Vastu Tips- ମହିଳାମାନେ ଯଦି ଏହିପରି କରନ୍ତି ଘର ଧୁଆପୋଛା ତ ଘରକୁ ଆସିଥାଏ ଭୟଙ୍କର ଦରିଦ୍ରତା, ଧନପରାପତି ପାଇଁ ପାଣିରେ ମିଶାନ୍ତୁ ଏହି 1 ଜିନିଷ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ତ ଜାଣିଥିବେ ଯେ ଘରକୁ ସଜାଡି ସ୍ୱଚ୍ଛତା ର ସହ ରଖିଲେ ଘରେ ସକାରାତ୍ମକ ଉର୍ଜ଼ା ଓ ପରସ୍ପର ମଧ୍ୟରେ ଭଲପାଇବା ବଜାୟ ରହିଥାଏ।

ଅପରିଷ୍କାର ଏବଂ ଅସ୍ବଚ୍ଛ ଜାଗାରେ କେବେ ହେଲେ ମାତା ଲଷ୍ମୀ ବାସ କରନ୍ତି ନାହିଁ ଯାହାଦ୍ୱାରା ଘରେ ସବୁବେଳେ ଦାରିଦ୍ର୍ୟତା ଦେଖାଦେଇଥାଏ।

ପୂର୍ବପୁରୁଷମାନେ ମଧ୍ୟ କହିଥିଲେ ଯେ ଅଳିଆ ଓ ଅପରିଷ୍କାର କୁ ନିଜ ଠାରୁ ଦୂରେଇରଖିବା ଉଚିତ। ତେବେ ଯାଇଁ ଘରୁ ଦାରିଦ୍ର୍ୟତା ଓ ଦୁଃଖ ଦୁରେଇ ରହିବ। ଆପଣ ମାନେ ନିଜ ଘରକୁ ସଫା ସୁତୁରା ରଖିବା ପାଇଁ ଘରକୁ ପ୍ରତିଦିନ ପୋଛୁଥିବେ, ପରନ୍ତୁ କଣ ଆପଣମାନେ ଜାଣିଛନ୍ତି ପୋଛୁ ଥିବା ସମୟରେ ଯଦି ଆପଣ କିଛି ଭୁଲ କରନ୍ତି ,ଯାହା ଦ୍ୱାରା ଆପଣଙ୍କୁ ଏହାର ବିପରୀତ ଫଳ ମିଳିଥାଏ। ବନ୍ଧୁଗଣ ଆମମାନଙ୍କୁ ଲାଗେ ଯେ ପୋଛା ଲଗାଇବା ଦ୍ୱାରା ଘର ସଫାସୁତୁରା ରହିଥାଏ। କିନ୍ତୁ ଯଦି ପୋଛା ଲଗାଇବା ସମୟରେ କିଛି ନିୟମ ଉପରେ ଧ୍ୟାନ ନଦେବେ ବା ନିୟମର ଉଲଙ୍ଘନ କରିବେ, ତେବେ ଆପଣଙ୍କ ଘରେ ଦାରିଦ୍ର୍ୟତା ଦେଖାଦେଇପାରେ।

ଯେପରି ଆମେ ଝାଡୁ ବ୍ୟବହାର କରିବାବେଳେ ସାବଧାନତା ର ସହିତ ବ୍ୟବହାର କରିଥାଉ ଏଵଂ ତାକୁ ବ୍ୟବହାର କରିବା ସମୟରେ କିଛି କଥା ଧ୍ୟାନ ରଖିଥାଉ,ସେହିପରି ପୋଛା ଲଗାଇବା ବେଳେ ମଧ୍ୟ କିଛି କଥା ମନେରଖିବା ଉଚିତ। ଆଜି ଆମେ ଆପଣଙ୍କୁ କହିବୁ କି ପୋଛା ଲଗାଇବା ବେଳେ କେଉଁ କଥାର ଧ୍ୟାନ ରଖିବା ଉଚିତ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ ଏବଂ କେଉଁ ସମୟରେ ଘରେ ପୋଛା ଲଗାଇବା ଦ୍ଵାରା ଏବଂ ପୋଛା ପାଣିରେ କଣ ପକାଇ ପୋଛା ଲଗାଇଲେ ଆପଣଙ୍କୁ କଣ ସବୁ ଲାଭ ମିଳିଥାଏ।

୧- ବନ୍ଧୁଗଣ କେବେବି ଦିନ ର ୧୨ଟା ପରେ ଏଵଂ ସଂଧ୍ୟା ସମୟରେ ପୋଛା ଲଗାନ୍ତୁ ନାହିଁ।ପୋଛା ସବୁବେଳେ ସକାଳ ସମୟରେ ଲଗାନ୍ତୁ। ଯାହାଫଳରେ ଘରେ ରାତିରୁ ଜମା ହୋଇଥିବା ନକରାତ୍ମକ ଉର୍ଜ଼ା ବାହାରକୁ ଚାଲିଯାଇ, ଶୁଦ୍ଧ ଏବଂ ସକରାତ୍ମକ ଉର୍ଜ଼ା ରେ ପୂରି ଯିବ।

୨-ଶାସ୍ତ୍ର ଅନୁସାରେ ଗରୁବାର ଦିନ ପୋଛା ଲଗାଇବା ଅନୁଚିତ।ଏହା ଦ୍ୱାରା ବାସ୍ତୁ ଦୋଷ ଲାଗିଥାଏ। ଆପଣ ଅନ୍ୟ ଦିନ ଘର କୁ ସଫା କରିପାରିବେ,ଏହା ଛଡା ଆପଣ ମାନେ ଗୁରୁବାର ଦିନ ନୂଆ ପୋଛା ଜିନିଷ କିଣିପାରିବେ।

୩-କିଛି ଲୋକ ମାନେ ବାଲ୍ଟି ଫାଟି ଗଲେ ସେହି ବାଲ୍ଟି କୁ ପୋଛା ପାଣି ରଖିବା ପାଇଁ ବ୍ୟବହାର କରନ୍ତି। କିନ୍ତୁ କେବେ ଫାଟି ଯାଇଥିବା ବାସନ ବା ବାଲ୍ଟି ରେ ପୋଛା ଲଗାଇବା ଉଚିତ ନୁହେଁ।ଏହା ବହୁତ ଅଶୁଭ ବୋଲି କୁହାଯାଇଛି। ଏଥିପାଇଁ ପୋଛା ରୁ ମିଳୁଥିବା ଲାଭ ଆପଣଙ୍କୁ କବେହେଲେ ପ୍ରାପ୍ତ ହେବନି। ତେବେ ବନ୍ଧୁଗଣ ଯଦି ଅପଣଙ୍କ ଘରେ ଫାଟି ଯାଇଥିବା ବସ୍ତୁ ପୋଛା ପାଇଁ ବ୍ୟବହାର କରାଯାଏ,ତେବେ ତାକୁ ତୁରନ୍ତ ବଦଳାଇଦିଅନ୍ତୁ।

୪-ପୋଛା ସବୁବେଳେ ଉତ୍ତର ଦିଗରୁ ଲଗାଇବା ଉଚିତ।କାରଣ ଉତ୍ତର ଦିଗ କୁ ସବୁବେଳେ ଶୁଭ ଏଵଂ କୁବେରଙ୍କ ଦିଗ ବୋଲି କୁହାଯାଏ। ଉତ୍ତର ଦିଗ ରେ ପୋଛା ଲଗାଇବା ଦ୍ୱାରା ଏହାର ସବୁ ତତ୍ତ୍ୱ ଘରେ ରାହିଥାଏ। କୁହାଯାଏ ଯେ ଧନ ଲାଭ,ଶୁଭ କାର୍ଯ୍ୟ ,ମାତା ଲଷ୍ମୀ ଙ୍କ ର ପ୍ରଵେଶ ଉତ୍ତର ଦିଗ ପଟେ ବା ମାଧ୍ୟମରେ ହୋଇଥାଏ।

ଯଦି ଆପଣ ଉତ୍ତର ଦିଗକୁ ସର୍ବଦା ପରିଷ୍କାର ପରିଛନ୍ନ ରଖିବେ ତେବେ ଘରେ ଧନ ଏଵଂ ସୌଭାଗ୍ୟ ସବୁବେଳେ ବଜାୟ ରହିବ। ଉତ୍ତର ଦିଗ କୁ ସର୍ବଦା ସଫାପାଣି ରେ ପୋଛିବା ଉଚିତ। ବନ୍ଧୁଗଣ ଆସନ୍ତୁ ଜାଣିବା ପୋଛା ପାଣିରେ କଣ ପକାଇ ପୋଛିଲେ ଲାଭ ମିଳିଥାଏ।

୫. ବନ୍ଧୁଗଣ ଅନେକ ଲୋକମାନଙ୍କ ମନରେ ପ୍ରଶ୍ନ ଆସିଥାଏ ଯେ ଘରେ ରୋଗ, କ୍ଳେଶ,ନକରାତ୍ମକତା ଓ ଖରାପଦୃଷ୍ଟି ଆଦି କଣ ପାଇଁ ଲାଗିରହିଥାଏ। ଯଦି ଆପଣଙ୍କୁ ଏହାର ପ୍ରତିକାର ଦରକାର ତେବେ ଆପଣ ଏହି ଉପାୟ କୁ ପାଳନ କରନ୍ତୁ,

ପୋଛା ଲଗାଇବାବେଳେ ଆପଣ ପୋଛା ପାଣି ରେ ନିମ୍ବ ପତ୍ର କିମ୍ବା ନିମ୍ବ ପତ୍ରକୁ ଫୁଟାଇ ତା ପାଣି କୁ ପୋଛା ପାଣି ରେ ବ୍ୟବହାର କରନ୍ତୁ । ଏହା ଦ୍ୱାରା ଘରେ ଥିବା ନକରାତ୍ମକ ଶକ୍ତି ଖରାପ ନଜର ଆଦି ଘରୁ ଚାଲିଯାଇଥାଏ।ଫଳରେ ଆପଣଙ୍କ ଘରେ ସକରାତ୍ମକ ଉର୍ଜ଼ା ଆସିଥାଏ ,ଏଵଂ ସବୁ ଶୁଭ କାର୍ଯ୍ୟ ନିର୍ବିଘ୍ନ ରେ ହୋଇଥାଏ। ଯଦି ଆପଣ ମାନେ ନିଜ ଘରେ ଶାନ୍ତି ଏଵଂ ସମୃଦ୍ଧି ଚାହାଁନ୍ତି ତେବେ ଏହି ଉପାୟ କୁ ନିଶ୍ଚିତ ଭାବରେ ଉପଯୋଗ କରନ୍ତୁ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *