Vastu Tips- ଘରକୁ ଅକାଳ ମୃତ୍ୟୁ ନେଇ ଆସିଥାଏ ଘର ପାଖରେ ଥିବା ଏହି ଗଛ, ଆଜି ହିଁ ଓପାଡି ଫୋପାଡି ଦିଅନ୍ତୁ, ନହେଲେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆପଣ ନିଜ ଘର ଚାରି ପାଖରେ ସବୁଜ ସୁନ୍ଦର ପରିବେଶ ଦେଖିବାକୁ ବହୁତ ଭଲ ପାଇଥାନ୍ତି । ନିଜ ଘରର ବଗିଚାରେ ଆପଣ ଅନେକ ପ୍ରକାରର  ବୃକ୍ଷ ଲଗାଇ ଥାନ୍ତି । ଏହା ସତ ଯେ ବୃକ୍ଷ ଆମର ବହୁତ ଉପକାର କରିଥାଏ । ଗଛଠାରୁ ଆମେମାନେ ଅନେକ ମୁଲ୍ଯବାନ ଜିନିଷ ପାଇଥାଉ । କିନ୍ତୁ ଆପଣ କଣ ଏହା ଜାଣିଛନ୍ତି । କେଉଁ ଗଛ ଘର ପାଖରେ ଲଗାଇବା ଶୁଭ ଓ କେଉଁ ଗଛ ଘର ପାଇଁ ଅଶୁଭ । ଘରର ମୁଖ୍ୟ ଦ୍ଵାର ସାମ୍ନାରେ କୌଣସି ଗଛ ରଖିବା ଉଚିତ ହୋଇନଥାଏ ।

ବେଦ ଅନୁସାରେ ଏହାଦ୍ବାରା ସବୁବେଳେ ଘର ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିଥାଏ । ଘର ସାମ୍ନାରେ କୋଣ, ଗୋଲେଇ, ଖମ୍ବ ଓ ମନ୍ଦିର ଘର ପାଇଁ ଶୁଭ ମନାଯାଇନଥାଏ । ମୁଖ୍ୟ ଦ୍ଵାର ସାମ୍ନାରେ କୂଅ, ପାଣିଟାଙ୍କି ରହିବା ଦ୍ଵାରା ଘରେ ଆର୍ଥିକ ସମସ୍ଯା ଦେଖାଯାଇଥାଏ । ଏଥିଯୋଗୁ ଘର ଲୋକ ସବୁବେଳେ ଚିନ୍ତିତ ରୁହନ୍ତି । ଘର ପ୍ରବେଶ ମୁହଁରେ ଭାଙ୍ଗିଯାଇଥିବା ଖମ୍ବ କିମ୍ବା କିଛି ଭଙ୍ଗା ଜିନିଷ ଘର ପାଇଁ ଜମାରୁ ଭଲ ହୋଇନଥାଏ ।

ଏହା ସହିତ ଘର ପ୍ରବେଶ ମୁହଁରେ ସିଡି, ବିଦ୍ୟୁତ ଖୁଣ୍ଟ ମଧ୍ୟ  ରଖିବା ପାଇଁ ମଧ୍ୟ ବାରଣ ଥାଏ।   ଏହା ଦ୍ଵାରା ଘର ଲୋକଙ୍କୁ ଅନେକ ରୋଗର ଶିକାର ହେବା ପାଇଁ ପଡିଥାଏ । ପଳାଶ ଗଛ ଘର  ସାମ୍ନାରେ ରହିଲେ ସେହି ଘରର ପୁରୁଷ ସବୁବେଳେ ପରାଜିତ ହୋଇରହିଥାନ୍ତି । ତେନ୍ତୁଳୀ ଗଛ ଘର ସାମ୍ନାରେ ରହିବା ଦ୍ଵାରା ଘର ଲୋକଙ୍କର ଅକାଳ ମୃତ୍ୟୁ ହେବାର ସମ୍ଭାବନା ଥିବା ସହିତ ଓସ୍ତ ଗଛ ରହିବା ଫଳରେ ସେହି ଜାଗାରେ  ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ।

ଘର ଉପରେ ଯଦି କୌଣସି ଗଛର ଛାଇ ପଡୁଥାଏ । ତେବେ ସେହି ଘର ଲୋକମାନଙ୍କର ଦେହ ସବୁବେଳେ ଖରାପ ରହିଥାଏ । ଅଗଣାରେ କ୍ଷୀର ବାହାରୁଥିବା ଗଛ ରହିଲେ, ଏହାଦ୍ବାରା ଘରର ଅନିଷ୍ଟ ଘଟିଥାଏ । ଘରେ ବର, ମନ୍ଦାର, ଆମ୍ବ, ଖଜୁରୀ, ଅଙ୍ଗୁର, ଦେବଦାରୁ ଇତ୍ୟାଦି ଗଛ ରହିବା ଉଚିତ ନୁହେଁ। ତୁଳସୀ ଓ ଚନ୍ଦନ ଗଛକୁ ଘର ଅଗଣାରେ ଲଗାଇବା ଶୁଭ ଅଟେ । ତୁଳସୀ ଗଛକୁ ଘରର ଦକ୍ଷିଣ ଦିଗରେ ଲଗାଇବା ଅଶୁଭ ହୋଇଥାଏ ।

ଏହି ଗଛକୁ ପୂର୍ବ ଦିଗରେ ଲଗାଇବା ଉଚିତ । ପ୍ରତେକ ବୁଧବାର ଦିନ ଯେଉଁ ବ୍ୟକ୍ତି ତୁଳସୀଙ୍କୁ କଞ୍ଚା କ୍ଷୀର ଅର୍ପଣ କରେ, ତାହା ପାଇଁ ଏହା ବହୁତ ମଙ୍ଗଳ ହୋଇଥାଏ । ଘରେ ବେଲ ଗଛ ରହିବା ଘର ପାଇଁ ଅତ୍ୟନ୍ତ ହିଁ ଶୁଭ ହୋଇଥାଏ । କାରଣ ବେଲ ଗଛରେ ଭଗବାନ ଶିବ ବାସ କରିଥାନ୍ତି । ଶନି ଗଛ ଘରର ଡାହାଣ ପଟେ ଲଗାଇବା ଉଚିତ ଏବଂ ପ୍ରତିଦିନ ଗଛ ମୂଳରେ ସୋରିଷ ତେଲର ଦୀପ ପ୍ରସ୍ତୁତ କରି ଭଗବାନ ଶନିଙ୍କୁ ଅର୍ପଣ କରନ୍ତୁ ।

ଏହାଦ୍ବାରା ଶନିଙ୍କ ପ୍ରକୋପ ଆପଣଙ୍କ ଉପରୁ କମିଯିବ । ଅଶ୍ଵଗନ୍ଧାଗଛ  ଘରେ ଲଗାଇବା ଦ୍ଵାରା ଘରର ସମସ୍ତ ବାସ୍ତୁ ଦୋଷ କଟିଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଅଁଳା ଗଛରେ ସମସ୍ତ ଦେବା ଦେବୀଙ୍କ ବାସ ହୋଇଥାଏ । ତେଣୁ ଏହି ଗଛ ଘରେ ଲଗାଇବା ଉଚିତ।  ଅଶୋକ ଗଛ ମଧ୍ୟ ଘର ପାଇଁ ଅତି ଭଲ ହୋଇଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *