ବନ୍ଧୁଗଣ, ଆମେ ନିଜ ଘରର ବଗିଚାରେ ଭିନ୍ନ ଭିନ୍ନ ପ୍ରକାରର ଗଛ ଲଗାଇଥାଉ । କିନ୍ତୁ କିଛି ଗଛ ଏପରି ହୋଇଥାଏ ଯାହାକୁ ଘର ପାଖରେ ରହିବା ଅଶୁଭ ବୋଲି ମାନା ଯାଇଥାଏ ଓ କିଛି ଗଛ କୁ ଦୋଷ ନିବାରକ ମଧ୍ୟ କୁହାଯାଇଥାଏ । ତେବେ ଆସନ୍ତୁ ଏହି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବା । ୧:- ତୁଳସୀ ଗଛ, ତୁଳସୀ ଗଛ କୁ ମା ଲକ୍ଷ୍ମୀଙ୍କ ରୂପ ମାନା ଯାଇଥାଏ । ଯେଉଁ ଘରେ ତୁଳସୀ ଗଛର ପୂଜା ଅର୍ଚ୍ଚନା କରାଯାଇଥାଏ, ସେହି ଘରେ ଭଗବାନ ବିଷ୍ଣୁଙ୍କର ସର୍ବଦା କୃପାଦୃଷ୍ଟି ବନି ରହିଥାଏ ।
ତୁଳସୀ ଗଛ କୁ ଦକ୍ଷିଣ ଦିନରେ ରଖିବା ଅଶୁଭ ବୋଲି ମାନା ଯାଇଥାଏ । ଏହା ଘରକୁ ବହୁତ କ୍ଷତି ଆଣିଥାଏ । ତୁଳସୀ ଗଛ କୁ ପୂର୍ବ ଦିଗ ବା ଐଶାଣ୍ୟ ଦିଗ ରେ ଲଗାଇବା ଉଚିତ । ତୁଳସୀ ଗଛ ଘରୁ ନକରାତ୍ମକ ଶକ୍ତି କୁ ନଷ୍ଟ କରିଦେଇଥାଏ । ସବୁ ବୃହସ୍ପତି ବାରରେ ତୁଳସୀ ଙ୍କୁ କଞ୍ଚା କ୍ଷୀର ଚଢ଼ାଇବା ଦ୍ଵାରା ତୁଳସୀ ମାତା ସନ୍ତୁଷ୍ଟ ହୋଇଥାନ୍ତି ।
୨:- ବେଲ ଗଛ, ଭଗବାନ ଶିବଙ୍କର ବେଲପତ୍ର ଅତି ପ୍ରିୟ ଅଟେ । ଭଗବାନ ଶିବ ନିଜେ ଏହି ବୃକ୍ଷରେ ବାସ କରିଥାନ୍ତି । ଏହି ଗଛ ଯେଉଁମାନଙ୍କ ଘରେ ରହିଥାଏ ମାତା ଲକ୍ଷ୍ମୀ ସେହି ଘରେ ଧନର ବର୍ଷା କରିଥାନ୍ତି । ବେଲ ଗଛ ସହ ଅରଖ ବୃକ୍ଷ କୁ ଯୋଡ଼ିକରି ଲଗାଇଲେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି । ବେଲ ଗଛ କୁ ନଷ୍ଟ କରିବା ଦ୍ୱାରା ମଣିଷ ଘୋର ପାପ ର ଅଧିକାରୀ ହୋଇଥାଏ ।
୩:- ଶନି ଗଛ, ଶନି ଗଛ ଘରେ ଥିଲେ ବହୁତ ଶୁଭ ମନାଯାଇଥାଏ । ଲୋକମାନେ ଏହି ବୃକ୍ଷ କୁ ଲଗାଇବା ପାଇଁ ବହୁତ ଡରିଥାନ୍ତି । ଶନି ଦେବଙ୍କ କୃପା ପାଇବା ପାଇଁ ଏହି ଗଛ ର ପୂଜା ଉପାସନା କରାଯାଇଥାଏ । ଏହି ଗଛ କୁ ଘରର ଡାହାଣ ପଟରେ ଲଗାଇବା ଶୁଭ ଅଟେ ।
୪:- ଅଶ୍ଵଗନ୍ଧା, ଅଶ୍ଵଗନ୍ଧା କୁ ମଧ୍ୟ ବହୁତ ଶୁଭ ବୋଲି ମାନାଯାଇଥାଏ ଓ ଏହା ବାସ୍ତୁଦୋଷ କୁ ଦୂର କରିଥାଏ । ଜୀବନରେ ଶୁଭତା କୁ ବଢାଇ ଥାଏ । ଏହା ଅତ୍ୟନ୍ତ ଲୋକପ୍ରିୟ ଓ ଆୟୁର୍ବେଦିକ ଔଷଧ ଅଟେ ।
୫:- ଅଁଳା ଗଛ, ଏହି ଗଛ କୁ ଘରର ପୂର୍ବ ଓ ଉତ୍ତର ଦିଗକୁ ଲଗାଇଲେ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଆପଣଙ୍କ କଷ୍ଟ ରୁ ନିବାରଣ କରିଥାଏ । ଅଁଳା ଗଛ କୁ ନିୟମିତ ପୂଜା କରିବା ଦ୍ୱାରା ସବୁ ମନସ୍କାମନା ପୂରଣ ହୋଇଥାଏ ।
୬:- ଅଶୋକ ବୃକ୍ଷ, ଏହି ଗଛ କୁ ବହୁତ ଶୁଭ ଓ ଲାଭକାରୀ ମାନାଯାଇଥାଏ । ଏହି ଗଛ ଯେଉଁ ଘରେ ଥାଏ ସେହି ଘରେ ସଦସ୍ୟ ମାନଙ୍କ ସମ୍ପର୍କ ଭଲ ହୋଇଥାଏ । ସବୁ ମାଙ୍ଗଳିକ ଓ ଧାର୍ମିକ କାର୍ଯ୍ୟରେ ଏହି ପତ୍ରର ଆବଶ୍ୟକ ହୋଇଥାଏ । ଏହି ଗଛ ଲଗାଇବା ଦ୍ଵାରା ବ୍ୟକ୍ତିକୁ ସବୁ ଖୁସି ମିଳିଯାଇ ଥାଏ । ଏବଂ ସେହି ଘରେ କାହାର ମଧ୍ୟ ଅକାଳ ମୃତ୍ୟ ହୋଇନଥାଏ ।
୭:- ମନ୍ଦାର ଗଛ, ଜ୍ୟୋତିଷ ଶାସ୍ତ୍ରରେ ଏହା ସୂର୍ଯ୍ୟ ଓ ମଙ୍ଗଳ ସହ ସମ୍ପର୍କ ରଖିଥାଏ । ଏହି ଗଛ କୁ ଆପଣ ଯେଉଁଠି ମଧ୍ୟ ଲଗାଇ ପାରିବେ । ଏହାକୁ ପର୍ଯ୍ୟାପ୍ତ ସୁର୍ଯ୍ୟ କିରଣ ମିଳିବା ଉଚିତ । ମା ଦୁର୍ଗା ଙ୍କୁ ସବୁଦିନ ମନ୍ଦାର ଫୁଲ ଅର୍ପଣ କଲେ ସବୁ ଦୁଃଖ ରୁ ମୁକ୍ତି ମିଳିଥାଏ ।
୮:- ନଡ଼ିଆ ଗଛ, ନଡ଼ିଆ ଗଛ କୁ ମଧ୍ୟ ଶୁଭ ମାନା ଯାଇଥାଏ । ନଡ଼ିଆ ଗଛ କୁ ଘରେ ଲଗାଇବା ଦ୍ଵାରା ଆପଣଙ୍କୁ ମାନସମ୍ମାନ ବହୁତ ମିଳିଥାଏ । ଆପଣଙ୍କ ସବୁ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
୯:- ନିମ ଗଛ, ଘରର ଉତ୍ତର ପଶ୍ଚିମ କୋଣ ରେ ନିମ ଗଛ ଥିଲେ ବହୁତ ଶୁଭ ଫଳ ମିଳିଥାଏ । ଘରର ବଡ ଲୋକମାନେ ଘରେ ନିମ ଗଛ ଲଗାଇବାକୁ ନାପସନ୍ଦ କରିଥାନ୍ତି । କିନ୍ତୁ ଏହା ବହୁତ ଶୁଭ ହୋଇଥାଏ । ଏହିଁ ଗଛ ସକରାତ୍ମକ ଊର୍ଯା ସହିତ କଲ୍ୟାଣକାରୀ ମଧ୍ୟ ହୋଇଥାଏ । ଶାସ୍ତ୍ର ଅନୁସାରେ ଯେଉଁ ଲୋକ ଘରେ ନିମ ଗଛ ଲଗାଇ ଥାଏ ତାକୁ ମୃ-ତ୍ୟୁ ପରେ ଶିବ ଲୋକ ପ୍ରାପ୍ତି ହୁଏ ।
୧୦:- କଦଳୀ ଗଛ, କଦଳୀ ଗଛକୁ ଧାର୍ମିକ କାରଣରୁ ମଧ୍ୟ ମହତ୍ତ୍ଵପୂର୍ଣ୍ଣ ମାନା ଯାଇଥାଏ । ଏହି ଗଛ କୁ ଗୁରୁବାର ଦିନ ପୂଜା କରାଯାଇଥାଏ । କଦଳୀ ଗଛ କୁ ଘରର ଐଶାନ୍ୟ କୋଣ ରେ ଲଗାଇବା ଦ୍ଵାରା ଘରେ ଧନର ବୃଦ୍ଧି ପାଇଥାଏ । ଏହି ଗଛ କୁ ଲଗାଇବା ଦ୍ଵାରା ଶ୍ରୀହରୀ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିଥାଏ ।