ଘରର ବୋହୁ ହେବା ପାଇଁ ଝିଅ ପାଖରେ କେଉଁ ସବୁ କ୍ଵାଲିଟି ରହିବା ଦରକାର ? କେଉଁ ଝିଅ ଘରକୁ ସ୍ଵର୍ଗ କରିଦିଅନ୍ତି…

ବନ୍ଧୁଗଣ ପୁଅର ଉପଯୁକ୍ତ ବିବାହ ବୟସ ହୋଇଗଲେ । ପରିବାରର ଲୋକ ପୁଅ ପାଇଁ ଉପଯୁକ୍ତ ବୋହୁ ଖୋଜିବାରେ ଲାଗି ପଡିଥାନ୍ତି । ଯେମିତି ଗୋଟେ ଭଲ ଝିଅକୁ ସେମାନେ ନିଜର ବୋହୁ କରାଇକି ଘରକୁ ଆଣିପାରିବେ । ତେବେ ଘରର ବୋହୁ ଖୋଜୁଥିବା ଲୋକଙ୍କୁ ଏହି କଥା ଉପରେ ନିଶ୍ଚୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଯଦି କୌଣସି ବାପା, ମାଆ ତଥା ପରିବାରର ସଦସ୍ୟ ଘର ପାଇଁ ଏକ ଉପଯୁକ୍ତ ବୋହୁ ସନ୍ଧାନରେ ଥାନ୍ତି । ତେବେ ସେମାନେ ଏହି ଝିଅଙ୍କୁ ନିଜ ଘରର ବୋହୁ କରନ୍ତୁ । ଯେଉଁ ଝିଅ ମାନଙ୍କ ପାଖରେ ଏହି ସବୁ ବିଶେଷ ଗୁଣ ରହିଥିବ । ତେବେ ଘରର ଉପଯୁକ୍ତ ବୋହୁ ହେବା ପାଇଁ ଝିଅ ମାନଙ୍କ ପାଖରେ କେଉଁ କେଉଁ ସବୁ ଭଲ କ୍ଵାଲିଟି ରହିବା ଦରକାର ଆସନ୍ତୁ ଜାଣିବା ।

1- ଆପଣ ଯେଉଁ ଝିଅକୁ ଘରର ବୋହୁ କରିବାକୁ ଚାହୁଁଥିବ । ପ୍ରଥମେ ସେହି ଝିଅର ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ନିହାତି ଆବଶ୍ୟକ । କାରଣ ବୋହୁ ଯଦି ଶିକ୍ଷିତ ହୋଇଥିବ । ତେବେ ପିଲାପିଲି ହେବା ପରେ ସେ ନିଜ ପିଲାଙ୍କୁ ଭଲ ଶିକ୍ଷା ଦେଇ ଭଲ ମଣିଷ କରାଇପାରିବ ।

2- ଯେଉଁ ଘରର ଝିଅକୁ ନିଜ ବୋହୁ କରି ଆଣିବାକୁ ଚାହୁଁଥିବେ । ପ୍ରଥମେ ସେହି ଝିଅ ଘର ପରିବାରର ପରିବେଶ ଓ ସଂସ୍କାର ଉପରେ ଠିକ ଭାବେ ଧ୍ୟାନ ଦେବାକୁ ଭୁଲିଯିବେ ନାହିଁ । କାରଣ ଘରର ପରିବେଶ ଓ ସେହି ଘରର ସଂସ୍କାର ଯେତେ ଭଲ ହୋଇଥିବ । ସେହି ଘରର ଝିଅ ସେତେ ଭଲ ଓ ସଂସ୍କାରୀ ଅଟନ୍ତି ।

3- ପୁଅର ବିବାହ କରେଇବା ପାଇଁ ଝିଅ ଯେ ଧନୀ ଘରର ହୋଇଥିବ ଏହି କଥାକୁ ଭୁଲିଯିବା ଦରକାର । କାରଣ ଝିଅ ଧନୀ କି ଗରିବ ହୋଇଥାଉ ତାହା କିଛି ଫରକ ପଡିନଥାଏ । ହେଲେ ସେହି ଝିଅଟି ଜଣେ ଭଲ ବୋହୁ ହେବାକୁ ହେଲେ ସେ ପ୍ରଥମେ ଜଣେ ଭଲ ଝିଅ ହୋଇଥିବା ଦରକାର ଅଟେ ।

4- ଘରର ବୋହୁ ହେବା ପାଇଁ ଝିଅଟି ଉପଯୁକ୍ତ ପାତ୍ରୀ କି ନାହିଁ ତାହା ଜାଣିବାକୁ ହେଲେ । ପ୍ରଥମେ ଝିଅର ବ୍ୟବହାର, ଚଲିଚଳନ ଓ କଥାବାର୍ତ୍ତା ଏହି ସବୁ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଯଦି ସମ୍ଭବ ଯାହାକୁ ବୋହୁ କରିବା ପାଇଁ ମନସ୍ଥ କରିଥାନ୍ତି । ସେହି ଝିଅ ସହ ସିଧାସଳଖ କଥାବାର୍ତ୍ତା ହୋଇ ଝିଅକୁ ଭଲରେ ଜାଣିବାକୁ ଚେଷ୍ଟା କରନ୍ତୁ । କାରଣ ଝିଅଟି କେବଳ ରୂପରୁ ସୁନ୍ଦର ହୋଇଗଲେ ଜଣେ ଭଲ ବୋହୁ ହୋଇପାରିବ ନାହିଁ । ହେଲେ ହୃଦୟରୁ ଭଲ ହୋଇଥିବା ଝିଅ ହିଁ ଘରର ଉପଯୁକ୍ତ ବୋହୁଟିଏ ହୋଇପାରିବ ।

ଆଶା କରୁଛୁ । ଏହି ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *