ବନ୍ଧୁଗଣ, ପ୍ରକୃତି ଆମ୍ଭକୁ ଭବିଷ୍ୟତ ରେ ଘଟିବାକୁ ଯାଉଥିବା ଭଲ ତଥା ଖରାପ ଘଟଣା ସମ୍ବନ୍ଧରେ ବିଭିନ୍ନ ପ୍ରକାରର ସଙ୍କେତ ଦେଇଥାଏ । ଆମ୍ଭେ ଯଦି ସେହି ସଙ୍କେତ କୁ ବୁଝି ଯାଇଥାଉ ତେବେ ତାହା ଆମ୍ଭ ପାଇଁ ବହୁତ ଭଲ ହୋଇଥାଏ । ମାତ୍ର ଅଧିକାଂଶ ସମୟରେ ଆମ୍ଭେ ଏହି ସଙ୍କେତ କୁ ବୁଝି ପାରି ନଥାଉ । ଆଜି ଆମ୍ଭେ କହିବାକୁ ଜାଉଅଛୁ ଯେ ବିଶେଷ ପକ୍ଷୀ ଦ୍ଵାରା କେଉଁ ସଂକେତ ଦେଖାଯାଇଥାଏ ? ଏବଂ ଏହାର ଅର୍ଥ କଣ ଯୋଇଥାଏ ?
୧- କାଉ- ସାଧାରଣତ କାଉ ଏକ ଏଭଳି ପକ୍ଷୀ ଅଟେ ଯାହା କାହାକୁ ପ୍ରିୟ ଅଟେ ନାହିଁ । ଏହାର କର୍କଶ ଶବ୍ଦ ମଧ୍ୟ କାହାକୁ ଭଲ ଲାଗେ ନାହିଁ । କିନ୍ତୁ କାଉ ଭବିଷ୍ୟତ ର ଘଟଣା ସମ୍ବନ୍ଧରେ କହିଥାଏ । ଯଦି ବହୁତ କାଉ ଏକା ସହିତ ଏକାଠି ରାବିଥାନ୍ତି ତେବେ ଏହା ବହୁତ ବଡ ଅଶୁଭ ହୋଇଥାଏ । ଏହି ସ୍ଥାନରେ କିଛି ବଡ ବିପଦ ଅଥବା ସଙ୍କଟ ଆସିପାରେ । ଏଥିପାଇଁ ସେହି ସ୍ଥାନରୁ ଆପଣ ଶୀଘ୍ର ପଳାଇ ଯିବା ଉଚିତ । ଯଦି କାଉ ମାଂସ ଖଣ୍ଡ ନେଇ ଯାଇଥାଏ ଅଥବା ପାଣି ପାତ୍ର ଉପରେ ବସିଥାଏ ତେବେ ତାହା ଶୁଭ ସଂକେତ ହୋଇଥାଏ ।
୨- ପେଚ୍ଚା- ଏହା ମାତା ଲକ୍ଷ୍ମୀ ଙ୍କ ବାହାନ ଅଟେ । ଯଦି କୌଣସି ଘରର ଛାତ ଉପରେ ପେଚ୍ଚା ଆସି ବସିବାକୁ ଲାଗେ ତେବେ ଏହା ଅଶୁଭ ଅଟେ । ଏବଂ ଏହା ଏହି କଥାର ସଂକେତ କି ଶୀଘ୍ର ହିଁ ଘରେ କିଛି ବିପଦ ଆସିପାରେ । ମାତ୍ର ଧଳା ରଙ୍ଗର ପେଚ୍ଚା ଦେଖାଦେବା ଶୁଭ ମାନାଯାଇଥାଏ । ଏହା ଧାନ ସମ୍ପତ୍ତି ମିଳିବାର ସଂକେତ ଦେଇଥାଏ ।
୩- ମୟୁର- ଏହାକୁ ଏକ ଶୁଭ ତଥା ପବିତ୍ର ପକ୍ଷୀ ମାନାଯାଇଅଛି । ଏହା ମାତା ସରସ୍ଵତୀ ଙ୍କର ବାହାନ ଅଟେ । ଆପଣ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ କୁ ଯାଉଥିବା ସମୟରେ ମୟୁରର ଶବ୍ଦ ଶୁଣିବାକୁ ମିଳିଲେ ଏହା ବହୁତ ଶୁଭ ସଂକେତ ଅଟେ ।
୪- ପାରା- ସକାଳ ସମୟରେ ପାରା ଘରକୁ ଆସିଲେ ତାହାକୁ ପ୍ରେମ ର ପ୍ରତୀକ ବୋଲି କୁହାଯାଏ । ମାତ୍ର ସନ୍ଧ୍ୟା ସମୟରେ ଯଦି ପାରା ଗୁମୁରିବା ଶବ୍ଦ ଆପଣ ନିଜ ଘରେ ଶୁଣନ୍ତି ତେବେ ଆପଣଙ୍କ ଘରେ ଚୋରୀ ଏବଂ ବିପଦ ଆସିବାର ଆଶଙ୍କା ରହିଥାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଘରକୁ ପାରା ଆସିବା ଅଶୁଭ ଅଟେ ।
୫- ବାଦୁଡି- ବାଦୁଡି ଦିନରେ ମଧ୍ୟ ଭୁତ ପ୍ରେତ ଭଳି ଲଟକି ରହିଥାଏ । ଘରକୁ ବାଦୁଡି ଆସିବା ଅଶୁଭ ମାନାଯାଇଥାଏ । ଏହା ମୃ-ତ୍ୟୁ ର ସଂକେତ ଦେଇଥାଏ ।
୬- ଚଢେଇ- ଯେଉଁ ଘରେ ଚଢେଇ ନିଜର ବସା ବନାଇଥାଏ ସେଠାରେ ସର୍ବଦା ଆନନ୍ଦ ତଥା ଖୁସି ର ବାତାବରଣ ଦେଖାଯାଇଥାଏ । ଆପଣଙ୍କ ଘର ପରିବାରର ସ୍ଥିତି ସର୍ବଦା ସୁଖଦ ରହିଥାଏ ଏବଂ ସବୁବେଳେ ଧନ ପରିବାରର ଆଗମନ ହୋଇଥାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।