ଗାଧେଇଲା ବେଳେ ଏହି ଗୋଟେ ଜିନିଷ ପାଣିରେ ମିଶେଇ ଦିଅନ୍ତୁ, ଶରୀରର ଥକାପଣ ଦୂର ହେବା ସହ ସ୍କିନ ଚମକିବାକୁ ଲାଗିବ…

ବନ୍ଧୁଗଣ ଆମେ ପ୍ରତିଦିନ ସକାଳେ ଗାଧେଇ ଥାଉ । କାରଣ ଆପଣ ମାନେ ନିହାତି ଜାଣିଥିବେ ଯେ, ଆମ ସମସ୍ତଙ୍କ ପାଇଁ ଗାଧେଇବା କେତେ ଅଧିକ ଜରୁରୀ ହୋଇଥାଏ । ଗାଧେଇବା ଦ୍ଵାରା କେବଳ ଆମ ଶରୀର ପରିଷ୍କାର ରୁହେନି ବଂର ଆମ ମନ ମଧ୍ୟ ଭଲ ରହିଥାଏ । କାରଣ ସ୍ନାନ କରିସାରିବା ପରେ ଆମେ ବହୁତ ସତେଜ ଅନୁଭବ କରିଥାଉ । ତେବେ ବନ୍ଧୁଗଣ ଭାଗ ଦୌଡ ଜୀବନରେ ଲୋକମାନେ ନିଜ ଦେହର ଯତ୍ନ ଠିକ ଭାବେ ଯତ୍ନ ମଧ୍ୟ ନେଇପାରୁନାହାନ୍ତି ।

ତରବରରେ ହୁଏତ ସମସ୍ତେ ଗାଧେଇ ପଡ଼ୁଛନ୍ତି । ହେଲେ ଆମ ଶରୀରକୁ ଅଧିକ ସୁସ୍ଥ ଓ ଜୀବାଣୁମୁକ୍ତ ରଖିବା ପାଇଁ ଆମକୁ ଏହି ଛୋଟ ପଦକ୍ଷେପ ନିହାତି ଭାବେ ଆମକୁ ଗାଧେଇବା ସମୟରେ ହିଁ କରିବାକୁ ପଡିବ । ତେବେ ଗଢେଇବା ସମୟରେ ଆପଣଙ୍କୁ କଣ କରିବାକୁ ପଡିବ ଚାଲନ୍ତୁ ଆମେ ଏଠାରେ ଜାଣିବା । ଯାହା ଦ୍ଵାରା ଘରେ ବସି ସହଜ ଉପାୟରେ ଶରୀରକୁ ରୋଗ ବେମାରୀ ଠାରୁ ଦୂରେଇ ରଖିପାରିବେ ।

ଗାଧୋଇବା ପାଣିରେ କିଛି ଏମିତି ଜିନିଷ ମିଶାଇ ଦେବେ ତାହେଲେ ଆପଣଙ୍କ ଶରୀର ସଂପୂର୍ଣ୍ଣ ଜୀବାଣୁମୁକ୍ତ ହୋଇଯିବା ସହ ଆପଣଙ୍କୁ ସ୍ନାନ କରିସାରିବା ପରେ ପୁରା ଫ୍ରେଶ ଫିଲ ହେବ । ବାହାରେ କାମ କରୁଥିବା ଲୋକ ଦିନ ସାରା କାମ କରିବା ପରେ ଘରକୁ ଆସିବା ପରେ ସର୍ବ ପ୍ରଥମେ ଗାଧେଇବାର ଆବଶ୍ୟକତା ରହିଛି । ତେବେ ଯଦି ଆପଣ ଗାଧେଇବା ସମୟରେ ଉଷୁମ ପାଣିରେ ଗାଧୋଇବେ ତାହେଲେ ଆପଣଙ୍କର ପୁରା ଦିନର ଥକାପଣ ଦୂର ହୋଇଥାଏ ।

 

ତେବେ ଏଥିସହ ଆପଣ ଗାଧୁଆ ପାଣିରେ ଆପଣଙ୍କ ରୋଷେଇ ଘରେ ଥିବା ଗୋଟେ ଜିନିଷ ଆଣି ମିଶାଇ ଦେବା ଦ୍ଵାରା ଆପଣଙ୍କ ଗାଧୁଆ ପାଣି ଆହୁରି ଅଧିକ ଭଲ ହୋଇଯିବ । ତାହା ହେଉଛି ଲେମ୍ବୁ । ହଁ ବନ୍ଧୁଗଣ ଆପଣ ମାନେ ଗାଧେଇବା ସମୟରେ ଆପଣଙ୍କର ଗାଧୁଆ ପାଣିରେ ଲେମ୍ବୁ ମିଶାଇବାର ଅଛି। ତେବେ ଏହି ଉପାୟ ପାଇଁ ପ୍ରଥମେ ଆପଣଙ୍କୁ ଲେମ୍ବୁର ଆବଶ୍ୟକତା ପଡିବ ।

ଆପଣଙ୍କ ଗାଧୁଆ ପାଣିରେ ଲେମ୍ବୁର 4 ରୁ 5 ବୁନ୍ଦା ରସ ମିଶାଇ ଦିଅନ୍ତୁ । ତାପରେ ସେହି ଲେମ୍ବୁ ମିଶ୍ରୀତ ପାଣିରେ ସ୍ନାନ କରନ୍ତୁ । ଦେଖିବେ ଆପଣ ସେହି ପାଣିରେ ସ୍ନାନ କରିବା ପରେ ଆପଣଙ୍କୁ କେତେ ଅଧିକ ଫ୍ରେଶ ଫିଲ୍ ହେବ । ଆପଣଙ୍କ ଶରୀର ଜୀବାଣୁମୁକ୍ତ ରହିବା ସହ ଆପଣଙ୍କର ସବୁ ଥକାପଣ ଗାଧେଇ ସାରିବା ପରେ ଦୂର ହୋଇଯିବ ।

ଆଶା କରୁଛୁ । ବନ୍ଧୁଗଣ ଏହି ପୋଷ୍ଟଟି ଆପଣ ମାନଙ୍କୁ ପସନ୍ଦ ଆସିଥିବ । ତେବେ ଏହିଭଳି ଭଲ ଭଲ ଅପଡେଟ ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *