Jyotish shastra; – ଘର ଉପରେ ପେଚା ଦେଖିବା ଶୁଭ ନା ଅଶୁଭ ! ପେଚା ଦେଖିଲେ କ’ଣ ମିଳିଥାଏ ସଂକେତ ?

ବନ୍ଧୁଗଣ ଏହି ଦୁନିଆରେ ଅନେକ ପ୍ରକାର ପଶୁପକ୍ଷୀ ରହିଛନ୍ତି । ବିଶେଷ କରି ସେହି ସମସ୍ତଙ୍କ ମଧ୍ୟରୁ କିଛି ପକ୍ଷୀକୁ ଅତ୍ୟନ୍ତ ଶୁଭ କହୁଥିବା ବେଳେ ସେଥିମଧ୍ୟରୁ କିଛି ପକ୍ଷୀକୁ ଅଶୁଭ ବୋଲି କୁହାଯାଇଥାଏ । ତେବେ ବନ୍ଧୁଗଣ ପେଚାକୁ ଆପଣ ସମସ୍ତେ କେବେ କେଉଁଠି ନା କେଉଁଠି ତ ଦେଖିଥିବେ । ତେବେ ଏହି ପେଚା ଦେଖାଦେବା ଶୁଭ ନା ଅଶୁଭ ଆସନ୍ତୁ ଜାଣିବା ।

ତେବେ ଅନେକ ଲୋକ ଭାବିଥାନ୍ତି ଏହା ଦେଖିବା ଅଶୁଭ । ଅପର ପକ୍ଷରେ ବହୁତ ଲୋକ ଏହାକୁ ଶୁଭ ମଧ୍ୟ କହିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି ସମ୍ପର୍କରେ ବିସ୍ତାରରେ କହିବୁ । ପେଚା ରାତ୍ରିଚର ପକ୍ଷୀ ଅଟେ । ଏହା ରାତି ସମୟରେ ଦେଖା ଯାଇଥାଏ ।  ତେବେ ଧଳା ପେଚା ହେଉଛି ମା ଲକ୍ଷ୍ମୀଙ୍କ ବାହନ । ତେଣୁ ଏହାକୁ ଦେଖିବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ ।

ଯଦି ପେଚାର ଶବ୍ଦ ଆପଣଙ୍କୁ ଦକ୍ଷିଣ ଦିଗରୁ ଶୁଭି ଥାଏ ତେବେ ଏହା ଶୁଭ ଅଟେ । ଯଦି ଆପଣଙ୍କ ବାମ ପଟେ ଆପଣ ପେଚାର ଦର୍ଶନ କରିଥାନ୍ତି ତେବେ ଏହା ଶୁଭ ଫଳ ଦେଇଥାଏ । ଯଦି ଆପଣଙ୍କ ଘରର ଛାତରେ ବା ଆପଣଙ୍କ ଘରେ କଳା ପେଚା ବସିଥାଏ । ତେବେ ଆପଣଙ୍କ ଘରକୁ କୌଣସି ଏକ ବିପଦ ଆସିପାରେ । ଆପଣଙ୍କ ଘରର ଉନ୍ନତିରେ କିଛି ବାଧା ଦେଖାଦେଇପାରେ ।

ଯଦି ଆପଣ କଳା ପେଚା ଦେଖିଥାନ୍ତି ଏହା ବହୁତ ଅଶୁଭ ଅଟେ । କଳା ପେଚାର ଶବ୍ଦ ଯଦି ଆପଣଙ୍କୁ ମଧ୍ୟ ରାତ୍ରିରେ ଶୁଭିଥାଏ ତେବେ ଏହା ବହୁତ କ୍ଷତିକାରକ ଅଟେ । ଏହି ଶବ୍ଦ ମଧ୍ୟ ରାତ୍ରିରେ ଶୁଣିବା ଦ୍ଵାରା ଆପଣଙ୍କୁ ହୃଦଘାତ ମଧ୍ୟ ହୋଇପାରେ । ପିଲା ମାନେ ଏହି ଶବ୍ଦ ଶୁଣି ଭୟ ପାଇଥାନ୍ତି । ଯଦି ଧଳା ପେଚା ଆପଣଙ୍କ ଘର ମଧ୍ୟକୁ ପଶି ଆସିଥାଏ ତେବେ ଆପଣ ଜାଣିବେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

ଏହି ଧଳା ପେଚା ଆସିବା ଦ୍ଵାରା ଆପଣଙ୍କ ର ଧନ ଲାଭ ହୋଇଥାଏ । ତେବେ ଯଦି ଆପଣ ଧଳା ପେଚା ଦେଖନ୍ତି ଏହା ଶୁଭ ଅଟେ । ଯଦି ଆପଣ କଳା ପେଚା ଦେଖନ୍ତି ଏହା ଅଶୁଭ ଅଟେ । ତେଣୁ ଏହା ସ୍ପଷ୍ଠ ଅଟେ ଯେ କଳା ପେଚା ଅଶୁଭ ସଂକେତ ହୋଇଥିବା ବେଳେ ଧଳା ପେଚା ଶୁଭର ସଙ୍କେତ ହୋଇଥାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ଭଲ ଭଲ ଅପଡେଟ ପାଇବାକୁ ଚାହୁଁଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *