Pregnancy tips; – ଗର୍ଭବତୀ ମହିଳା ସକାଳୁ ଉଠି କ’ଣ ସବୁ ଖାଇବା ଉଚିତ !

ବନ୍ଧୁଗଣ ମହିଳା ମାନେ ଘରର ଭିତରର ସବୁ ଦାୟିତ୍ଵ ସମ୍ଭାଳିଥାନ୍ତି । ରୋଷେଇ ଠାରୁ ଆରମ୍ଭ କରି ଘରର ପ୍ରତ୍ଯେକଟି ସଦସ୍ୟଙ୍କ ଯତ୍ନ ନେବା ଏ ସବୁ ତ ସେହି ଘରର ମହିଳାଙ୍କର ଦାୟିତ୍ଵ ହୋଇଥାଏ । ଜଣେ ମହିଳା ହିଁ ନିଜ ପରିବାର ଲୋକଙ୍କର ସବୁକିଛି ଟିକିନିକି ଦାୟିତ୍ଵ ନେଇପାରିଥାଏ । ହେଲେ ଏତେ ସବୁ କାମ ବ୍ୟସ୍ତତା ଭିତରେ ରହି ବେଳେବେଳେ ମହିଳା ମାନେ ନିଜ ଖାଇବା, ପିଇବା ମଧ୍ୟ ଭୁଲିଯାଇଥାନ୍ତି। ବନ୍ଧୁଗଣ ବିଶେଷ କରି ଗର୍ଭବତୀ ଥିବା ମହିଳାଙ୍କୁ ନିଜ ଖାଦ୍ୟପେୟ ଉପରେ କିପରି ଯତ୍ନବାନ ହେବା ଦରକାର

ତେବେ ସକାଳ ସମୟରେ ଗର୍ଭବତୀ ମହିଳାଙ୍କୁ କ’ଣ କ’ଣ ସବୁ ଖାଇବା ଦରକାର। ଯାହାଫଳରେ ତାଙ୍କର ଓ ତାଙ୍କ ଗର୍ଭସ୍ଥ ସନ୍ତାନ ସୁସ୍ଥ ରହିବ ସେ ବିଷୟରେ ଆସନ୍ତୁ ଜାଣିବା । ଗର୍ଭବତୀ ମହିଳା ସର୍ବେ ପ୍ରଥମେ ସକାଳୁ ଉଠି ହାଲକା ଉଷୁମ ପାଣି ପିଅନ୍ତୁ । ଗର୍ଭାବସ୍ଥା ସମୟରେ ଗର୍ଭବତୀ ମହିଳାଙ୍କୁ ବହୁତ ସାରା ପାଣି ପିଇବାର ଆବଶ୍ୟକତା ରହିଥାଏ । ଯାହା ଦ୍ଵାରା ଶରୀରରେ ପାଣିର ଅଭାବ ନ ହେଉ ଓ ପାଣି ଦ୍ଵାରା ଶରୀର ହାଇଡ୍ରେଟ ଓ ଏନର୍ଜି ଭରପୁର ହୋଇଥାଏ ।

ସକାଳ ବ୍ରେକଫାଷ୍ଟରେ ସେଓ ଖାଇବା ଗର୍ଭବତୀ ମହିଳାଙ୍କ ପାଇଁ ସବୁଠାରୁ ଭଲ ହୋଇଥାଏ । ଏଥିରେ ଭିଟାମିନ, ଆଇରନ ଭଳି ଅନେକ ପୋଷକ ତତ୍ଵ ଭରି ହୋଇ ରହିଥାଏ । ଏହାଛଡା ଗଜା ମୁଗ, ବୁଟ ଏହିସବୁ ଗର୍ଭବତୀ ମହିଳାଙ୍କୁ ସକାଳ ଖାଦ୍ୟରେ ଖାଇବା ଦ୍ଵାରା ବହୁତ ଲାଭ ମିଳିଥାଏ । ଏହା ଶିଶୁ ଓ ମା ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ରାତିରେ ଭିଯାଇ ରଖିଥିବା ଖିସମିସ ମଧ୍ୟ ଖାଇବା ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଗର୍ଭାବସ୍ଥା ସମୟରେ ରକ୍ତର କମି ନ ହେବା ପାଇଁ ଖିସମିସର ସେବନ କରିବା ନିହାତି ଆବଶ୍ୟକ ହୋଇଥାଏ । ଏହା ଦ୍ଵାରା ଶରୀରରେ ରକ୍ତର ପରିମାଣ ବଢିଥାଏ । ସକାଳେ ୬-୭ ଟା  ଭିଜାଇ ରଖିଥିବା ଖିସମିସ ଖାଇବା ସ୍ଵାସ୍ଥ ପାଇଁ ଲାଭଦାୟକ ହୋଇଥାଏ ।

ରାତିରେ ଭିଜାଇ ରଖିଥିବା ବାଦାମର ସେବନ । ଏହା ମନେ ରଖନ୍ତୁ ବାଦାମକୁ ଚୋପ ଛଡାଇ ଖାଇବେ । ଏହା ଖାଇବା ଦ୍ଵାରା ଶିଶୁର ଭଲ ବିକାଶ ହୋଇଥାଏ । ଏଥିସହ ଗର୍ଭବତୀ ମହିଳା ସହ ଶିଶୁକୁ ଅଧିକ ପୋଷଣ ସହ ଉର୍ଜ୍ଜା ମଧ୍ୟ ମିଳିଥାଏ ।

ଏହା ସହ ଆପଣ ସକାଳ ଖାଦ୍ଯରେ ସିଝା ଅଣ୍ଡା, ସ୍ଯାଲାଡ ଇତ୍ୟାଦି ପୁଷ୍ଟିକର ଖାଦ୍ୟ ଖାଇବା ସହ ଜୁସର ସେବନ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆଶା କରୁଛୁ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ଭଲ ଭଲ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ବିଲକୁଲ ବି ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *