ଗାଧୋଇବାପରେ ଲୁଣ କାହିଁକି ଖାଆନ୍ତି ? ଜାଣନ୍ତୁ ଆଜିର Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆପଣମାନେ ନିଜର ଜୀବନକୁ ଭଲ ଭାବରେ ବଞ୍ଚିବା ପାଇଁ ଅନେକ କିଛି ଉପାୟ ଅବଲମ୍ବନ କରିଥାନ୍ତି । ସମସ୍ତଙ୍କଠୁ କିଛି କିଛି ବୁଦ୍ଧି ଆଣି ନିଜର ଜୀବନଶୈଳୀକୁ ଉତ୍କୃଷ୍ଟ କରିଥାନ୍ତି । ଆପଣମାନେ ଜାଣିଛନ୍ତି ଦୁନିଆରେ ଏମିତି ବହୁତ କଥା ଅଛି । ଯାହା ଆପଣ ଜାଣିବା ନିହାତି ଦରକାର ହୋଇଥାଏ । କାରଣ ସେସମସ୍ତ ତଥ୍ୟକୁ ନଜାଣିଲେ ଆପଣ ଦୁନିଆ ସହିତ ତାଳ ଦେଇ ଚାଲିପାରିବେ ନାହିଁ ।

ସେଥିପାଇଁ ଆଜି ଆପଣଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ ବିଷୟରେ କହିବାକୁ ଯାଉଛୁ । ଆପଣମାନେ ସର୍ବଦା ୫ଟି ନ ପ୍ରତି  ସତର୍କ ଥିବେ । ସେଗୁଡିକ ହେଉଛି ନାରୀ, ନଦୀ, ନିଆଁ, ନାଗ ଓ ନରେଶ ଅର୍ଥାତ ରାଜା  । ନାରୀ, ନଦୀ, ନିଆଁ, ନାଗ, ନରେଶକୁ ନିରନ୍ତରେ ଥିବା ଦକା ନିମିଷ ମାତ୍ରକେ ଉପ୍ରୋଧ ଛାଡିଏ ନିଶ୍ଚୟ ପକାନ୍ତି ଡକା । ଏହାର ଅର୍ଥ ହେଉଛି ଏହି ନାମ ଯାହାର ସେମାନେ ସମସ୍ତେ ନିଜ ନିଜ ସ୍ଥାନରେ ଠିକରେ ଥାନ୍ତି । କିନ୍ତୁ ପରିସ୍ଥିତି ପଡିଲେ ସେମାନେ ଯେତେ ଭଲ ଥାନ୍ତି । ସେତେ ଖରାପ ମଧ୍ୟ ହୋଇଯାନ୍ତି ।

ଆପଣ ସମସ୍ତେ ହାତକୁ ଟଙ୍କା ଆସିଲେ । ତାର ଗଣତି କରିବାରେ ଲାଗିପଡନ୍ତି । କିମ୍ବା ଯଦି ଆପଣଙ୍କୁ କିଏ ଟଙ୍କା ଗଣିବା ପାଇଁ ଦେଇଛି ତେବେ ଆପଣ ସେହି ପଇସାକୁ ଗଣିଥାନ୍ତି କିନ୍ତୁ ଟଙ୍କାକୁ କେବେ ମଧ୍ୟ ବାହାର ପଟକୁ କରି ଗଣିବେ ନାହିଁ । ସବୁବେଳେ ଟଙ୍କା ଓଲଟାଇ ଅର୍ଥାତ ନିଜ ଆଡକୁ କରି ଭିତର ପଟିଆ ଟଙ୍କା ଗଣନ୍ତୁ । କାରଣ ଟଙ୍କାକୁ ବାହାର ପଟ କରି ଗଣିଲେ । ଆପଣ ଲକ୍ଷ୍ମୀଙ୍କୁ ବିଦା ହେବାର ସଂକେତ ଦେଉଛନ୍ତି ।

କିନ୍ତୁ ଯଦି ଆପଣ ଟଙ୍କାକୁ ନିଜ ଆଡକୁ କରି ଗଣନ୍ତି । ତେବେ ଆପଣ ନିଜ ଆଡକୁ ମା ଲକ୍ଷ୍ମୀଙ୍କୁ ଆଗମନ କରାଉଛନ୍ତି । ଆପଣମାନେ ସବୁବେଳେ ୪ଟି କଥା ପ୍ରତି ବହୁତ ଧ୍ୟାନ ଦେବା ଉଚିତ । ଯେପରିକି ବନ୍ଧୁକରୁ ଗୁଳି ବାହାରିବା, ତୀରରୁ ନିଶାଣ କାଢିବା, ପାଟିରୁ ବଚନ ବାହାରିବା ଓ ଦେହରୁ ପ୍ରାଣ ବାହରିବା । ଏହି ୪ଟି ଜିନିଷ ଥରେ ବାହାରି ଗଲେ, ଆପଣ ଚାହିଁଲେ ତାହାକୁ ଆଉ ଫେରେଇ ପାରିବେ ନାହିଁ । ବିବାହ ହେଲା ସମୟରେ ଝିଅମାନେ ଟଙ୍କା ସହିତ କିଛି ଜିନିଷ ନେଇକି ଯାଇଥାନ୍ତି।

ଯାହାକୁ ଆମେମାନେ ଯଉତୁକ କହିଥାଉ। ଏହି ଯଉତୁକର ଆକ୍ଷରିକ ଅର୍ଥ ହେଉଛି । ଯ ଏହାର ଅର୍ଥ ହେଉଛି ଯମ ଅର୍ଥାତ ବିପଦ ପଡିଲେ ସ୍ଵାମୀଙ୍କୁ ଯମ ପାଖରୁ ଛଡାଇ ଆଣିବା । ଉ ବାହାହେଲା ପରେ ଶାଶୁ ଘରେ ସମସ୍ତଙ୍କ କଥା ଶୁଣିବୁ କିନ୍ତୁ କାହାକୁ କେବେ ଉତ୍ତର କରିବେ ନାହିଁ । ତୁ ର ଅର୍ଥ ଶାଶୁଘରେ ଝିଅକୁ ତୁ କହିକି ସମ୍ବୋଧନ କରି ପାରନ୍ତି କିନ୍ତୁ ବାହା ହୋଇଥିବା ଝିଅ କେବେ କାହାକୁ ତୁ କହିବ ନାହିଁ ।

କ ର ଅର୍ଥ ହେଉଛି ବାପ ଘରେ କନ୍ୟା ଥିଲୁ ବାହା ହେଇ କୁଳବଧୂ ହେଲୁ ଦୁଇ କୁଳର ସମ୍ମାନ ରଖିବା ହେଉଛି ଜଣେ ନାରୀର ବହୁତ ବଡ କର୍ତ୍ତବ୍ଯ । ପ୍ରତେକ ପୁରୁଷ ଓ ନାରୀ ଗାଧୋଇ ସାରିଲା ପରେ ସୂର୍ଯ୍ୟ ନମସ୍କାର କରିବା ଉଚିତ । ଏହା ପରେ ପାଟିରେ କିଛି ଲୁଣ ଖାଇବା ନିୟମ ହୋଇଥାଏ । ଗାଧୋଇସାରି ନ ଖାଇବା ପର୍ଯ୍ୟନ୍ତ ତେଲ ଛୁଅନ୍ତୁ ନାହିଁ କିମ୍ବା ମୁଢି ଖାଆନ୍ତୁ ନାହିଁ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *