବେ ମାନା ଯାଇଥାଏ । ଏହା ଆମ ଜୀବନ ରେ ସିଧା ସଳଖ ଭାବେ ପ୍ରଭାବ ପକାଇଥାଏ । ଘଣ୍ଟା ଆମ ପାଇଁ ଉଭୟ ଭଲ ଏବଂ ଖରାପ୍ ସମୟ ନେଇ ଆସିଥାଏ । ଆପଣମାନେ ଏହା ଶୁଣିଥିବେ ଯେ ଲୋକମାନେ କୁହନ୍ତି, ଯେ ମୋର ଏବେ ଖରାପ୍ ସମୟ ଚାଲିଛି । ତେବେ ବାସ୍ତୁ ଶାସ୍ତ୍ରର ସାହାଯ୍ୟରେ ଆପଣମାନେ ନିଜର ଖରାପ୍ ସମୟକୁ ଭଲ ସମୟରେ ବଦଳାଇ ପାରିବେ ।
ତେବେ ଆସନ୍ତୁ ଜାଣିବା ଘଣ୍ଟା ସହ ଜଡ଼ିତ କିଛି ବାସ୍ତୁ ଟିପ୍ସ ଏବଂ ଘଣ୍ଟା କେଉଁ ଦିଗରେ ଲଗାଇବେ ଏବଂ କେଉଁ ଦିଗରେ ଲଗାଇବେ ନାହିଁ । ଆଜି ଆମେ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ କହିବୁ । ବନ୍ଧୁଗଣ କାନ୍ଥରେ ଲାଗିଥିବା ଘଣ୍ଟା ଆମକୁ ସମୟ ତ କହିଥାଏ, ଏହା ସହିତ ପରିବାରର ସମସ୍ତ ସଦସ୍ୟ ମାନଙ୍କୁ ସକାରାତ୍ମକ ଉର୍ଜା ପ୍ରଦାନ କରିଥାଏ । ଘଣ୍ଟା ଆମକୁ ନିରନ୍ତର ଚାଲିବାର ସନ୍ଦେଶ ଦେଇଥାଏ ,ସେଥିପାଇଁ ବାସ୍ତୁ ଶାସ୍ତ୍ରରେ ବନ୍ଦ ଥିବା ଘଣ୍ଟାକୁ ଘରେ ଲଗାଇ ରଖିବାକୁ ଅଶୁଭ ବୋଲି ମନାଯାଇଥାଏ ।
ଯଦି ଆପଣଙ୍କ ଘରେ ବନ୍ଦ ଘଣ୍ଟା ଅଛି , ତେବେ ଆପଣ ଏହାକୁ ଅତି ଶୀଘ୍ର ବାହାର କରିଦିଅନ୍ତୁ ଏବଂ ସେହି ସ୍ଥାନରେ ଚାଲୁଥିବା ଘଣ୍ଟାକୁ ଲଗାନ୍ତୁ । ବନ୍ଦ୍ ଘଣ୍ଟା ଘରେ ନକାରାତ୍ମକ ଉର୍ଜା କୁ ବଢାଇଥାଏ , ସେଥିପାଇଁ ସବୁବେଳେ ଚାଲୁଥିବା ଘଣ୍ଟାକୁ ହିଁ ଘରେ ଲଗାନ୍ତୁ ।
ଘଡି ବା ଘଣ୍ଟା କୁ ସବୁବେଳେ ଘରର ଉତ୍ତର ଦିଗରେ ଲଗାନ୍ତୁ , ଏବଂ ଭୁଲରେ ମଧ୍ୟ କେବେ ହେଲେ ମଧ୍ୟ ଘଣ୍ଟାକୁ ଘରର ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ । ବନ୍ଧୁଗଣ ଦକ୍ଷିଣ ଦିଗକୁ ଜମ ରାଜଙ୍କ ଦିଗ ବୋଲି କୁହାଯାଇଥାଏ , ତେଣୁ ବାସ୍ତୁ ଶାସ୍ତ୍ର ମତରେ ଗୃହରେ କେବେ ହେଲେ ମଧ୍ୟ ଦକ୍ଷିଣ ଦିଗରେ ଘଣ୍ଟା ଲଗାଇବା ଭଲ ହୋଇନଥାଏ । ଦକ୍ଷିଣ ଦିଗରେ ଲଗାଯାଇଥିବା ଘଣ୍ଟା ପରିବାରର ସଦସ୍ୟ ମାନଙ୍କର ଆୟୁ ଏବଂ ସ୍ୱାସ୍ଥ୍ୟ ପାଇଁ ଅଶୁଭ ହୋଇଥାଏ ।
କେବେ ହେଲେ ବି ଆପଣ ମାନେ ଆପଣଙ୍କର ଗୃହର ମୁଖ୍ୟ ଦ୍ଵାରରେ କିମ୍ବା ମୁଖ୍ୟ ଦ୍ଵାର କବାଟରେ ଘଣ୍ଟା ଲଗାନ୍ତୁ ନାହିଁ , ଏହା ହେବ ଦ୍ଵାରା ଘରେ ଅଶାନ୍ତି ଏବଂ ଅଭାବ ଦେଖାଯାଇଥାଏ ଏବଂ କଥା କଥାରେ ଝଗଡ଼ା ହୋଇଥାଏ । ଯଦି ଆପଣଙ୍କ ଘରେ ଅଶାନ୍ତି ବା ଝଗଡ଼ା ଲାଗି ରହିଛି ତେବେ ଆପଣ ଥରେ ଦେଖିନିଅନ୍ତୁ କି ଆପଣ ଆପଣଙ୍କ ଘରେ ଥିବା କବାଟ ଉପରେ ବା କବାଟରେ ଘଣ୍ଟା ଲଗାଇ ନାହାନ୍ତି ତ! ।
ଘଣ୍ଟା କୁ ସର୍ବଦା ସଫା ରଖିବାକୁ ଚେଷ୍ଟା କରନ୍ତୁ, ଧ୍ୟାନ ରଖନ୍ତୁ ଯେପରି ଘଣ୍ଟାରେ ଧୂଳି ନ ଯମୁଥାଉ । ଭାଙ୍ଗିଥିବା କିମ୍ବା କାମ କରୁନଥିବା ଘଣ୍ଟାର ବ୍ୟବହାର କରନ୍ତୁ ନାହିଁ ଯଦି ଆପଣଙ୍କ ଘରେ ଥିବା ଘଣ୍ଟା ଠିକ୍ ସମୟରୁ ବିଳମ୍ବ ସମୟରେ ଚାଲୁଥାଏ ତେବେ ଏହା ଆପଣଙ୍କ ପ୍ରଗତିରେ ବାଧକ ସୃଷ୍ଟି କରିଥାଏ । ତେଣୁ ଧ୍ୟାନ ରଖିବେ ଯେପରି ଘଣ୍ଟା ଠିକ୍ ସମୟରେ ଚାଲୁଥିବା ଏବଂ ଆପଣ ଯଦି ଚାହିଁବେ ଘଣ୍ଟାକୁ କିଛି ମିନିଟ୍ ଆଗୁଆ ରଖିପାରିବେ । ଏହା ଦ୍ଵାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।
ଘଣ୍ଟାରୁ ସକାରାତ୍ମକ ପ୍ରଭାବ ବୃଦ୍ଧି କରିବା ପାଇଁ ଆପଣ ମଧୁର ସଙ୍ଗୀତ ବାଜୁଥିବା ଘଣ୍ଟାକୁ ଘରେ ଲଗାଇ ପାରିବେ । ଏହା ସକାରାତ୍ମକ ଉର୍ଜାର ସଞ୍ଚାର କରିଥାଏ । ଏହା ଆପଣଙ୍କୁ ପ୍ରତି ମୁହୂର୍ତ୍ତ ରେ ଆକର୍ଷିତ କରିଥାଏ ଏବଂ ଜୀବନରେ ନୂଆ ଅବସର ପାଇବାରେ ସାହାଯ୍ୟ କରିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ହଲ ରେ ପେଣ୍ଡୁଲମ୍ ଥିବା ଘଣ୍ଟା ଲଗାଇଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ, ଏହା ସକାରାତ୍ମକ ଉର୍ଜା ର ସଞ୍ଚାର କରିଥାଏ ।
ବନ୍ଧୁଗଣ ପେଣ୍ଡୁଲମ୍ ଘଣ୍ଟା ମନୁଷ୍ୟର ଖରାପ ସମୟକୁ ଦୁର କରିଥାଏ ଏବଂ ସଫଳତା ଆଣିଥାଏ , ଆପଣମାନେ ଏହାକୁ ଡ୍ରଇଂ ରୁମରେ ମଧ୍ୟ ଲଗାଇ ପାରିବେ । ଏହି କଥା ର ଧ୍ୟାନ ରଖନ୍ତୁ ଯେ ଘଣ୍ଟା କୁ କେବେବି ମୁଣ୍ଡ ପାଖରେ ରଖି ଶୋଇବେ ନାହିଁ । ଏହା ଆପଣଙ୍କୁ ଅଶୁଭ ଫଳ ପ୍ରଦାନ କରିଥାଏ । ଏହି କଥା ପ୍ରତି ବିଶେଷ ଧ୍ୟାନ ରଖନ୍ତୁ । ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।