ନମସ୍କାର ବନ୍ଧୁଗଣ ତେବେ ମୃତ୍ୟୁ ଜୀବନ ର ଶାଶ୍ୱତ ସତ୍ୟ ଅଟେ କିନ୍ତୁ ମୃତ୍ୟୁ କୁ ନେଇ ବୋହୁତ ଲୋକ ଙ୍କ ମନ ରେ ଭିନ୍ନ ଭିନ୍ନ ଧାରଣା ଥାଏ । ବହୁତ ଲୋକ ଙ୍କ ମନ ରେ ପ୍ରଶ୍ନ ଥାଏ କଣ ସତରେ ମୃତ୍ୟୁ ପରେ ଆତ୍ମା କୁ ଜମା ଲୋକ କୁ ଯିବା ପାଇଁ ପଡିଥାଏ ନ ଏସବୁ ମିଥ୍ୟା ଅଟେ । ଯଦି ସତ୍ୟ ଅଟେ ତାହେଲେ ମୃତ୍ୟୁ ପରେ ଯମଲୋକ ରେ ସେ କେମିତି ପହଞ୍ଚେ ଆଉ ତାକୁ କେତେ ଦିନ ସମୟ ଲାଗିଥାଏ ପ୍ରାଚୀନ କଲା ରେ ଶ୍ରୀ ହରି ବିଷ୍ଣୁ ଙ୍କୁ ତାଙ୍କ ବାହାନ ଗରୁଡ ପଚାରିଥିଲେ ।
ଭଗବାନ ବିଷ୍ଣୁ , ମଣିଷ ଜୀବନ ର ଅର୍ଥ ମୃତ୍ୟୁ ପରେ ଅନ୍ତିମ କ୍ରିୟା କର୍ମ ଆଉ ପୁନର୍ଜନ୍ମ ବିଷୟରେ ଗରୁଡ କୁ ଗୋଟି ଗୋଟି କଥା କରି କହିଥିଲେ । ଯାହା ଗରୁଡ ପୁରାଣ ରେ ଲିଖିତ ଅଛି । ତେବେ ଗରୁଡ ପୁରାଣ ଅନୁସାରେ ମୃତ୍ୟୁ ପରେ ଆତ୍ମା ଯମ ଲୋକ ରେ ପହଁଚିବା ପାଇଁ ୪୭ ଦିନ ସମୟ ଲାଗେ ତାହେଲେ ୪୭ ଦିନ ଆତ୍ମା ସହ କଣ ହୋଇଥାଏ ?କେଉଁ କେଉଁ ଲୋକ ଦେଇ ଆତ୍ମା ପହଞ୍ଚିଥାଏ ତାହା ଆଜି ଆମେ ଜାଣିବା ।
ଯେତେ ବେଳେ କୋଣସି ବ୍ୟକ୍ତି ର ମୃତ୍ୟୁ ପାଖେଇ ଆସେ ସେତେବେଳେ ବ୍ୟକ୍ତି ର କଥା କହିବା ଶକ୍ତି ଚାଲି ଯାଇ ଥାଏ ଆଉ ଯେତେ ବେଳେ ଅନ୍ତିମ ସମୟ ଆସେ ସେତେବେଳେ ସେଇ ବ୍ୟକ୍ତି କୁ କିଛି କ୍ଷଣ ପାଇଁ ଦିବ୍ୟ ଦୃଷ୍ଟି ମିଳେ । ଆଉ ସେ ସାରା ସଂସାର କୁ ଗୋଟିଏ ରୂପ ରେ ଦେଖିବାକୁ ପାଏ ଆଉ ସବୁ ଇନ୍ଦ୍ରିୟ ଶୀତଳ ପଡି ଯାଇଥାଏ । ମୃତ୍ୟୁ ପରେ ଯମ ଲୋକ ରୁ ଦୁଇ ଯମ ଦୂତ ଆସନ୍ତି ଜମ ଦୂତ କୁ ଦେଖି ସେଇ ଆତ୍ମା ଦ୍ୱାରା ରେ ହା କରି ଡରି ଶରୀର ଭିତରୁ ବାହାରି ବହାରିଯାଏ ।
ଯେମିତି ଆତ୍ମା ଶରୀର ରୁ ବାହାର କୁ ଚାଲି ଆସେ ସେତେବେଳେ ଯମ ଦୂତ ମାନେ ଗଳା ରେ ଫାଶ ପକାଇ ଯମ ଲୋକ କୁ ନେଇ ଯାନ୍ତି । ଗରୁଡ ପୁରାଣ ଅନୁସାରେ ଯଦି ମରିବା ଲୋକ ର ଆତ୍ମା ପବିତ୍ର ଥାଏ ତେବେ ପରମାତ୍ମା ତାକୁ ତାଙ୍କ ବହନ ରେ ନବ ପାଇଁ ଆସନ୍ତି । ଯଦି ଆତ୍ମା ପାପୀ ଥାଏ ତାକୁ ନିର୍ଯାତନା ଦେଇ କଷ୍ଟ ଦେଇ ଯମଲୋକ କୁ ନେଇ ଯାନ୍ତି । ଏହା ପରେ ଯମରାଜା ଙ୍କ ଆଦେଶ ଅନୁସାରେ ଆତ୍ମା କୁ ୧୩ ଦିନ ପର୍ଯ୍ୟନ୍ତ ନିଜର କାମ ସାରିବା ପାଇଁ ନିଜ ଘରେ ଛାଡି ଦିଆଯାଏ ।
ତେବେ ଘରେ ପହଞ୍ଚିବା ପରେ ଆତ୍ମା ତାର ଶରୀର ଭିତରେ ପଶିବାକୁ ଚେଷ୍ଟା କରିଥାଏ କିନ୍ତୁ ଜମଦୂତ ଙ୍କ ଫାସ ରେ ବନ୍ଧା ହୋଇଥିବା ଯୋଗୁ ସେ ତା ଶରୀର ରେ ପ୍ରବେଶ କରି ପାରିନଥାଏ । ଆତ୍ମା ଚାହୁଁ ନଥିଲେ ମଧ୍ୟ ନିଜ ଶରୀର ର ଅନ୍ତିମ କର୍ମ ନିଜ ଆଖିରେ ଦେଖିଥାଏ । ଆଉ ୧୨ ଦିନ ଯାଏ ଆତ୍ମା ତାଙ୍କ ପରିବାର ଗହଣା ରେ ହିଁ ରହିଥାଏ ଯତେ ଦିନ ଯାଏ ଆତ୍ମା ର ପୁତ୍ର ଆଦି ପିଣ୍ଡ ଦାନ ନ କରିଛନ୍ତି ସେତେ ଦିନ ଯାଏ ଆତ୍ମା ଭୋକିଲା ଶୋଷିଲା ଥାଏ ।
ଆଉ ୧୦ ଦିନ ଦିଅ ଯାଇଥିବା ପିଣ୍ଡ ଦାନ ରୁ ଆତ୍ମା କୁ ଚାଲିବାକୁ ଶକ୍ତି ମିଳି ଥାଏ । ଏହା ପରେ ୧୩ ଦିନ ରେ ଯମଦୂତ ପୁଣି ଆତ୍ମା କୁ ଧରି ନିଅନ୍ତି ଆଉ ଆରମ୍ଭ ହୁଏ ଜମଲୋକ କୁ ଯାତ୍ରା ଯାତ୍ରା ସମୟରେ ବୈତରଣୀ ନଦୀ କୁ ପାର କରିବାକୁ ପଡିଥାଏ । କୁହ ଯାଏ ଯେ ଯିଏ ଗୋ ଦାନ କରିଥାଏ ସେ ଗାଈ ର ଲାଞ୍ଜ ଧରି ନଦୀ ପରି କରି ଥାଏ ଅନ୍ୟଥା ପାପୀ ମାନେ ନଦୀ ପରା ପାଇଁ ବହୁତ କଷ୍ଟ କରିବାକୁ ପଡେ ।
ଆତ୍ମା କୁ ଏହି ନଦୀ ପର କରିବା ସମୟରେ ବହୁତ ଭୟଙ୍କର ଯିବ ମାନଙ୍କର ସାମ୍ନା କରିବାକୁ ପଡିଥାଏ । ପାପୀ ଆତ୍ମା କୁ ଏହି ନଦୀ ପରି କରିବା ପାଇଁ ୩୪ ରୁ ୩୫ ଦିନ ଲାଗେ ଏହି ପରି ଭୋକିଲା ଶୋଷିଲା ଆତ୍ମା ଯମ ଲୋକ ରେ ପହଞ୍ଚିଯାଏ । ପହଞ୍ଚିବା ପରେ ଚିତ୍ର ଗୁପ୍ତ ସେଇ ବ୍ୟକ୍ତି ର ଲେଖା ଚିଠା ଯମରାଜାଙ୍କ ଆଗରେ ପ୍ରସ୍ତୁତ କରନ୍ତି ଆଉ ସେଇ ଆତ୍ମା ର ଧର୍ମରାଜ ନିଷ୍ପତି ନିଅନ୍ତି ଯେ ପାପୀ ଆତ୍ମା କୁ କେଉଁ ନର୍କ କୁ ପଠା ଯିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।