ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗାଈକୁ ଗୋମାତାର ଆକ୍ଷା ଦିଆଯାଇଛି । ଗାଈ ସର୍ବଦା ପୂଜନୀୟ ହୋଇଥାଏ । ଗାଈ ମାନଙ୍କର କେବେ ମଧ୍ୟ ଅନାଦର କରିବା ଉଚିତ ହୋଇନଥାଏ । ଗାଈକୁ ପୂଜା କରି ତାକୁ ମୁଣ୍ଡିଆ ମାରିବା ଦ୍ଵାରା ଅନେକ ପାପ କ୍ଷୟ ହୋଇବା ସହ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ । ଆପଣ ମାନେ ଜାଣିବାକୁ ପାଇବେ ଗାଈକୁ କଣ ଖାଇବାକୁ ଦେବା ଉଚିତ ଓ କଣ ଦେବା ଅନୁଚିତ ।
ଘରେ ପ୍ରସ୍ତୁତ କରୁଥିବା ପ୍ରଥମ ରୁଟିକୁ ଗାଇକୁ ଖାଇବାକୁ ଦେବା ଦ୍ଵାରା ଶୁଭ ହୋଇଥାଏ । ଏହା କରିବା ଦ୍ଵାରା ଘର ଉପରେ ସମସ୍ତ ଦେବାଦେବୀଙ୍କର ଶୁଭ ନଜର ରହିଥାଏ । ଗୁରୁବାର ଦିନ ଯଦି ଆପଣଙ୍କୁ ରୁଟି ଖାଇବାକୁ ଦେବା ସମୟରେ ରୁଟି ଉପରେ ଗୋଟେ ଚୁଟକି ହଳଦୀ ପକାଇ ଖାଇବାକୁ ଦିଅନ୍ତୁ । ତେବେ ଆପଣଙ୍କ ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଯଦି କୌଣସି ପ୍ରକାର ନକରାତ୍ମକ ଚିନ୍ତାରେ ଭାରପ୍ରାପ୍ତ ରହୁଥାନ୍ତି ।
ତେବେ ମାନସିକ ଦୁଶ୍ଚିନ୍ତା ଦୂର କରିବା ପାଇଁ ରୁଟି ଉପରେ ଗୁଡ ରଖୀ ଗାଇକୁ ଖାଇବାକୁ ଦିଅନ୍ତୁ । ଯଦି ଆପଣଙ୍କ ଗ୍ରହ ନକ୍ଷତ୍ରଙ୍କର ସ୍ଥିତି ଅବସ୍ତିତି ଭଲ ରହିନଥାଏ । ଆପଣଙ୍କ କୌଣସି କାର୍ଯ୍ୟ ଠିକ ଭାବରେ ହେଇପାରୁନଥାଏ । ତେବେ ପ୍ରତିଦିନ ଗାଈକୁ ଆପଣ କରିଥିବା ପ୍ରଥମ ରୁଟି ଖାଇବାକୁ ଦିଅନ୍ତୁ । ଏହା ସହିତ ଗାଈର ମୁଣ୍ଡ ଛୁଇଁ ତାକୁ ପ୍ରଣାମ କରନ୍ତୁ।
ବାସି ରୁଟି କେବେ ମଧ୍ୟ ଗାଈକୁ ଖାଇବାକୁ ଦେବା ଉଚିତ ହୋଇନଥାଏ । ଏହା ଦ୍ଵାରା ଗୋମାତାଙ୍କର ଅପମାନ ହୋଇଥାଏ । ପଚି ଯାଇଥିବା ପନିପରିବା ଓ ଫଳ କେବେ ମଧ୍ୟ ଗାଈକୁ ଖାଇବାକୁ ଦେବା ଠିକ କଥା ହୋଇନଥାଏ । ଏପରି କରିବା ଦ୍ଵାରା ଘରକୁ ଅନେକ କଷ୍ଟ ଯନ୍ତ୍ରଣା ଆସିଥାଏ । ଯାହା ପାଇଁ ଆପଣଙ୍କର ଘରେ ଅଶାନ୍ତିର ମାହୋଲ ଦେଖିବାକୁ ମିଳିଥାଏ ।
ଗାଇକୁ ଓସ୍ତ ଗଛର ପତ୍ର ଖାଇବାକୁ ଦେବେ ନାହିଁ । ଯଦି ପନିପରିବା ଅଳ୍ପ ପଚିଜାଇଥାଏ । ତେବେ ତାକୁ ଖୁଆଇବା ସମୟରେ ଭଲ ପରିବା ମଧ୍ୟ ଖୁଆଇବା ଉଚିତ । ଗାଈକୁ ଆପଣ କ୍ଷୀର ପିଇବାକୁ ଦେବା ଉଚିତ ହୋଇନଥାଏ । ଯଦି ଚାହୁଁଛନ୍ତି ତେବେ ଦହି ଓ ଚାଉଳ ଖାଇବାକୁ ଦେଇପାରିବେ । ଯେହେତୁ ଗାଈ ଆମର ଗୋମାତା ।
ତେଣୁ ତାଙ୍କୁ ଖରାପ ଖାଦ୍ୟ ଦେଇ ତାଙ୍କର ଅପମାନ କରିବା ଠିକ କଥା ହୋଇନଥାଏ । କାରଣ ଗୋମାତାଙ୍କର ଅପମାନ କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଠ ରହିଥାନ୍ତି । ତେଣୁ ସର୍ବଦା ଖାଦ୍ୟ ଉପଯୋଗୀ ଜିନିଷ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ