ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେତେବେଳେ ଦରିଦ୍ରତା ବଢିବାର ସମ୍ଭାବନା ହୋଇଥାଏ, ତେବେ ଅନେକ ଛୋଟ ଛୋଟ ଲକ୍ଷଣ ଦେଖାଯାଇଥାଏ । ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ଗରିବୀ ବଢିବାର କେଉଁ କେଉଁ ଲକ୍ଷଣମାନ ପରିଲକ୍ଷିତ ହୋଇଥାଏ । ୧- ଯଦି ଆପଣଙ୍କ ଘରେ ଦାରିଦ୍ର୍ୟତା ଆସିବାର ଅଛି ତେବେ ତାହାର ପ୍ରଭାବ ଆପଣଙ୍କ ଘରେ ଲାଗିଥିବା ତୁଳସୀ ଗଛ ଉପରେ ପଡିଥାଏ ।
ତୁଳସୀ ଗଛ ସଂପୂର୍ଣ୍ଣ ଭାବରେ ଶୁଖିଯାଇଥାଏ । ଏହାଫଳରେ ଆପଣଙ୍କ ଘରକୁ ନାନା ପ୍ରକାରର ସମସ୍ୟା ଆସିବାକୁ ଲାଗିଥାଏ । ୨- ଖାଦ୍ୟ ପଦାର୍ଥରେ ଜନ୍ଦା ତଥା ପିମ୍ପୁଡି ଲାଗିଯିବା । ଏହା ଆପଣଙ୍କ ଆସୁଥିବା ଖରାପ ସମୟ ସମ୍ବନ୍ଧରେ ସୂଚନା ଦେଇଥାଏ ।
୩- ଯଦି ଆପଣଙ୍କ ଘରେ ଲାଗିଥିବା ଗଛପତ୍ର ଶୁଖିବାକୁ ଲାଗିଥାଏ, ତେବେ ଆପଣ ତାହାକୁ ତୁରନ୍ତ କା-ଟି ଦିଅନ୍ତୁ । ଆପଣଙ୍କ ଘରେ ଲାଗିଥିବା ଗଛପତ୍ର ସବୁବେଳେ ସବୁଜ ହେବା ଆବଶ୍ୟକ । ଆପଣଙ୍କ ଘରେ ଲାଗିଥିବା ଗଛପତ୍ର ଆଦୌ ଶୁଖିବା କଥା ନୁହେଁ । ଯଦି ଏପରି ହୁଏ ତେବେ ବୁଦ୍ଧଗ୍ରହ ଖରାପ ହୋଇଥାଏ । ଏହାଫଳରେ ଆପଣଙ୍କ ଉପରେ କରଜ ବଢିଥାଏ । ଗଛପତ୍ର କୁ ନୀତିଦିନ ପାଣି ନିଶ୍ଚିତ ଦିଅନ୍ତୁ । ଏହାକୁ ଶୁଖିବାକୁ ଆଦୌ ଦିଅନ୍ତୁ ନାହିଁ ।
୪- ଆପଣଙ୍କ ଘରେ ଝାଡୁ ମାତା ଲକ୍ଷ୍ମୀଙ୍କ ସୂଚକ ଅଟେ । କାରଣ ତାହା ଦରିଦ୍ରତାକୁ ଘରୁ ବାହାରକୁ ବାହାର କରିଥାଏ । ଏହାଫଳରେ ଆପଣଙ୍କ ଘରେ ସୁଖ ସମୃଦ୍ଧି ତଥା ଧନଦୌଲତ ଆସିଥାଏ । ଏଣୁ ଘର ଝାଡୁ ଉପରେ ଆପଣ ପାଦ ରଖିବା ଆଦୌ ଉଚିତ ନୁହେଁ । ଏହାଦ୍ଵାରା ମାତା ଲକ୍ଷ୍ମୀ ଙ୍କର ନିରାଦର ହୋଇଥାଏ ।
ଆପଣଙ୍କ ଘରେ କୌଣସି ଛୋଟ ପିଲା ଯଦି ଘର ଓଳାଇବାକୁ ଲାଗିଥାଏ, ତେବେ ଆପଣଙ୍କ ଘରକୁ ଅତିଥି ଆଗମନ କରିବାର ସୂଚନା ଦେଇଥାଏ । ସୂର୍ଯ୍ୟାସ୍ତ ସମୟରେ ଘରେ ଝାଡୁ ଲଗାଇବା କଥା ନୁହେଁ । କାରଣ ଏହା ବ୍ୟକ୍ତି ର ଦୁର୍ଭାଗ୍ୟ କୁ ଆମନ୍ତ୍ରଣ ଦେଇଥାଏ ।
୫- ଝାଡୁ କୁ ଓଲଟା କରି ରଖିବା ଅଶୁଭ ମାନାଯାଇଥାଏ । ଏଣୁ ଝାଡୁକୁ ସର୍ବଦା ଶୁଆଇ ରଖିବା ଆବଶ୍ୟକ । ଝାଡୁକୁ ଓଲଟା ରଖିବା ଦ୍ଵାରା ଘରେ କଳହ ହୋଇଥାଏ । ଏହା ସହିତ ଘରେ ଦରିଦ୍ରତା ତଥା ଗରିବୀ ର ବାସ ହୋଇଥାଏ ।
୬- ଅନେକ ଲୋକ କହିଥାନ୍ତି ଯେ କ୍ଷୀର ଉତୁରି ପଡିବା ଶୁଭ ଲକ୍ଷଣ ହୋଇଥାଏ । ମାତ୍ର ନୀତିଦିନ ଦିନ ଯଦି ଆପଣଙ୍କ ଘରେ କ୍ଷୀର ଉତୁରି ପଡିଥାଏ ତେବେ ତାହା ଅଶୁଭ ଲକ୍ଷଣ ହୋଇଥାଏ ।
୭- ଯଦି ଆପଣ ଘରୁ କେଉଁଠାକୁ ଯାଇଛନ୍ତି ଫେରିବା ସମୟରେ ଆପଣ ଘର କବାଟ ଖୋଲିବା ମାତ୍ରେ ଯଦି ଆପଣ ଝିଟିପିଟି କୁ ହଟାତ ଦେଖନ୍ତି ତେବେ ତାହା ଅଶୁଭ ଲକ୍ଷଣ ହୋଇଥାଏ । ଏହିଭଳି ସ୍ଥିତିରେ ଆପଣଙ୍କୁ ପୂର୍ବରୁ ସତର୍କ ରହିବା ଆବଶ୍ୟକ । ଏହା ଦାରିଦ୍ର୍ୟ ଆସିବାର ଲକ୍ଷଣ ହୋଇଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ